ଝିଅ ନାମରେ ଏହି ସ୍କିମରେ ମିଳୁଛି ସବୁଠାରୁ ଅଧିକ ସୁଧ, ଜାଣନ୍ତୁ କିପରି ଉଠାଇବେ ଲାଭ

0

Get real time updates directly on you device, subscribe now.

ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ନିଜ ଝିଅର ଭବିଷ୍ୟତ ସୁରକ୍ଷିତ ରଖି ପାରିବେ|ଏଥିରେ ଆପଣ ଝିଅର ବିବାହ ଖର୍ଚ୍ଚ ମଧ୍ୟ ଉଠାଇ ପାରିବେ|ଏହାସହ ଝିଅର ଉଚ୍ଚ ଶିକ୍ଷା, କ୍ୟାରିଅର ନିଶ୍ଚିତ ହୋଇଯିବ|ସରକାର ବେଟି ବଚାଓ ବେଟି ପଢାଓ ଯୋଜନା ଅନ୍ତର୍ଗତ ସୁକନ୍ୟା ସମୃଦ୍ଧି ଯୋଜନାର ଆରମ୍ଭ କରିଥିଲେ|୧୦ ବର୍ଷରୁ କମ ଵୟସର ଝିଅର ଏଥିରେ ଏକାଉଣ୍ଟ୍ ଖୋଲାଯାଇ ପାରିବ|

ଏହି ଯୋଜନାରେ ନିବେଶ କଲେ ଭଲ ରିଟର୍ଣ ମିଳେ|ଏହାସହ ଟ୍ୟାକ୍ସରେ ମଧ୍ୟ ଛୁଟ ମିଳେ|ଏଥିରେ ୧୦ ବର୍ଷରୁ କମ ବୟସ ଝିଅର ଏକାଉଣ୍ଟ୍ ଖୋଲାଯାଇ ପାରିବ|୧୮ ବର୍ଷ ହେବାମାତ୍ରେ ଓନରସିପ ଝିଅକୁ ହସ୍ତାନ୍ତର ହୋଇଥାଏ|

ଏହି ସମୟରେ ଏଥିରେ ଜମା ଟଙ୍କା ଉପରେ ୭.୬% ହାରରେ ସୁଧ ମିଳୁଛି|ଏଥିରେ ନିବେଶ ଫଳରେ ଆୟକର ଟ୍ୟାକ୍ସ ଅଧିନିୟମ ୮୦-ସି ଅନୁସାରେ ଟ୍ୟାକ୍ସ ଛୁଟ ମିଳେ|ଏଥିରେ ବାର୍ଷିକ ୧.୫ ଲକ୍ଷ ଟଙ୍କା ନିବେଶର ଛୁଟ ହାସଲ କରିପାରିବେ|ଏହି ଯୋଜନାରେ ମିଳିବାକୁ ଥିବା ରିଟର୍ଣ ଟ୍ୟାକ୍ସ ଫ୍ରି ହୋଇଥାଏ|ପ୍ରତି ବିତ୍ତ ବର୍ଷ ମାନେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନାରେ ନିବେଶ ଉପରେ ଟ୍ୟାକ୍ସ ଛୁଟ ମିଳେ|

ଏହି ଯୋଜନାରେ ଆପଣ କୈାଣସି ବ୍ୟାଙ୍କ ବା ପୋଷ୍ଟ ଅଫିସ ଯାଇ ଆପଣଙ୍କ ଝିଅ ନାମରେ ଏକାଉଣ୍ଟ୍ ଖୋଲି ପାରିବେ|ଏକାଉଣ୍ଟ୍ ଖୋଲିବା ପରେ ୨୧ବର୍ଷ ପର୍ଯ୍ୟନ୍ତ ବା ଝିଅକୁ ୧୮ ବର୍ଷ ହେବା ପରେ ବିବାହ ପର୍ଯ୍ୟନ୍ତ ଏହାକୁ ଚାଲୁ କରାଯାଇ ପାରିବ|ଝିଅକୁ ୧୮ ବର୍ଷ ହେବାପରେ ଉଚ୍ଚ ଶିକ୍ଷା ପାଇଁ ୫୦% ଉଠାଯାଇ ପାରିବ|

ଏହି ସ୍କିମ ଅନ୍ତର୍ଗତ ଆପଣଙ୍କୁ ପୂରା ୨୧ ବର୍ଷ ଟଙ୍କା ଜମା କରିବାକୁ ପଡ଼ିବ ନାହିଁ, ଏକାଉଣ୍ଟ୍ ଖୋଲିବାର ୧୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଏ|ଝିଅକୁ ୨୧ ବରରଷ ହେବା ପର୍ଯ୍ୟନ୍ତ ସୁଧ ମିଳିବ|ଏଥିରେ ୯ ବର୍ଷ ୪ମାସରେ ଟଙ୍କା ୨ଗୁଣ ହେଵ|

ଯଦି ଆପଣ ଏଥିରେ ମାସିକ ୩୦୦୦ ଟଙ୍କା ନିବେଶ କରନ୍ତି ମାନେ ବାର୍ଷିକ ୩୬୦୦୦ ଟଙ୍କାରେ ୧୪ ବର୍ଷ ପରେ ୭.୬% ଚକ୍ରବୃଧି ସୁଧ ହାରରେ ୯,୧୧,୫୭୪ ଟଙ୍କା ମିଳିବ|୨୧ବର୍ଷ ମାନେ ମ୍ୟାଚୁରିଟିରେ ଏହା ୧୫,୨୨,୨୨୧ ଟଙ୍କା ହୋଇଯିବ|ଯଦି ଆପଣ ଦୈନିକ ୪୧୬ ଟଙ୍କା ଦିଅନ୍ତି ନିଜ ଝିଅ ପାଇଁ ୬୫ ଲକ୍ଷ ଟଙ୍କା ରଖିପାରିବେ|

Leave A Reply

Your email address will not be published.