ବିରଳ ସଂଯୋଗ : ୨୨-୦୨-୨୦୨୨ ଓ ସମୟ ୦୨:୨୨ ରେ ଜନ୍ମ ହେଲେ ଶିଶୁ କନ୍ୟା,କାହିଁକି ଏହାକୁ ଲୋକମାନେ ମାନୁଛନ୍ତି ଭାଗ୍ୟବାନ ବୋଲି ?

0

Get real time updates directly on you device, subscribe now.

ପଲିଣ୍ଡ୍ରୋମ୍ ତାରିଖଗୁଡିକ ବିରଳ ବୋଲି କୁହାଯାଏ ଏବଂ ପ୍ରତ୍ୟେକ ଥର ଯେବେ ଏମିତି ହୁଏ ସେତେବେଳେ ବିଭିନ୍ନ ପ୍ରକାରର ସଂଯୋଗ ସୃଷ୍ଟି ହେବାକୁ ଲାଗେ । ଅବଶ୍ୟ କର୍କଟ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ୨୨ ଫେବୃଆରୀ ୨୦୨୨ ଦିନ କୌଣସି ଚମତ୍କାରଠାରୁ କମ୍ ନଥିଲା । ଯେମିତି କି ଆମେ ଜାଣିଛୁ କି ଗତ ୨୨ ଫେବୃଆରୀର ଦିନକୁ TWOS ଦିନ କୁହାଯାଏ,କାରଣ ସେହି ଦିନର ତାରିଖ ୨୨.୦୨.୨୦୨୨ ଥିଲା, ଯାହାକୁ ଆଗରୁ ପଛରୁ ପଢିଲେ ସେଇ ଗୋଟିଏ ନମ୍ବର ଆସିବ । ସେଦିନ ଏକ ଶିଶୁ କନ୍ୟା ଜନ୍ମ ହେଲା, ଯାହା ଏକ ସଂଯୋଗ ବନିଗଲା । ଯେକୌଣସି ଦମ୍ପତିଙ୍କ ପାଇଁ ପ୍ରଥମ ସନ୍ତାନର ଜନ୍ମ
ସ୍ୱତନ୍ତ୍ର ହୋଇଥାଏ ଆଉ ଯଦି ଜନ୍ମ ସମୟରେ ତାରିଖ,ସମୟ ଏବଂ ସ୍ଥାନ ନ୍ୟୁମୋରିକାଲ ତାରିକାରେ ମେଳ ହୋଇଯାଏ ତାହେଲେ ଆହୁରି ଅଧିକ ସ୍ୱତନ୍ତ୍ର ହୋଇଯାଏ ।

୨୨ ଫେବୃଆରୀ ୨୦୨୨ର ଏହି ସମୟରେ ଜନ୍ମ ହୋଇଥିବା ଶିଶୁ କନ୍ୟା ।

ଏବରଲି ଆଉ ହ୍ୟାକ ସ୍ପିୟରଙ୍କ ପାଇଁ ମଧ୍ୟ କିଛି ଏହିପରି ହୋଇଥିଲା,ଯେତେବେଳେ ୨୨ ଫେବୃଆରୀ ୨୦୨୨ ରେ ସେମାନଙ୍କର ଏକ ଶିଶୁ କନ୍ୟା ଜନ୍ମ ହେଲା,ଅବଶ୍ୟ ସେମାନଙ୍କୁ ଏହି ନମ୍ବର ରେ ଅଧିକ ଖୁସି ସେତେବେଳେ ହେଲା,ଯେତେବେଳେ ସେମାନେ ତାଙ୍କ ପିଲାକୁ ନିଜ ହାତରେ ଦେଖିଲେ । କାରଣ ଉତ୍ତର କାରୋଲିନାର ବାସିନ୍ଦା ଏହି ଦମ୍ପତିଙ୍କୁ ଥରେ ଡାକ୍ତରମାନେ କହିଥିଲେ କି ତାଙ୍କର କେବେ ସନ୍ତାନ ହେଇପାରିବ ନାହିଁ । ଏହି ମାସ ଫେବୃଆରୀ ୨୨,୨୦୨୨ ରେ ମଙ୍ଗଳବାର ୨.୨୨ ରେ, ସେମାନଙ୍କର ଶିଶୁ କନ୍ୟା ବର୍ଲିଙ୍ଗଟନ୍ ସ୍ଥିତ କୋନ ହେଲଥ୍ ଏଲାମନ୍ସ ରିଜନାଲ ମେଡିକାଲ ସେଣ୍ଟର ର ଡେଲିଭରି ରୁମ୍ ନମ୍ବର ୨ରେ ଜନ୍ମ ହୋଇଥିଲା ।

ହସ୍ପିଟାଲ ମହିଳାଙ୍କ ବିଷୟରେ ଦେଇଥିଲା ସମ୍ପୂର୍ଣ୍ଣ ସୂଚନା

କୋନ ହେଲ୍ଥ ହସ୍ପିଟାଲ ଏକ ପ୍ରେସ ବିଂଜ୍ଞପ୍ତି ରେ ଖବର ସେୟାର କରି କହିଥିଲେ, “ଶିଶୁ କନ୍ୟାର ମା ଏବରଲି,ହଗକିନ୍ସ ଲିଫୋମା (Hodgkin’s Lymphoma)ର ପୀଡ଼ିତା ଅଟନ୍ତି । କ୍ୟାନ୍ସର ଚିକିତ୍ସା ଦ୍ୱାରା ତାଙ୍କ ଜୀବନ ବଞ୍ଚିଯାଇଛି ।
ସେ ଶିଶୁକନ୍ୟାକୁ ଜନ୍ମ ଦେଇ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲେ” । ପ୍ରେସ ବିଂଜ୍ଞପ୍ତି ରେ ଦର୍ଶାଯାଇଛି,ଏହି ଖରାପ ପରିସ୍ଥିତି ପରେ,ସ୍ପିୟରଙ୍କୁ ଏହି ମଙ୍ଗଳବାର କୁ ତାଙ୍କର ଧର୍ଯ୍ୟ, ଦୃଢତା ଆଉ ବିଶ୍ୱାସ ପାଇଁ ଏକ ଚମତ୍କାର ଗିଫ୍ଟ ମିଳିଲା ।

ଝିଅର ଜନ୍ମ ପରେ ଦମ୍ପତି ଏମିତି ନାଁ ଦେଇଥିଲେ ।

ଫକ୍ସ ୧୧ ଲସ୍ ଆଞ୍ଜେଲସ୍ ଅନୁଯାୟୀ ପିତାମାତା ହେବା ପରେ ଏହି ଦମ୍ପତି ସେମାନଙ୍କ ଝିଅର ନାମ ‘ଜୁଦାହ’ ରଖିଥିଲେ, ଯାହାର ଅର୍ଥ ହେଉଛି ହିବ୍ରୁ ଭାଷାରେ ‘ପ୍ରଶଂସା’ । ମା ହେବା ପରେ ଏବରଲି କହିଥିଲେ, ‘ସେ ଆମର ଚମତ୍କାରିକ ସନ୍ତାନ ‘ ବେବି ୟହୁଦା ର ଓଜନ ୭ପାଉଣ୍ଡ,୧୦ଓନ୍ସ ଅଟେ, ଯାହା ସମୁଦାୟ ୧୨୨ ଅନ୍ସ ସହିତ ସମାନ । ୨୦୧୪ରେ କର୍କଟ ରୋଗର ଚିହ୍ନଟ ହେବା ପରେ,ଏବରଲିଙ୍କୁ ୨୦୨୦ରେ ଡାକ୍ତରମାନେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରିଥିଲେ ଯେ ତାଙ୍କର ସନ୍ତାନ ହେବାର ସମ୍ଭାବନା କମ୍ ଅଛି ବୋଲି ।

Leave A Reply

Your email address will not be published.