ରାତିରେ ଆପଣଙ୍କୁ ବି ଲାଗୁଛି କି ଦୁଇଥରରୁ ଅଧିକ ପରିସ୍ରା ? ଏହି ଖତରନାକ ବେମାରୀର ହୋଇପାରେ ଲକ୍ଷଣ

0

Get real time updates directly on you device, subscribe now.

ଏପରି ବହୁ ଲୋକ ଅଛନ୍ତି ଯାହାଙ୍କୁ ରାତିରେ ବାରମ୍ବାର ପରିସ୍ରା ଲାଗେ|କ’ଣ ଆଟଣ ଜାଣନ୍ତି କି ରାତିରେ ବାରମ୍ବାର ପରିସ୍ରା ଲାଗିବା ଶରୀର ସମ୍ପର୍କରେ ବହୁ ସଙ୍କେତ ଦେଇଥାଏ|ରାତିରେ ସାମାନ୍ୟରୁ ଅଧିକ ପରିସ୍ରା ଲାଗିବା ସମସ୍ୟାକୁ ମେଡିକାଲ ଭାଷାରେ ନୈକ୍ଟୁରିୟା କୁହାଯାଏ|ଆସନ୍ତୁ ସେ ସମ୍ପର୍କରେ ଜାଣିବା:

ଡାକ୍ତରଙ୍କ କହିବାନୁଯାୟୀ ରାତିରେ ଦୁଇ ଥରରୁ ଉର୍ଦ୍ଧ୍ବ ପରିସ୍ରା ଲାଗିବା ଖରାପ ଶରୀରର ସଙ୍କେତ ଅଟେ|ଯଦି ଆପଣ ରାତିରେ ବାରମ୍ବାର ପରିସ୍ରା ଯାଉଛନ୍ତି ଵା ପରିବର୍ତ୍ତନ ଅନୁଭବ କରୁଛନ୍ତି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ|

ଏକ୍ସପର୍ଟ ଅନୁସାରେ ଏହା ପଛରେ ବହୁ କାରଣ ରହିଛି|ଏହା ସମ୍ପର୍କରେ ଚିନ୍ତା କରିବା ପୂର୍ବରୁ ସାମାନ୍ୟ ଓ କମ ସମ୍ବନ୍ଧିତ ଟ୍ରିଗର୍ସର ଚିହ୍ନଟ ଆବଶ୍ୟକ|କେଫିନ,ଆଲକୋହଲ,ସ୍ମୋକିଙ୍ଗ,ଚିନ୍ତା ଏହାର କାରଣ ହୋଇପାରେ|ଆଲକୋହଲ ବା କାଫିନେଟେଡ ପାନୀୟ ଚାହା ଓ କଫି ଭଳି ମୃଦୁ ପାନୀୟ ଡ୍ୟୁଟେରିକ ଅଟେ|ଏହା ପିଇଲେ ଅଧିକ ପରିସ୍ରା ଲାଗିବ|

ଏହି ସମସ୍ୟା ନୈକ୍ଟୁରିଆ ସହ ଜଡ଼ିତ|ଏହା ଏତେ ଖତରନାକ ନାହିଁ|ଏହା ବୟସ ବୃଦ୍ଧି ଓ ହରମୋନ ପ୍ରଭାବରେ ହୋଇଥାଏ|ଏନ୍ଏଚ୍ଏସ ମୁତାବକ ଏଥିରେ ପରିସ୍ରା ସଂକ୍ରମଣ ବା ଟରିସ୍ରା ମାର୍ଗ ସଂକ୍ରମଣ ସମସ୍ୟା ଦେଖା ଦେଇଥାଏ|

ଏହା ବ୍ୟତୀତ ଅନ୍ୟାନ୍ୟ କାରଣ ମଧ୍ୟରୁ ପ୍ରୋଷ୍ଟ୍ରେଟ କ୍ୟାନସର ସହିତ ଜଡିତ|ଏହା ବ୍ୟତୀତ ଟାଇପ-୨ ଡାଇବେଟିସ ଫଳରେ ମଧ୍ୟ ହୋଇପାରେ|ଏଥିରେ ଓଜନ ହ୍ରାସ,ଗୁପ୍ତାଙ୍ଗ କୁଣ୍ଢେଇ ଓ ଶୋଷ ଲାଗିବା ଭଳି ଲକ୍ଷଣ ରହିଛି|

ଏଥିରୁ ରକ୍ଷାପାଇବା ପାଇଁ ଏହି ଜିନିଷକୁ ଧ୍ୟାନ ଦିଅନ୍ତୁ|ରାତିରେ ଶୋଇବାର ଦୁଇ ଚାରି ଘଣ୍ଟା ପୂର୍ବରୁ କମ ପାଣି ପିଅନ୍ତୁ|ଆଲକହଲ ବା କଫିନ ଶେବନ କରନ୍ତୁ ନାହିଁ|ମସାଲାଦାର ,ଏସିଡିକ ଫୁଡ,ଚକଲେଟ ମିଠେଇ ଭଳି ପଦାର୍ଥ ଠାରୁ ଦୂରରେ ରୁହନ୍ତୁ ଯିଏ ବ୍ଲଡରକୁ ଉତେଜିତ କରିଥାଏ|ଏହାକୁ ନିୟନ୍ତ୍ରଣ ପାଇଁ ପେଲ୍ବିକ ପ୍ଲୋର ବାୟାମ କରନ୍ତୁ|

Leave A Reply

Your email address will not be published.