୫ ଦିନ ପରେ ପିଲାଦିନର ପ୍ରେମ ସହିତ ହେବାକୁ ଯାଉଥିଲା ଯବାନଙ୍କ ବିବାହ, କିନ୍ତୁ ଉଠିଲା ଶବ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବହୁତ କମ ଲୋକଙ୍କ ଭାଗ୍ୟରେ ଥାଏ ଯେ ସେମାନେ ନିଜ ପିଲାଦିନର ପ୍ରେମକୁ ବିବାହ ପର୍ଯ୍ୟନ୍ତ ପହଞ୍ଚାଇ ପାରନ୍ତି | କିନ୍ତୁ ଛତିଶଗଡ଼ର ବିଜାପୁରର ଗୋଟିଏ କପଲ ନିଜ ପିଲାଦିନର ପ୍ରେମକୁ ବିବାହ ପର୍ଯ୍ୟନ୍ତ ନେଇ ଆସିଥିଲେ, ସେମାନେ ନିଜକୁ ବହୁତ ଭାଗ୍ୟବାନ ଭାବୁଥିଲେ | କିନ୍ତୁ ବିବାହ ହେବା ପୂର୍ବରୁ ହିଁ ଭାଗ୍ୟ ତାର ଖେଳ ଖେଳିଦେଲା ଏବଂ ଭାଗ୍ୟବାନ ଦେଖୁ ଦେଖୁ ଭାଗ୍ୟହୀନ ହୋଇଗଲା ଏବଂ ଦୁର୍ଭାଗ୍ୟ ଦୁହିଁଙ୍କୁ ସବୁଦିନ ପାଇଁ ଅଲଗା କରିଦେଲା | ନିଜର ପିଲାଦିନର ପ୍ରେମ ଏବଂ ହେବାକୁ ଯାଉଥିବା ଜୀବନସାଥୀକୁ ହରାଇ କନ୍ୟାର କାନ୍ଦି କନ୍ଦେଇଉ ଅବସ୍ଥା ଖରାପ ହୋଇଗଲାଣି | ସେ ବାରମ୍ବାର ନିଜ ପ୍ରେମକୁ ପଚାରୁଛି ଯେ ତୁମେ କାହିଁକି ତୁମ କଥା ରଖିଲାଣି…କାହିଁକି…କାହିଁକି ?

ଦୁର୍ଘଟଣାରେ CRPF ଯବାନଙ୍କ ମୃ-ତ୍ୟୁ :-

ଛତିଶଗଡରେ CRPF ର ବସ୍ତରିଆ ବଟାଲିୟନର ଜଣେ ଯବାନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି | ଯବାନ ବିଜୟ ମରପଲିଙ୍କ ବୟସ ୨୫ ବର୍ଷ ଥିଲା | ଆଗାମୀ ଫେବୃଆରୀ ୨୪ ତାରିଖରେ ତାଙ୍କର ବିବାହ ବିଜାପୁରରେ ହେବାର ଥିଲା | ବିବାହର ପାଞ୍ଚ ଦିନ ପୂର୍ବରୁ ଗତ ଫେବୃଆରୀ ୧୯ ତାରିଖରେ ବିଜୟ ମରପଲିଙ୍କର ମୃତ୍ୟୁ ହୋଇଗଲା | ଫେବୃଆରୀ ୧୭ ରେ ଏକ ସଡକ ଦୁର୍ଘଟଣାରେ ସେ ଆହତ ହୋଇଯାଇଥିଲେ | ଘଟଣା ପରଠାରୁ ସାରା ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି | ଫେବୃଆରୀ ୨୪ ତାରିଖରେ ତାଙ୍କର ବିବାହ ହେବାର ଥିଲା | ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ପରେ ବରର ପରିବାର ସହିତ ହେବାକୁ ଯାଉଥିବା କନ୍ୟାର ଗାଁରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି |

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିଜାପୁରର କେସଇ ଗୁଡା ଗାଁର ବାସିନ୍ଦା ବିଜୟ ମରପଲି CRPF ର ବସ୍ତରିଆ ବଟାଲିଅନର ବାସାଗୁଡା କ୍ୟାମ୍ପରେ ନିୟୋଜିତ ଥିଲେ | ଫେବୃଆରୀ ୨୪ ରେ ହେବାକୁ ଥିବା ବିବାହ ପାଇଁ ସେ ଫେବୃଆରୀ ୩ ତାରିଖରୁ ଛୁଟିରେ ଥିଲେ | ଏହି ସମୟରେ ସେ ନିଜ ବିବାହ କାର୍ଡ ଏବଂ ସମ୍ପର୍କୀୟଙ୍କୁ ପୋଷାକ ବଣ୍ଟନ କରୁଥିଲେ | ଗତ ଫେବୃଆରୀ ୧୭ ତାରିଖରେ ସେ ବିବାହ କାର୍ଡ ବାଣ୍ଟିବା ଏବଂ ନିକଟ ସମ୍ପର୍କୀୟଙ୍କୁ ପୋଷାକ ଦେବା ପାଇଁ ଯାଇଥିଲେ | ଏଠାରୁ ଫେରୁଥିବା ବେଳେ ତାଙ୍କ ବାଇକ ଅନିୟନ୍ତ୍ରଣ ହୋଇ ନେସନାଲ ହାଇୱେରେ ଖସିପଡିଲା | ଭୋପାଳପଟନମରେ ପ୍ରଥମ ଚିକିତ୍ସା ପରେ ତାଙ୍କୁ ବିଜେପୁର ଜିଲ୍ଲା ଚିକିତ୍ସାଳୟକୁ ରେଫର କରାଯାଇଥିଲା | ଏଠାରୁ ପରିବାର ଲୋକେ ତାଙ୍କୁ ତେଲେଙ୍ଗାନାର ଏନମାକୋଣ୍ଡାକୁ ନେଇଗଲେ, ଯେଉଁଠାରେ ଚିକିତ୍ସା ସମୟରେ ଗତ ଫେବୃଆରୀ ୧୯ ରେ ବିଜୟ ମୃତ୍ୟୁବରଣ କଲେ |

ପିଲାଦିନରୁ ଥିଲା ପ୍ରେମ ସମ୍ପର୍କ :-

ବିଜୟଙ୍କ ଭାଇ ବିନୋଦ କହିଛନ୍ତି ଯେ ଯେଉଁ ଝିଅ ସହିତ ତାଙ୍କର ଗତ ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା, ତା ସହିତ ତାଙ୍କ ବିବାହ ଫେବୃଆରୀ ୨୪ ତାରିଖରେ ହେବାକୁ ଯାଉଥିଲା | ୧୫ ବର୍ଷର ବୟସରେ ହିଁ ଏହି ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଯାହା ପ୍ରେମରେ ବଦଳି ଯାଇଥିଲା | କିନ୍ତୁ ବିବାହ ପୂର୍ବରୁ ବଡ଼ ଅଘଟଣ ହୋଇଗଲା |

କନ୍ୟାର କାନ୍ଦି କାନ୍ଦି ଅବସ୍ଥା ଖରାପ :-

ଦୁର୍ଘଟଣା ପରେ ବିଜୟଙ୍କର ହେବାକୁ ଯାଉଥିବା ସ୍ତ୍ରୀ ତଥା ପ୍ରେମିକା ରେଶମାଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ସାରିଲାଣି | ସେ କାନ୍ଦି କାନ୍ଦି କହୁଛନ୍ତି ସ୍କୁଲ ଦିନରୁ ହିଁ ବିଜୟ ଏବଂ ତାଙ୍କ ମଧ୍ୟରେ ପ୍ରେମ ହୋଇଥିଲା | ରେଶମା କହିଛନ୍ତି, ଆମେ ଏହି ପ୍ରେମକୁ ସାରା ଜୀବନ ରଖିବାକୁ ଚାହୁଁଥିଲୁ, କିନ୍ତୁ ଆମ ପ୍ରେମ ଭିତରେ ଦୁର୍ଭାଗ୍ୟ ଆସିଗଲା | ବିଜୟ ନିଜ ପ୍ରେମକୁ ଭଲ ଘର ତିଆରି କରିବା ଏବଂ ଭଲ ଜୀବନ ଜିଇଁବାର କଥା ଦେଇଥିଲେ, ଅନେକ ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ସେ ତାଙ୍କ କଥା ଭାଙ୍ଗିଦେଲେ ଏବଂ ମତେ ସବୁଦିନ ପାଇଁ ଛାଡି ଚାଲିଗଲେ |

Leave A Reply

Your email address will not be published.