ଦେଶର ଏହି ୫ ଜଣ ସୁନ୍ଦରୀ ବଡି-ବିଲଡର ମାନଙ୍କୁ ଦେଖିଲେ ଦେହରୁ ବୋହିଯିବ ଝାଳ,ପୁରୁଷମାନଙ୍କୁ ଦିଅନ୍ତି ଟକର !

0

Get real time updates directly on you device, subscribe now.

ଯେତେବେଳେ ବି ବଡି-ବିଲିଡିଙ୍ଗର କଥା ଆସେ, ସବୁବେଳେ ଆମ ମନରେ ପ୍ରଥମେ ପୁରୁଷଙ୍କ ଭାବନା ଆସେ | ସେହିଠାରେ ମହିଳା ମାନଙ୍କୁ ବଡି-ବିଲଡର ଭଳି ଦେଖା ହିଁ ଯାଏ-ନାହିଁ କିନ୍ତୁ ଏହି ମାମଲାରେ ଭାରତର ମହିଳାମାନେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହନ୍ତି | ସେମାନେ ମଧ୍ୟ ପୁରୁଷଙ୍କ ପରି ବଡି-ବିଲିଡିଙ୍ଗର ସୌକ ରଖନ୍ତି ଆଉ ବହୁତ କଠିନ ପରିଶ୍ରମ କରନ୍ତି | ଆମେ ଆପଣଙ୍କୁ ଏହି ପରି ହିଁ 5 ଜଣ ସୁନ୍ଦରୀମାନଙ୍କ ସହ ଦେଖା କରେଇବାକୁ ଯାଉଛୁ ଯାହାଙ୍କର ବଡି ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |

ୟାସ୍ମିନ ଚୌହାନ :-

ଭାତରର ମହିଳା ବଡି-ବିଲଡର ଯେତେବେଳ ବି କଥା ଆସେ ସେତେବେଳେ ସବୁଠାରୁ ପ୍ରଥମ ନାମ ୟାସ୍ମିନ ଚୌହାନ ଙ୍କର ହିଁ ନାମ ଆସେ | ୟାସ୍ମିନ ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି କିନ୍ତୁ ସେ ଗୁଡ଼-ଗାୱର ବାସିନ୍ଦା ଅଟନ୍ତି | 40 ବର୍ଷୀୟା ୟାସ୍ମିନଙ୍କ ବଡି ଦେଖିକରି ଆପଣ ପୁରୁଷଙ୍କର ବଡି ଭୁଲିଯିବେ |

ସିଏ ନିଜ ଶରୀରକୁ ନିଜ ପରିଶ୍ରମ ଦ୍ୱାରା ଏପରି ବନେଇଛନ୍ତି କି ତାଙ୍କର ଗୋଟେ-ଗୋଟେ କଟ୍ସ ମଧ୍ୟ ଦେଖା ଯାଆନ୍ତି | ୟାସ୍ମିନ 2018 ରେ ମିସ୍ ଅଲିମ୍ପିଆ ହୋଇସାରିଛନ୍ତି | ଏହା ସହିତ ସେ IFBB ସମେତ ଦେଶ ତଥା ବିଦେଶରେ ଅନେକ ଟାଇଟଲ୍ ଜିତିସାରିଛନ୍ତି | ସେ ହାଇ ପ୍ରୋଫାଇଲ୍ କ୍ଲାଏଣ୍ଟମାନଙ୍କୁ ଟ୍ରେନିଙ୍ଗ ଦିଅନ୍ତି |

ସୋନାଲି ସ୍ଥାମି :-

ସୋନାଲି ମଧ୍ୟ ଦେଶର ଜଣେ ଜଣା-ଶୁଣା ବଡି-ଵିଲୀଡର ଅଟନ୍ତି | ସେ ଜଣେ ଫିଟ-ନେସ କୋଚ ହେବା ସହିତ ବହୁତ ଭଲ ଡ୍ୟାନ୍ସର ମଧ୍ୟ | ସେ ଜଣେ ଆନ୍ତର୍ଜାତୀୟ ଫିଟନେସ୍ ଆଥଲେଟ୍ ମଧ୍ୟ ଅଟନ୍ତି | ସୋନାଲି 2014 ମସିହାରେ ମସଲମେନିଆ ଆଉ 2016 ମସିହାରେ ଏସିଆନ୍ ଚାମ୍ପିଅନସିପ୍ ଜିତି ବହୁ ନାମ ଅର୍ଜନ କରିଥିଲେ | ଏହା ସହିତ ସୋନାଲି ବିବାହିତ ଅଟନ୍ତି ଆଉ ସେ ନିଜ ପରିବାର ସମ୍ଭାଳବା ସହିତ ନିଜ କ୍ୟାରିୟରକୁ ମଧ୍ୟ ବହୁତ ଭଲ ଭାବେ ସମ୍ଭାଳନ୍ତି |

ଶ୍ୱେତା ମେହେତା :-

ଯଦି ଆପଣ ଟିଭି ଶୋ ରୋଡିଜ୍ ର ଦର୍ଶକ ତେବେ ଆପଣ ଶ୍ୱେତା ମେହେତାଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ | ସେ ରୋଡିଜ୍ ସିଜନ 15 ରେ ଆସିଥିଲେ ଆଉ ସେ ଏହି ଶୋ’ ମଧ୍ୟ ଜିତିଥିଲେ | ବଡି-ବିଲଡର ହେବା ସହିତ ହିଁ ସେ ଜଣେ ଫିଟନେସ୍ ମଡେଲ୍ ମଧ୍ୟ ଅଟନ୍ତି | ବଡି-ବିଲିଡିଙ୍ଗ ସହ ତାଙ୍କ ସୌନ୍ଦର୍ଯ୍ୟର ମଧ୍ୟ କିଛି ତୁଳନା ନାହିଁ | ଶ୍ଵେତା ମଧ୍ୟ ଅନେକ ପ୍ରତିଯୋଗୀତା ଜିତି ସାରିଛନ୍ତି |

ହେଲେ 2019 ମସିହାରେ ଶ୍ଵେତାଙ୍କର ଭୟଙ୍କର ଆକ୍ସିଡେଣ୍ଟ ହୋଇଥିଲା | ଯେଉଁଥିରେ ଶ୍ଵେତାଙ୍କର ବହୁତ ସାରା ହାଡ଼ ଭାଙ୍ଗିଯାଇଥିଲା | ବହୁତ ମାସ ପର୍ଯ୍ୟନ୍ତ ସେ ବେଡ଼ରେ ହିଁ ପଡି ରହିଲେ | ହେଲେ ଏତେ ସବୁ ପରେ ମଧ୍ୟ ଶ୍ଵେତା ନିଜ ସାହସ ହରେଇନଥିଲେ ଠିକ ହେବା ପରେ ପୁଣି ପୂର୍ବ ପରି ଫିଟନେସ୍ ପାଇଗଲେ | ସେ ପ୍ରତିଦିନ ଜିମ୍ ଯାଆନ୍ତି, ଆଉ ଅନ୍ୟ ଝିଅ ମାନଙ୍କୁ ମଧ୍ୟ ଫିଟ ରହିବାର ଉପଦେଶ ଦିଅନ୍ତି |

ଅଙ୍କିତା ସିଂହ :-

ଅଙ୍କିତା ୟୁପିର ସୋନଭଦ୍ରର ବାସିନ୍ଦା ଅଟନ୍ତି | କଲେଜ ଦିନ ମାନଙ୍କରେ କେହିଜଣେ ପୁଅ ତାଙ୍କ ହୃଦୟ ଭାଙ୍ଗିଦେଇଥିଲା | ତାଙ୍କ ପାଇଁ ଚିନ୍ତିତ ହୋଇ ଅଙ୍କିତା ଜିମ୍ ଯିବା ଆରମ୍ଭ କରି ଦେଇଥିଲେ ଆଉ ଏହା ତାଙ୍କର ସୌକ ବନିଗଲା | ସଫ୍ଟୱେର୍ ଇଞ୍ଜିନିଅରିଙ୍ଗର ପାଠ ପଢ଼ିଛନ୍ତି |

ଅଙ୍କିତା ମଧ୍ୟ ଫେମସ ବଡି-ବିଲଡର ଅଟନ୍ତି ଆଉ ସେ ମଧ୍ୟ ବହୁତ ପ୍ରତିଯୋଗିତା ଜିତି ସାରିଛନ୍ତି | ସେ 2015 ରେ ଏସିଆନ୍ ଚାମ୍ପିଅନସିପ୍, ମିସ୍ କର୍ଣ୍ଣାଟକ 2018, 2019 ଆଉ 2021 ପର୍ଯ୍ୟନ୍ତ ମିସ୍ ଇଣ୍ଡିଆ 2021 ପରି ଅନେକ ବଡି-ବିଲିଡିଙ୍ଗ ପ୍ରତିଯୋଗିତାରେ ଜିତିଛନ୍ତି | ଅଙ୍କିତାଙ୍କ ପ୍ରଶଂସକମାନେ ସାରା ଦେଶରେ ଅଛନ୍ତି |

ଦୀପିକା ଚୌଧୁରି :-

ଦୀପିକା ଚୌଧୁରୀ ମଧ୍ୟ ଦେଶର ଜଣେ ଜଣାଶୁଣା ବଡି ବିଲଡର ଅଟନ୍ତି | ସେ ଜଣେ ପାୱାର୍ ଲିଫ୍ଟର୍ ଆଉ ପ୍ରଫେସନାଲ୍ ଆଥଲେଟ୍ ମଧ୍ୟ ଅଟନ୍ତି | ଦୀପିକା ଜଣେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିର ପୁନେରେ ଅଫିସର ଅଛନ୍ତି | ସେ ଦେଶରେ ପ୍ରଥମ ଥର ପାଇଁ IFBB ପ୍ରତିଯୋଗିତାରେ ଜିତିଥିଲେ | ଏହା ସହିତ ସେ ଅନେକ ଟାଇଟଲ୍ ତାଙ୍କ ନାମରେ ଜିତିଛନ୍ତି | ଦୀପିକାଙ୍କର ଫ୍ୟାନ୍ସ ଫଲୋଇଂ ମଧ୍ୟ ବହୁତ ବେଶି ଅଟନ୍ତି ଆଉ ତାଙ୍କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି |

Leave A Reply

Your email address will not be published.