କେବେ ସୁଧୁରିବେ ଏହି ଲୋକ ? ବାଇକ୍ ଚଳାଇବା ସମୟରେ ଦୁଇ ହାତରେ ୟୁଜ୍ କଲେ ମୋବାଇଲ,ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲା ।

0

Get real time updates directly on you device, subscribe now.

ବାଇକ ଡ୍ରାଇଭରଙ୍କ ଦ୍ୱାରା କରାଯାଇଥିବା ଅନନ୍ୟ ଷ୍ଟଣ୍ଟ ଉପରେ ଭଡୋଦରା ପୋଲିସ କଠୋରତା ପ୍ରଦର୍ଶନ କରିଛି। ସିସିଟିଭିରେ କଏଦ ହୋଇଥିବା ଫୁଟେଜକୁ ଦେଖିବା ପରେ ପୋଲିସ ବାଇକ ଡ୍ରାଇଭରଙ୍କ ନିକଟକୁ ଇ-ଚାଲଣ ପଠାଇଥିଲା । ଏହି ଘଟଣା ଅନୋଖା ଥିଲା କାରଣ ସେହି ବ୍ୟକ୍ତି ଦୁଇ ହାତରେ ମୋବାଇଲ ଫୋନକୁ ୟୁଜ କରି ବାଇକ ଚଳାଉଥିଲା । ଭିଡିଓ ଫୁଟେଜରେ ମୋଟରସାଇକେଲ ଚାଳକ ବିନା ହେଲମେଟରେ ହାତରେ ଦୁଇଟି ଫୋନ ଧରି ବାଇକ୍ ଚଲାଇଥିବାର ନଜର ଆସିଛନ୍ତି ।

ବାଇକ୍ ଚଳାଇଲା ସମୟରେ ଦୁଇ ହାତରେ ୟୁଜ କରୁଥିଲା ମୋବାଇଲ ।

ବଡୋଦରା ପୋଲିସ ଟ୍ରାଫିକ ନିୟମକୁ ଉଲଘଂନ କରିବା ପାଇଁ ବାଇକ ଡ୍ରାଇଭରକୁ ଇ – ଚାଲାଣ ଜାରି କରିଛି । ସିସିଟିଭି ଫୁଟେଜରେ ଯୁବକ ଜଣକ ଫୋନରେ କଥା ହେଉଥିବା ବେଳେ ବାଇକ୍ ଚଳାଇବା ସମୟରେ ତାଙ୍କ ଦୁଇ ହାତ ଛାଡିଥିବାର ନଜର ଆସିଥିଲେ ଏବଂ ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯଦିଓ ବ୍ୟକ୍ତି ଜଣକ ଏକାଥରକେ ଅନେକ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା କେବଳ ସେହି ବ୍ୟକ୍ତିଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ,ବରଂ ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ମଧ୍ୟ ବିପଦରେ ପଡ଼ିପାରନ୍ତି ।

ମାରାତ୍ମକ ଷ୍ଟଣ୍ଟ ଦ୍ୱାରା ଅନ୍ୟ କେହି ଅନୁପ୍ରାଣିତ ନହୁଅନ୍ତୁ,ସେଇଥିପାଇଁ ପୋଲିସ ଏମିତି କରିଥିଲା ।

ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଏହି ବିପଜ୍ଜନକ ତଥା ମାରାତ୍ମକ ଷ୍ଟଣ୍ଟ ଦ୍ୱାରା ଅନ୍ୟ କେହି ଅନୁପ୍ରାଣିତ ହେବା ଉଚିତ ନୁହେଁ, ତେଣୁ ସେଥିପାଇଁ ବାଇକ୍ ଡ୍ରାଇଭର ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତରେ ମୋଟର ବାହାନ ଚଲେଇବା ସମୟରେ ହେଡ଼ଫୋନ ୟୁଜର ମଧ୍ୟ ଅନୁମତି ନାହିଁ ଆଉ ଭାରତୀୟ ମୋଟର ବାହାନ ଅଧିନିୟମ ଅନୁଯାୟୀ ଡ୍ରାଇଭିଙ୍ଗ କିମ୍ବା ରାଇଡିଙ୍ଗ କରିବା ସମୟରେ ଫୋନ ର ବ୍ୟବହାର କରିବା କଠୋର ନିଷେଧ ଅଟେ । ଗାଡି ଡ୍ରାଇଭିଙ୍ଗ ଆଉ ରାଇଡିଙ୍ଗ ସମୟରେ ହେଡଫୋନ୍ ବ୍ୟବହାର କରିବା ବେଆଇନ ବୋଲି ବେଙ୍ଗାଲୁରୁ ପୋଲିସ କହିଛି।

ହେଲମେଟ ଭିତରେ ଇଅରଫୋନ ଲଗେଇବା ବେଆଇନ ଅଟେ ।

ହେଲମେଟ ତଳେ ଇୟରଫୋନ୍ ଲଗାଇବା ମଧ୍ୟ ବେଆଇନ ଅଟେ । ସେହିଭଳି, ଯଦି ଆପଣ ହେଲମେଟ ତଳେ ସ୍ମାର୍ଟ ଫୋନ୍ ରଖନ୍ତି ତେବେ ପୋଲିସ ଆପଣଙ୍କୁ ଚାଳନା ଦେଇପାରେ | ହେଲେ, କାରରେ ଯାତ୍ରା କରୁଥିବା ଲୋକ ନିଜ କାରରେ ମ୍ୟୁଜିକ୍ ସିଷ୍ଟମ ଦ୍ୱାରା ଗୀତ ଶୁଣନ୍ତି | କିନ୍ତୁ ଏହା ପରେ ମଧ୍ୟ, କାର ଚାଳକ ଆଉ ବାଇକି ଚାଳକ ଉଭୟଙ୍କୁ ହିଁ ହେଡ଼ ଫୋନର ବ୍ୟବହାର କରିବାକୁ ପ୍ରତି-ବନ୍ଧକ ଲଗାଯାଇଛି |

Leave A Reply

Your email address will not be published.