ଭଗବାନ ଗଢିଲେ ସୁନ୍ଦର ଯୋଡି,ଜାଣନ୍ତୁ ଏହି କପଲଙ୍କ ଲଭ ଷ୍ଟୋରି, ବିବାହର ଫଟୋ ଦେଖିଲେ ମନ ଖୁସି ହେଇଯିବ

0

Get real time updates directly on you device, subscribe now.

୫୪ ଇଞ୍ଚର ବର କଲା ୫୦ ଇଞ୍ଚର କନ୍ୟା ସହିତ ବିବାହ :-

ବାସ୍ତବରେ ଯୋଧପୁର ସହରରେ ବର କନ୍ୟା ହୋଇଥିବା ଗୋଟିଏ କପଲ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି | ଏହି କପଲଙ୍କର ବିଶେଷ କଥା ଏହା ଯେ ଏ ଦୁହିଁଙ୍କର ହାଇଟ ବହୁତ କମ ଥିଲା | ବର ୫୪ ଇଞ୍ଚର ଥିଲା ଏବଂ କନ୍ୟା ୫୦ ଇଞ୍ଚର ଥିଲା | ବରର ନାମ ପବନ ଏବଂ କନ୍ୟାର ନାମ ଶିବାନୀ ଅଟେ |

ବର ଇଞ୍ଜିନିୟର ଏବଂ କନ୍ୟା ଆର୍ଟିଷ୍ଟ :-

ପବନ ଏବଂ ଶିବାନୀ ନିଜ ବିବାହ ପାଇଁ ବହୁତ ଖୁସି ଅଛନ୍ତି | ପବନଙ୍କ ମାମା ବଣ୍ଟୁସା କହିଛନ୍ତି ଯେ ବରର ବୟସ ୨୯ ବର୍ଷ ଅଟେ | ସେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟେ | ସେହିପରି କନ୍ୟା ଜଣେ ଆର୍ଟିଷ୍ଟ ଅଟନ୍ତି | ସେ ପେନ୍ସିଲ ସ୍କେଚ କରିବାରେ ପାରଙ୍ଗମ | ଦୁହିଁଙ୍କର ପ୍ରକୃତ ବହୁତ ଭଲ |

ଏହିପରି ଭାବେ ହୋଇଥିଲା ପ୍ରଥମ ଦେଖା :-

ବର ପବନ ମିଡ଼ିଆ ସହିତ କଥାବାର୍ତ୍ତା ହୋଇ କହିଛନ୍ତି ଯେ ମୋର ଏବଂ ଶିବାନୀଙ୍କର ପ୍ରଥମ ଦେଖା ମାଉସୀଙ୍କ ଘରେ ହୋଇଥିଲା | ଏହି ପ୍ରଥମ ଦେଖାରେ ହିଁ ପବନଙ୍କ ହୃଦୟ ଶିବାନୀ ପାଇଁ ଘର ତୋଳିଦେଲା | ସେ ଅନୁଭବ କଲେ ଯେ ଇଏ ହିଁ ତାଙ୍କ ସ୍ୱପ୍ନର ରାଜକୁମାରୀ | ସେ ଭାବିଲେ ଯେ ବର୍ତ୍ତମାନ ମୋ ଲାଇଫ ସେଟ ହୋଇଗଲା |

ଏଠାରେ ଶିବାନୀ ଏବଂ ପବନଙ୍କ ମଧ୍ୟରେ ବହୁତ କଥା ହେଲା | ଦୁହିଁଙ୍କୁ ପରସ୍ପରର ପ୍ରକୃତି ବହୁତ ଭଲ ଲାଗିଲା | ପ୍ରଥମେ ଦୁହେଁ ପରସ୍ପରର ନମ୍ବର ନେଇ ବନ୍ଧୁତାକୁ ଆଗକୁ ବଢ଼ାଇଲେ ଏବଂ ତାପରେ ଯେତେବେଳେ ପ୍ରେମ ହେଲା, ସେତେବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ |

ବିବାହରେ ଅତିଥିମାନେ ବହୁତ ସେଲ୍ଫି ନେଲେ :-

ପବନ ଏବଂ ଶିବାନୀ ଫେବୃଆରୀ ୧୮ ତାରିଖରେ ଶୁକ୍ରବାର ଦିନ ବିବାହ କଲେ | ଏହି ବିବାହରେ ତାଙ୍କର ନିକଟ ସମ୍ପର୍କୀୟ ଏବଂ ସାଙ୍ଗମାନେ ସାମିଲ ହୋଇଥିଲେ | ଏହି ବିବାହକୁ ନେଇ ଅତିଥିମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଲା | ସମସ୍ତେ ବର କନ୍ୟାଙ୍କ ସହିତ ସେଲ୍ଫି ନେବାପାଇଁ ଭିଡ଼ କଲେ | ସେହିପରି ବଡ଼ ବଡ଼ ବୟସ୍କ ଲୋକମାନେ ସେମାନଙ୍କୁ ଆଶୀର୍ବାଦ ଦେଲେ |

ଲୋକେ କହିଲେ – ଭଗବାନ ତିଆରି କରିଦେଲେ ଏହି ଯୋଡି :-

ସେପଟେ ସୋସିଆଲ ମିଡିଆରେ ପବନ ଏବଂ ଶିବାନୀଙ୍କ ବିବାହର ଫଟୋ ବହୁତ ଭାଇରଲ ହେଉଛି | ଲୋକମାନଙ୍କୁ ଦୁହିଁଙ୍କ ଯୋଡି ବହୁତ ଭଲ ଲାଗୁଛି | ଲୋକମାନେ ଏହି ବିବାହକୁ ଦେଖି କହୁଛନ୍ତି ‘ଭଗବାନ ଯୋଡି ତିଆରି କରିଦେଲେ’ |

Leave A Reply

Your email address will not be published.