୮୦୦ ଋଷ ସେନାଙ୍କୁ ମାରିସାରିଲାଣି ୟୁକ୍ରେନ୍ , ୭ ଫାଇଟର୍‌ ଜେଟ୍‌ ଓ ୬ ହେଲିକପ୍ଟର ଧ୍ବସ୍ତ,ଶକ୍ତିଶାଳୀ ରୁଷ ସହ ଏକା ଲଢୁଛି ୟୁକ୍ରେନ୍

0

Get real time updates directly on you device, subscribe now.

ସମୟ ବଢ଼ିବା ସହ ବଢ଼ୁଛି ୟୁକ୍ରେନବାସୀଙ୍କ ଚିନ୍ତା । ଋଷ ସେନା ଏବେ ଆକ୍ରମଣ ଆରମ୍ଭ କରି ସାରିଥିବା ବେଳେ ୟୁକ୍ରେନ ମଧ୍ୟ ପଛରେ ରହିଯାଇ ନାହିଁ । ପ୍ରତି ଆକ୍ରମଣର କଡ଼ା ଜବାବ ଦେବା ଆରମ୍ଭ କରିଛି । ୟୁକ୍ରେନ ଭିତରକୁ ପଶି ଆସୁଥିବା ଋଷୀୟ ଯବାନଙ୍କୁ ଅଟକାଇବାକୁ ଯାଇ ୟୁକ୍ରେନ ଯେଉଁ ଆକ୍ରମଣ କରୁଛି, ସେହି ଆକ୍ରମଣରେ ୫୦ ଋଷୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ୟୁକ୍ରେନ ।

ଏହା ସହ ମୋଟ ୬ଟି ଯୁଦ୍ଧ ବିମାନକୁ ୟୁକ୍ରେନ ଧ୍ବଂସ କରିଦେଇଥିବା ଦାବି କରିଛି । ୟୁକ୍ରେନ ସେନା ଦାବି କରିଛି ଯେ ଶସ୍ତିଆ ଅଞ୍ଚଳକୁ ଏବେ ୟୁକ୍ରେନ ଅଧୀନକୁ ଅଣାଯାଇଛି ଏବଂ ୫୦ ଋଷୀୟ ସୈନିକ ନିହତ ହୋଇଛନ୍ତି । ଏହା ସହ ଋଷ ପୂର୍ବ ୟୁକ୍ରେନର ଡୋନେସ୍କ ଅଞ୍ଚଳରେ ଥିବା ଦ୍ୱିତୀୟ ବୃହତ୍ତମ ସହର ମାରିଅପୋଲର ବିମାନବନ୍ଦରରେ ବିସ୍ଫୋରଣ କରିଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଭାରତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇଗୋର୍‌ ପୋଲିଖା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲ । ସେ କହିଥିଲେ ‌ଯେ, ଋଷ୍‌ ସହ ଭାରତର ଉତ୍ତମ ସମ୍ପର୍କ ଅଛି । ଋଷ୍‌-ୟୁକ୍ରେନ୍‌ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଅବିଳମ୍ବେ ଯୋଗାଯୋଗ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅନୁରୋଧ କରିଥିଲେ ।

ତେବେ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି । କୌଣସି ଏକ ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା କହିଛି ୟୁକ୍ରେନ୍‌ । ୟୁକ୍ରେନ୍‌ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛନ୍ତି । ଏ‌ବେ ସ୍ବଦେଶ ଫେରିବା ପାଇଁ କିଏଭ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି । ତେବେ ଅନ୍ୟ ଦେଶ ମାନଙ୍କ ଠାରୁ ସହାୟତା ମାଗି ନିରାଶ ହୋଇଥିବା ୟୁକ୍ରେନ ଏବେ ନିଜର ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡ଼ିଛି । ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି । ୟୁକ୍ରେନ ରାଜଧାନୀ କିବ ଆଡକୁ ଲଗାତର ଋଷିଆ ସେନା ଅଗ୍ରସର ହେଉଛି । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ, ୟୁକ୍ରେନ ମଧ୍ୟ ରୁଷ ଉପରେ ପାଲଟା ଜବାବ ଦେଉଛି । ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ ରୁଷର ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କକୁ ଗୁଳି କରି ନଷ୍ଟ କରିଥିବା ଦାବି କରିଛି । ଆଜି ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍‍ ଦାବି କରିଛି ଗତକାଲିଠୁ ଆଜି ରୁଷର ଅଧିକ କ୍ଷତି କରିଛି ୟୁକ୍ରେନ୍‍ । ରିପୋର୍ଟ ଅନୁଯାୟୀ, ଆଜି ଦିନ ୟୁକ୍ରେନ ସେନା ରୁଷିଆର ୩୦ଟି ଟ୍ୟାଙ୍କ, ୧୩୦ ସଶସ୍ତ୍ର ଯାନ, ୫ ବିମାନ ଏବଂ ୬ଟି ହେଲିକପ୍ଟର ନଷ୍ଟ କରିଥିବାର ବୋଲି ଦାବି କରିଛି । ହେଲେ ଏନେଇ ରୁଷିଆ କୌଣସି ସ୍ପଷ୍ଟ ମତ ଦେଇନାହିଁ ।

Leave A Reply

Your email address will not be published.