PM Mudra Loan Yojana : ବିଜନେସ କରିବା ହେଲା ସହଜ, ପିଏମ ମୁଦ୍ରା ଯୋଜନାରେ ୧୦ ଲକ୍ଷ ଟଙ୍କା ସହିତ ମିଳୁଛି ଅନେକ ଫାଇଦା,ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

PM Mudra Yojana: ଯଦି ଆପଣ ମଧ୍ୟ ନିଜ ବିଜନେସ ଆରମ୍ଭ କରିବାପାଇଁ ପ୍ଲାନ କରୁଛନ୍ତି ଏବଂ ପଇସା ପାଇଁ ସମସ୍ୟା ଆସୁଛି, ତେବେ ଆପଣ ସରକାରଙ୍କ ସାହାଯ୍ୟ ଦ୍ୱାରା ନିଜର ବିଜନେସ ଆରମ୍ଭ କରିପାରିବେ | ପିଏମ ମୁଦ୍ରା ଲୋନ ଯୋଜନା ସରକାରଙ୍କ ଏମିତି ଗୋଟିଏ ସ୍କିମ ଅଟେ, ଯାହା ଅଧୀନରେ ଆପଣଙ୍କୁ ଲୋନ ମିଳିପାରେ | ବିଶେଷକରି ଆପଣ ନିଜ ଘରର କୌଣସି ମହିଳାଙ୍କ ନାମରେ ଆବେଦନ କରନ୍ତି, ତେବେ ଆପଣଙ୍କୁ ସହଜରେ ଲୋନ ମିଳିଯିବ | ଆସନ୍ତୁ ଆପଣଙ୍କୁ କହିବୁ ଏହି ଯୋଜନାର ଫାଇଦା ଏବଂ ଲୋନ ଆବେଦନ ପ୍ରକ୍ରିୟା ବିଷୟରେ |

କେତେ ମିଳିପାରିବ ଲୋନ :-

ଏହି ଯୋଜନାରେ ଆବେଦନକାରୀଙ୍କୁ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଲୋନ ମିଳିପାରିବ | ଏଥିରେ ୩ ପ୍ରକାରର ଲୋନ ଦିଆଯାଉଛି | ପ୍ରଥମ ଶିଶୁ, ଦ୍ୱିତୀୟ କିଶୋର ଏବଂ ତୃତୀୟ ତରୁଣ ଲୋନ | ଶିଶୁ ଲୋନରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିପାରିବ | କିଶୋରରେ ୫୦ ହଜାରରୁ ୫ ଲକ୍ଷ ଏବଂ ତରୁଣ ଲୋନରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯାଇପାରିବ | ଏପରି ପରିସ୍ଥିତିରେ ଆବେଦନକାରୀ ନିଜ ହିସାବରେ ସ୍ଥିର କରିପାରିବେ ଯେ ତାଙ୍କୁ କେଉଁ ଲୋନ ନେବାକୁ ପଡିବ |

ମହିଳା ଆବେଦନକାରୀଙ୍କ ଶୀଘ୍ର ମିଳିବ ଲୋନ :-

କେନ୍ଦ୍ର ସରକାର ଏହି ସମୟରେ ଦେଶର ମହିଳାମାନଙ୍କୁ ଜାଗ୍ରତ କରିବାପାଇଁ ଅନେକ ଯୋଜନା ମଧ୍ୟ ଚଳାଉଛନ୍ତି | ସରକାରଙ୍କ ଏହି ଯୋଜନାରେ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି | ଯଦି ଆପଣ ମଧ୍ୟ କୌଣସି ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଲୋନ ନେବା ସମୟରେ ନିଜ ଘରର ମହିଳାଙ୍କ ନାମ ଦିଅନ୍ତୁ | ମହିଳା ଆବେଦନକାରୀଙ୍କ ନାମରେ ଆପଣଙ୍କୁ ଲୋନ ମିଳିବାର ସମ୍ଭାବନା ବଢ଼ିଯିବ |

କେଉଁମାନେ କରିପାରିବେ ଆବେଦନ :-

ଏହି ଯୋଜନାରେ ଲୋନ ପାଇଁ ମହିଳା କିମ୍ବା ପୁରୁଷ ଯେ କେହି ମଧ୍ୟ ଆବେଦନ କରିପାରିବେ | ଏଥିପାଇଁ ଆପଣଙ୍କୁ ବଛା ଯାଇଥିବା ସରକାରୀ ଏବଂ ପ୍ରାଇଭେଟ ବ୍ୟାଙ୍କର ବ୍ରାଞ୍ଚକୁ ଯିବାକୁ ପଡିବ ଏବଂ ସେଠାକୁ ଯାଇ ଏଥିପାଇଁ ଆବେଦନ କରିବାକୁ ପଡିବ | ଆବେଦନକାରୀଙ୍କୁ ବ୍ୟାଙ୍କକୁ ଯାଇ ଏହାସହିତ ଜଡିତ ସମସ୍ତ ସୂଚନା ମଧ୍ୟ ମିଳିଯିବ | ଏଥିପାଇଁ ଆପଣ ଅନଲାଇନ ଆବେଦନ ମଧ୍ୟ କରିପାରିବେ |

୧୮ ବର୍ଷରୁ ଅଧିକ ହେବା ଉଚିତ ବୟସ :-

ଏହା ଅଧୀନରେ ବିଜନେସ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ | କାରଣ ୧୮ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ଲୋନ ଦିଆଯିବ ନାହିଁ |

କେଉଁଠାରେ ମିଳିବ ଲୋନ :-

ଏହି ଲୋନ ଦେଶର ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକରୁ ନିଆଯାଇପାରିବ | ଏହାବ୍ୟତୀତ ଆପଣ ପ୍ରାଇଭେଟ ସେକ୍ଟରର ଆକ୍ସିସ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସିଟି ୟୁନିଅନ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଜାମ୍ମୁ ଆଣ୍ଡ କାଶ୍ମୀର ବ୍ୟାଙ୍କ, କର୍ଣ୍ଣାଟକ ବ୍ୟାଙ୍କ, କରୁର ଭେଇସ୍ୟ ବ୍ୟାଙ୍କ, କୋଟକ ମହିନ୍ଦ୍ରା, ନୈନିତାଲ ବ୍ୟାଙ୍କ, ସାଉଥ ଇଣ୍ଡିଆନ ବ୍ୟାଙ୍କ ଏବଂ ୟସ ବ୍ୟାଙ୍କ ଏବଂ ଆଇଡିଏଫସି ବ୍ୟାଙ୍କ ସାମିଲ ଅଛି | ଏହାସହିତ ଆପଣ ରୁରଲ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ, ନନ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ଏବଂ ମାଇକ୍ରୋ ଫାଇନାନ୍ସ କମ୍ପାନୀରୁ ମଧ୍ୟ ମୁଦ୍ରା ଲୋନ ନେଇପାରିବେ |

ସ୍ଟେପ ଟୁ ସ୍ଟେପ- ମୁଦ୍ରା ଯୋଜନା ଅଧୀନରେ ଲୋନ, କେମିତି ଆବେଦନ କରିବେ ମୁଦ୍ରା ଲୋନ :-

୧. ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଏହାର ୱେବସାଇଟ http://www.mudra.org.in/ କୁ ଯାଇ ଲୋନ ଆପ୍ଲିକେସନ ଫର୍ମ ଡାଉନଲୋଡ଼ କରିବାକୁ ପଡିବ |

୨. ଏଠାରେ ଶିଶୁ ଲୋନ ପାଇଁ ଫର୍ମ ଅଲଗା ଅଟେ ଏବଂ ତରୁଣ ଏବଂ କିଶୋର ଲୋନ ପାଇଁ ଫର୍ମ ଗୋଟିଏ ହିଁ ଅଟେ |

୩. ଲୋନ ଆପ୍ଲିକେସନ ଫର୍ମରେ ମୋବାଇଲ ନମ୍ବର, ଆଧାର ନମ୍ବର, ନାମ ଇତ୍ୟାଦିର ସୂଚନା ଦିଅନ୍ତୁ |

୪. ନିଜର ପାସପୋର୍ଟ ଫଟୋ ଲଗାନ୍ତୁ |

୫. ଫର୍ମ ପୂରଣ କରିବାପରେ ଯେକୌଣସି ସାର୍ବଜନିକ କିମ୍ବା ପ୍ରାଇଭେଟ ବ୍ୟାଙ୍କକୁ ଯାଆନ୍ତୁ ଏବଂ ସବୁ ପ୍ରକ୍ରିୟାକୁ ପୁରା କରନ୍ତୁ |

୬. ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଆପଣଙ୍କ ଠାରୁ କାମ ବିଷୟରେ ସୂଚନା ନେଇଥାଏ | ଏହି ଆଧାରରେ ଆପଣଙ୍କୁ PMMY ଲୋନ ମିଳିଥାଏ |

Leave A Reply

Your email address will not be published.