ଆଜି ସରିବ ପଞ୍ଚାୟତ ଇଲେକ୍ସନ,୨୬ ତାରିଖରୁ ଭୋଟ ଗଣତି,ଜାଣନ୍ତୁ କିପରି ଭୋଟ ଗଣତି କରାଯାଏ ?

0

Get real time updates directly on you device, subscribe now.

ଆଜି ସରିବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ। ଭୋଟ ଗଣତି ଆରମ୍ଭ ହେବ ୨୬ ତାରିଖରେ। ପୂର୍ବରୁ ବୁଥରେ ଗଣତି କରାଯାଇ ଫଳାଫଳକୁ ପ୍ରକାଶ କରାଯାଉଥିଲା। ଏଥର କିନ୍ତୁ ଗଣତି ପ୍ରକ୍ରିୟାରେ ହୋଇଛି ପରିବର୍ତ୍ତନ। ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପାଇଁ ହେବ ସେଣ୍ଟ୍ରାଲ କାଉଣ୍ଟିଙ୍ଗ।

ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପାଇଁ ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଂର ବ୍ୟବସ୍ଥା ହୋଇଛି। ୨୬ ତାରିଖ ଦିନ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଜିଲ୍ଲା ପରିଷଦ ଜୋନ ଅନୁସାରେ ନନଷ୍ଟପ ଭୋଟ ଗଣତି ହେବ। ଯେତେ ପର୍ଯ୍ୟନ୍ତ ଗୋଟିଏ ଜୋନର ଗଣତି ଶେଷ ନ ହେବ ସେତେ ପର୍ଯ୍ୟନ୍ତ ଗଣତି ଆଦୌ ବନ୍ଦ ହେବ ନାହିଁ। ଗୋଟିଏ ଜୋନର ଗଣତି ସରିବା ପରେ ଆଉ ଗୋଟିଏ ଜୋନର ଭୋଟ ଗଣତି ଆରମ୍ଭ ହେବ।

କେମିତି ଭୋଟ ଗଣତି ହେବ ସେ ବିଷୟରେ ଜାଣନ୍ତୁ:-

– ୩୧୪ଟି ବ୍ଲକରେ ହେବ ଭୋଟ ଗଣତି। ସେଥିପାଇଁ ସବୁ ବ୍ଲକରେ ଏକ ବଡ ହଲର ବ୍ୟବସ୍ଥା କରାଯାଇଛି।

– ଭୋଟ ଗଣତି କେନ୍ଦ୍ରରେ ପ୍ରତି ଜୋନରେ ଯେତିକି ଗ୍ରାମ ପଂଚାୟତ ରହିଛି ଗଣତି ପାଇଁ ସେତିକି ଟେବୁଲ ମଧ୍ୟ ରହିବ। ଗୋଟଏ ହଲରେ ସର୍ବାଧିକ ୧୦ଟି ଟେବୁଲ ରହିବ।

– ଓଡ଼ିଆ ଆଲଫାବେଟ ଅନୁସାରେ ଗ୍ରାମ ପଞ୍ଚାୟତଗୁଡିକୁ ଏକ ଟେବୁଲ ଦିଆଯିବ।

– ଗୋଟିଏ ଟେବୁଲରେ ଭୋଟ ଗଣତି ପାଇଁ ୪ ଜଣ ଅଧିକାରୀ ରହିବେ। ଜଣେ କାଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଆଉ ଜଣେ ଗ୍ରୁପ ଡ଼ି କର୍ମଚାରୀ ସାମିଲ ରହିବେ।

– କେଉଁ ଦଳ କେଉଁ ଟେବୁଲରେ ବିସିବେ ସେ ନେଇ ଗୁଳା ପଡି ନିଷ୍ପତ୍ତି ନିଆଯିବ।

– ଜିଲ୍ଲା ପରିଷଦ ଜୋନ ଅନୁସାରେ ଗଣନା କରାଯିବ। ଯେଉଁ ବ୍ଲକରେ ୫ଟି ଜିଲ୍ଲାପରିଷଦ ଜୋନ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲ୍ଲାପରିଷଦ ଜୋନରେ ଏହି ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲ୍ଲା ପରିଷଦ ଜୋନ ଥିବ ପ୍ରତ୍ୟେକ ଦିନ ୨ଟି ଜୋନର ଭୋଟ ଗଣତି ହେବ।

– ଜଣେ ପ୍ରାର୍ଥୀଙ୍କ ପାଇଁ ଜଣେ ଲେଖାଏଁ ଏଜେଣ୍ଟ ରହିବେ।

– ଯେତେଜଣ ପ୍ରାର୍ଥୀ ଥିବେ ସେତିକିଟି ଟ୍ରେ ଟେବୁଲରେ ରହିବ। ଆଉ ଗୋଟିଏ ଟ୍ରେ ନାକଚ ବାଲଟ ପେପର ପାଇଁ ରହିବ।

– କାଉଣ୍ଟିଙ୍ଗ ପାଇଁ ଧାର୍ଯ୍ୟ ହୋଇଥିବା ସମୟର ଠିକ ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲକୁ ଅଣା ଯିବ।

– ବାଲଟ ବକ୍ସର ସିଲ ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ତା ପରେ ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ରଖାଯିବ।

– ପ୍ରଥମେ ୱାର୍ଡମେମ୍ବର ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ଭୋଟ ଗଣନା ହେବ।

– ବ୍ଲକ କାର୍ଯ୍ୟାଳୟରେ ଫେଜ ୱାଇଜ ଫଳାଫଳକୁ ଘୋଷଣା କରାଯିବ।

ଚଳିତ ଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ସେଣ୍ଟ୍ରାଲ କାଉଣ୍ଟିଂ ହେଉଥିବାରୁ ବ୍ଲକରେ ହେଉଥିବା ଏହି କାଉଣ୍ଟିଂ ହଲ ବାହାରେ ପ୍ରବଳ ଭିଡ ଜମିବ। କାରଣ ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ଭୋଟ ଗଣତି ଏକାଥରେ ହେବ। ସେଥିପାଇଁ ବାହାରେ ପ୍ରବଳ ଭିଡ ଜମିବ। ଗଣତି ସରିବା ବେଳକୁ ବିଳମ୍ବିତ ରାତି ମଧ୍ୟ ହୋଇପାରେ। ସେଥିପାଇଁ କଣ ସବୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏ ବିଷୟରେ ରାଜ୍ୟ ନିର୍ବାଚନ କମିଶନ ଅପରାହ୍ନରେ ପୋଲିସ ଡିଜିଙ୍କୁ ଡାକି ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.