ଇଏ କେମିତିକା ମମତା ? ତିନି ପିଲାଙ୍କୁ ଧରି ଚଳନ୍ତା ଟ୍ରେନ ଆଗରେ ଡେଇଁପଡ଼ିଲା ମା, ଦୃଶ୍ୟ ଦେଖିଲେ ଛାତି ଫାଟିଯିବ

0

Get real time updates directly on you device, subscribe now.

ସାରା ଦେଶରେ ଆତ୍ମହତ୍ୟାର ମାମଲା କମିବାର ନାଁ ନେଉନାହିଁ | ଲୋକମାନେ ଅଲଗା ଅଲଗା କାରଣ ଦ୍ୱାରା ନିଜ ଜୀବନ ଦେଉଛନ୍ତି | ଦୁଃଖ ତ ସେତେବେଳେ ଆହୁରି ମଧ୍ୟ ବଢିଯାଏ, ଯେତେବେଳେ ଆତ୍ମହତ୍ୟା କରୁଥିବା ଲୋକ ନିଜ ସହିତ ନିରୀହ ପିଲାମାନଙ୍କୁ ମଧ୍ୟ ବଳି ଚଢାଇ ଦିଅନ୍ତି | ବର୍ତ୍ତମାନ ରାଜସ୍ଥାନର ଅଜମେର ଜିଲ୍ଲାର ଏହି ହୃଦୟ ବିଦାରକ ମାମଲାକୁ ହିଁ ନିଅନ୍ତୁ | ଏଠାରେ ଜଣେ ମହିଳା ନିଜ କୋଳରେ ତିନିଜଣ ନିରୀହ ପିଲାକୁ ନେଇ ଚଳନ୍ତା ଟ୍ରେନ ଆଗରେ ଡେଇଁପଡ଼ିଲା |

୩ଜଣ ପିଲା ସହିତ ଟ୍ରେନ ଆଗରେ ଡେଇଁ ପଡିଲା ମା :-

ଏହି ଆଶ୍ଚର୍ଯ୍ୟଜନକ ମାମଲା ଅଜମେରର ଗୋହଲୋତ କଲୋନୀ ପାଖରେ ରେଲୱେପାଖରେ ରେଲୱେ ଟ୍ରାକରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଘଟିଛି | ଏଠାରେ ମାୟା ନାମକ ମହିଳା ନିଜ ୭ ବର୍ଷର ଝିଅ ସୁମନ, ଚାରିବର୍ଷର ଝିଅ ମନୀଷା ଏବଂ ଦେଢ଼ ବର୍ଷର ପୁଅ କୃଷ୍ନାଙ୍କୁ ନେଇ ରେଲୱେ ଟ୍ରାକକୁ ଆସିଯାଇଥିଲେ | ସେ ଏଠାରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିଲେ | ତାପରେ ଟ୍ରେନ ଟ୍ରାକରେ ସ୍ପିଡ଼ରେ ଆସିବା ମାତ୍ରେ ସେ ନିଜର ତିନି ପିଲାଙ୍କ ସହିତ ଟ୍ରେନ ସାମ୍ନାରେ ଡେଇଁ ପଡିଲେ |

ମା ଏବଂ ଝିଅର ମୃତ୍ୟୁ, ପିଲା ହସ୍ପିଟାଲରେ ଭର୍ତ୍ତି :-

ଏହି ଦୁର୍ଘଟଣାରେ ମା ଏବଂ ଦୁଇ ଝିଅଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା | କିନ୍ତୁ ଦେଢ଼ ବର୍ଷର ପୁଅକୁ ରକ୍ତ ଜୁଡୁବୁଡୁ ଥିବା ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏହି ଘଟଣା ପରେ ଅଂଚଳରେ ସମ୍ବେଦନଶୀଳ ବ୍ୟାପି ଯାଇଛି | ଦୁର୍ଘଟଣା ହେବା ମାତ୍ରେ ସେଠାରେ ଲୋକ ଜମା ହୋଇଗଲେ | ଏହାମଧ୍ୟରେ ରେଲୱେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲେ | ଦୁର୍ଘଟଣାକୁ ଦେଖି ସେମାନଙ୍କର ମଧ୍ୟ ଲୋମ ଟାଙ୍କୁରୀ ଉଠିଲା |

ବହୁତ ଗରିବ ଥିଲେ ମହିଳା :-

ପୋଲିସ ଯେତେବେଳେ ଯାଞ୍ଚ ଆରମ୍ଭ କଲା, ସେତେବେଳେ ଜଣାପଡିଲା ଯେ ମହିଳାଙ୍କ ସ୍ୱାମୀଙ୍କ ନାମ ରାମକରଣ ଅଟେ | ସେ ନିଜ ଫ୍ୟାମିଲି ସହିତ ଇନ୍ଦ୍ରା କଲୋନୀରେ ଗୋଟିଏ ଝୁମ୍ପୁଡି ଘରେ ରହୁଥିଲେ | ପରିବାରର ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିଲା | ପୋଲିସ ସନ୍ଦେହ କରୁଛି ଯେ ବୋଧହୁଏ ଗରିବ କାରଣରୁ ତାଙ୍କର ସ୍ୱାମୀ ସହିତ ଝଗଡା ହୋଇଥିବ ଏବଂ ସେ ରାଗରେ ଟ୍ରେନ ଆଗରେ ଡେଇଁପଡ଼ିଲେ | ତେବେ ବର୍ତ୍ତମାନ ଆତ୍ମହତ୍ୟାର ସଠିକ କାରଣର ଖୁଲାସା ହୋଇପାରି ନାହିଁ |

ସ୍ୱାମୀ କହିଲା – ଜଣାନାହିଁ କାହିଁକି କଲେ ସୁସାଇଡ :-

ପୋଲିସ ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ପଚରାଉଚରା କରିଛି | ସ୍ୱାମୀ ରାମକରଣ କହିଛନ୍ତି ଯେ ସେ ମଜୁରୀ କରି ଘର ଖର୍ଚ୍ଚ ଚଳାନ୍ତି | ମଙ୍ଗଳବାର ଦିନ ମଧ୍ୟ ସେ ମଜୁରୀ କାମ ପାଇଁ ବାହାରକୁ ଯାଇଥିଲେ | କିନ୍ତୁ ଯେତେବେଳେ ଘରକୁ ଫେରିଲେ, ସେତେବେଳେ ସେଠାରେ ତାଙ୍କୁ କେହି ବି ଦେଖାଯାଇ ନଥିଲେ |

ତାପରେ ତାଙ୍କୁ ଖବର ମିଳିଲା ଯେ ତାଙ୍କ ସ୍ତ୍ରୀ ପିଲାମାନଙ୍କ ସହିତ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଛନ୍ତି | ସେ ପୋଲିସକୁ କହିଛନ୍ତି ଯେ ଆମ ଭିତରେ ଏମିତି କୌଣସି କଥା ହୋଇନଥିଲା, ଯେଉଁ କାରଣରୁ ସ୍ତ୍ରୀ ଏତେ ବଡ଼ ପଦକ୍ଷେପ ନେଇଗଲେ |

Leave A Reply

Your email address will not be published.