ମଥାରେ ଲଗାଇବା ପୂର୍ବରୁ ଏମିତି ଚିହ୍ନନ୍ତୁ ଅସଲି ସିନ୍ଦୂର,କାରଣ ନକଲି ସିନ୍ଦୁର ଶରୀରକୁ କ୍ଷତି ପହଞ୍ଚାଇଥାଏ

0

Get real time updates directly on you device, subscribe now.

କୌଣସି ବି ଭାରତୀୟ ବିବାହିତ ମହିଳାଙ୍କ ଶୃଙ୍ଗାର ସିନ୍ଦୂର ବିନା ଅସମ୍ପୂର୍ଣ୍ଣ ବୋଲି ମନାଯାଏ | ପ୍ରତ୍ୟେକ ବିବାହିତା ମହିଳା ନିଜ ମଥାରେ ସ୍ୱାମୀଙ୍କ ନାମର ସିନ୍ଦୂର ନିଶ୍ଚିତ ଲାଗନ୍ତି | ହିନ୍ଦୁ ଧର୍ମରେ ସିନ୍ଦୂରକୁ ବହୁତ ଗୁରୁତ୍ୱ ଦିଆଯାଇଛି | ମଥାରେ ସିନ୍ଦୂର ଲଗେଇବାକୁ ନେଇକରି ଅନେକ ବିଶ୍ୱାସ ଅଛି | ଯେଉଁଥିରେ ସବୁଠାରୁ ପ୍ରସିଦ୍ଧ ହେଉଛି ଏହା ଯେ ସିନ୍ଧୁର ଲଗେଇବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ଲମ୍ବା ହୋଇଥାଏ |

ବଜାରରେ ବିକ୍ରି ହେଉଛି ନକଲି ସିନ୍ଦୂର :-

ଏମିତିରେ ଯେତେବେଳେ ଜଣେ ମହିଳା ତାଙ୍କ ମଥାରେ ସିନ୍ଦୂର ଲାଗନ୍ତି ସେତେବେଳେ ତାଙ୍କ ସୁନ୍ଦରତା ଅହୁରି ମଧ୍ୟ ସୁନ୍ଦର ଭାବେ ସାମ୍ନାକୁ ଆସିଥାଏ | ବଜାରରେ ଆପଣଙ୍କୁ ଅନେକ ପ୍ରକାରର ସିନ୍ଦୁର ମିଳିଯାଇଥାଏ | କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏ ସିନ୍ଦୂର ଅସଲି ନା ନକଲି? ବଜାରରେ ବିକ୍ରି ହେଉଥିବା ଅଧିକାଂଶ ସିନ୍ଦୂର ନକଲି ହୋଇଥାଏ | ଏହି ନକଲି ସିନ୍ଦୂର ମାନଙ୍କରେ ଅନେକ ପ୍ରକାରର କେମିକଲ୍ସ ମିଶାଯାଇଥାଏ | ଏହି କେମିକାଲ ଆପଣଙ୍କ ଶରୀରକୁ କ୍ଷତି ପହଁଞ୍ଜାଇ ପରେ |

ନକଲି ସିନ୍ଦୂରରୁ ହୋଇଥାଏ ଏହି ସମସ୍ୟା.:-

ନକଲି ସିନ୍ଦୂର ମଥାରେ ଲଗେଇବା ଦ୍ୱାରା କେଶ ଝଡ଼ିବା କିମ୍ବା ସ୍କିନ-ଇମ୍ପକ୍ସନ ଭଳି ସମସ୍ୟା ହୋଇପାରେ | ଆଉ ଏମିତିରେ ଏହା ବହୁତ ଜରୁରୀ ଯେ ଆପଣ ଅସଲି କିମ୍ବା ନକଲି ସିନ୍ଦୂରକୁ ଚିନ୍ହିବା ପରେ ହିଁ ସିନ୍ଦୁର କିଣନ୍ତୁ | ଯଦିଓ ସିନ୍ଦୁରକୁ ଦେଖି କରି ଚିହିଁବା ସମ୍ଭବ ନୁହେଁ ଯେ ତାହା ଅସଲି ନା ନକଲି | ନକଲି ଆଉ ଅସଲି ସିନ୍ଦୂର ଦେଖିବାକୁ ଏକା ପରି ହିଁ ହୋଇଥାନ୍ତି | ଏହାକୁ ଚିହିଁବା ପାଇଁ ଏକା ଖାସ ଉପାୟ ଥାଏ |

ଏମିତି କରନ୍ତୁ ଅସଲି ଆଉ ନକଲି ସିନ୍ଦୂରର ଚିନ୍ହଟ :-

ଅସଲି ଆଉ ନକଲି ସିନ୍ଦୂର ଚିହିଁବା ପାଇଁ କିଛି ମାତ୍ରାରେ ସିନ୍ଦୂର ହାତରେ ନିଅନ୍ତୁ ଆଉ ତାକୁ ନେଡିରେ ରଗଡ଼ନ୍ତୁ | ଆଉ ବର୍ତ୍ତମାନ ଏହାକୁ ଫୁଙ୍କି କରି ଉଡେଇବାକୁ ଚେଷ୍ଟା କରନ୍ତୁ | ଯଦି ଏହା ନ-ଉଡେ ଆଉ ହାତରେ ହିଁ ଚିପକୀ କି ରହିଥାଏ ତେବେ ଏହା ନକଲି ସିନ୍ଧୁର ହୋଇଥାଏ | ନକଲି ସିନ୍ଧୁରରେ ଖଡ଼ି, ଚକ, ସିନ୍ଥେଟିକ୍ ରଙ୍ଗ ଆଉ ସୀସା ପରି ଜିନିଷଗୁଡ଼ିକ ମିଶିଥାଏ | ଏଇଥିପାଇଁ ଏହା ହାତରୁ ସହଜରେ ଉଡେ-ନାହିଁ | କିନ୍ତୁ ସେହି ଠାରେ ଅସଲି ସିନ୍ଦୁର ସହଜରେ ପାପୁଲିରୁ ଉଡ଼ିଯିବ |

ଏହିପରି ତିଆରି କରାଯାଏ ଅସଲି ସିନ୍ଦୁର;-

ଏବେ ଆପଣ ଭାବୁଥିବେ କି ପ୍ରକୃତରେ ଏହି ଅସଲି ସିନ୍ଦୁର କେଉଁ ଜିନିଷଗୁଡିକ ରେ ମିଶାଇ ତିଆରି ହୁଏ ? ଆଉ ଏହା ଆମ ଶରୀର ପାଇଁ ନିରାପଦ କି ନୁହେଁ ? ପ୍ରକୃତରେ ଅସଲି ସିନ୍ଦୁର ସମ୍ପୂର୍ଣ୍ଣ ରୂପରେ ପ୍ରାକୃତିକ ହୋଇଥାଏ । ଏହା କ୍ୟାମେଳିଆ ଉଦ୍ଭିଦରେ ତିଆରି କରାଯାଏ । ପ୍ରଥମେ ଏହାର ଫଳରୁ ମଞ୍ଜିକି ବାହାରକରି ଶୁଖା ଯାଇଥାଏ । ଏହା ପରେ ଏଥିରୁ ତିଆରି ପାଉଡରରେ ସିନ୍ଦୁରର ପ୍ରସ୍ତୁତ କରାଯାଏ ।

ଆମର ପରାମର୍ଶ ଏହା ରହିବ କି ପ୍ରତ୍ୟେକ ବିବାହିତା ମହିଳା ରାସାୟନିକ ପଦାର୍ଥରୁ ନିର୍ମିତ ସିନ୍ଦୁରରୁ ଦୂରରେ ରହିବା ଉଚିତ୍ । ଏହା ଆପଣଙ୍କ ଚର୍ମ, କେଶ ଏବଂ ସ୍ୱାସ୍ଥ୍ୟକୁ ବିପଦରେ ପକାଇଥାଏ । ସର୍ବଦା କେବଳ ପ୍ରାକୃତିକ ଉପାୟରେ ନିର୍ମିତ ଅସଲି ସିନ୍ଦୁର ବ୍ୟବହାର କରନ୍ତୁ । ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ ।

Leave A Reply

Your email address will not be published.