ଯଦି ଏହି ୪ଟି ସାଧାରଣ ଲକ୍ଷଣ ଦେଖାଯାଉଛି ତେଵେ କେବେବି ଅଣଦେଖା କରନ୍ତୁ ନାହିଁ, ହୋଇପାରେ କ୍ୟାନ୍ସର…

0

Get real time updates directly on you device, subscribe now.

ଆଜିର ସମୟରେ କ୍ୟାନ୍ସର ଏକ ବଡ ବିପଦ ହୋଇଗଲାଣି|ପୂର୍ବ ୪-୫ ବର୍ଷ ଧରି କ୍ୟାନସରରେ ପିଡିତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି|ଆଜି କଥାହେବା ଓଭାରିଆନ କ୍ୟାନ୍ସର ସମ୍ପର୍କରେ ଯାହାର ମାମୁଲି ଲକ୍ଷଣ ରହିଥାଏ କିନ୍ତୁ ମହିଳାମାନେ ଅଣଦେଖା କରି ଦେଇଥାନ୍ତି|ଟାର୍ଗେଟ ଓଭାରିଆନ କ୍ଯାନ୍ସରର ଏକ ସର୍ବେକ୍ଷଣରେ ମିଳିଛି ଯେ ଅତିକମରେ ଦୁଇ ତୃତୀୟାଂଶ ମହିଳାଙ୍କ ସ୍ରାବ,ପେଟ ଯନ୍ତ୍ରଣା,ପେଟ ପୁରି ରହିବା ଓ ବାରମ୍ବାର ଟଏଲେଟ ଲାଗିବା ଭଳି ଲକ୍ଷଣ ଅଣଦେଖା କରିଥାନ୍ତି|

ସଂସ୍ଥା କହିଛନ୍ତି ଯେ ସରକାରୀ ଯୋଜନାର ଉଦାସୀନତା ଯୋଗୁଁ ମହିଳାମାନେ ତପ୍ତର ହୋଇନଥାନ୍ତି|ଏହି ଲକ୍ଷଣ ପେଟ ସମ୍ବନ୍ଧୀୟ ସମସ୍ୟା ବୋଲି ଅଧିକାଂଶ ମହିଳା ଡାକ୍ତରଙ୍କ ସହ ଦେଖା କରନ୍ତି ନାହିଁ|ଏହା ପେଟ ସମସ୍ୟା ଭଳି ସମାନ ହୋଇଥାଏ|

ସଂସ୍ଥା ଚେତାବନୀ ଦେଇ କହିଛନ୍ତି ଯେ ମହିଳାଙ୍କ ମଧ୍ୟରେ ସଚେତନତା କମ ରହିଛି|ମୁଖ୍ୟ କାର୍ଯ୍ୟକରୀ ଏନ୍ୱନ ଜେନ୍ସ କହିଛନ୍ତି ଲକ୍ଷଣ ଜାଣିବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ|ଆମକୁ ବଡ ଅଭିଯାନ କରିବା ଆବଶ୍ୟକ ଫଳରେ ସେମାନେ ସଚେତନ ହୋଇପାରିବ|

ସେ କହିଛନ୍ତି ଯଦି ଆମେ ଏପରି କରିବା ପ୍ରାଥମିକ ପର୍ଯ୍ୟାୟରେ ବେମାରୀର ଚିକିତ୍ସା କରିପାରିବା ଓ କମ ଲୋକଙ୍କ ଇମରଜେନ୍ସି ଚିକିତ୍ସା ଆବଶ୍ୟକ ହେବ ଫଳରେ କମ ଲୋକଙ୍କ ମୃତ୍ୟୁ ହେବ|

୧୦୦୦ ମହିଳାଙ୍କ ଏକ ସର୍ବେକ୍ଷଣରେ ମିଳିଛି ଯେ ପାଞ୍ଚ ଜଣରେ କେବଳ ଜଣଙ୍କୁ (୨୧%)କୁ ଜଣାଥିଲା ଯେ ସ୍ରାବ ଗୋଟିଏ ଟ୍ୟୁମରର ସଙ୍କେତ ହୋଇପାରେ|ଦୁଇ ତୃତୀୟାଂଶ (୬୮%)କୁ ଜଣାନଥିଲା ଯେ ପେଟରେ ଯନ୍ତ୍ରଣା ହେବା ଏକ ଯନ୍ତ୍ରଣା ସଙ୍କେତ|୯୭% ଲୋକ ଭାବୁଥିଲେ ଯେ ଓଭାରିଆନ କ୍ଯାନ୍ସରର ବଡ ଲକ୍ଷଣ ରହିଛି|୯୯% ଲୋକ ପରିସ୍ରା ଲକ୍ଷଣକୁ ଅଣଦେଖା କରୁଥିଲେ|

ନର୍ଟମ୍ପଟସାୟାରର ଡାକ୍ତର ୱକ୍ଟୋରିଆ ବାର୍ବର‌ କହିଛନ୍ତି ଯେ ଓଭାରିଆନ କ୍ୟାନ୍ସରର ଶିଘ୍ର ଲକ୍ଷଣ ଦେଖାଯାଏ ଯଦି ଆପଣ ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ କିଛି ଅନୁଭବ କରୁଥାନ୍ତି ତେଵେ ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ ଆବଶ୍ୟକ|

Leave A Reply

Your email address will not be published.