ଏଲୋନ ମୁସ୍କଙ୍କୁ ମିଳିଗଲା ନୂଆ ଗର୍ଲପ୍ରେଣ୍ଡ,ତାଙ୍କଠାରୁ 23 ବର୍ଷ ସାନ ଅଟେ ଏହି ହଟ ଝିଅ

0

Get real time updates directly on you device, subscribe now.

ଏଲୋନ୍ ମସ୍କ କୁ କିଏ ନଜାଣନ୍ତି । ସେ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଆଉ ସେ ଟେସ୍ଲା ପରି ଅନେକ ବଡ ବଡ଼ କମ୍ପାନୀର ମାଲିକ ଅଟନ୍ତି । ଟ୍ରିଲିୟନଅର୍ସ ବ୍ୟବସାୟିକ ଧନ ଦୃଷ୍ଟିରୁ ସେ ଦୀର୍ଘ ସମୟ ଧରି ଏକ ନମ୍ବର ପଦବୀରେ ରହିଆସିଛନ୍ତି । ଆପଣ ନିଶ୍ଚିତ ଭାବରେ ଏଲୋନ୍ ଙ୍କ ବ୍ୟବସାୟିକ ଜୀବନ ବିଷୟରେ ଜାଣିଥିବେ କିନ୍ତୁ କଣ ଆପଣ ଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଅଛି କି ।

କଣ ଆପଣ ଜାଣିଛନ୍ତି କି ଏଲୋନ୍ ଙ୍କ ଜୀବନରେ ଜଣେ ହର୍ଟ ଯୁବତୀ ଆସିସାରିଛନ୍ତି । ଆଜ୍ଞା ହଁ ବ୍ୟବସାୟୀଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି ଆଉ ତାଙ୍କୁ ନୂଆ ଗାର୍ଲଫ୍ରେଣ୍ଡ ବି ମିଳିଯାଇଛି ଯିଏ ବହୁତ ହର୍ଟ ଅଟନ୍ତି । ଚାଲନ୍ତୁ ସେ କିଏ ଆମେ ଆପଣଙ୍କୁ ଜଣେଇବୁ ।

ଅଷ୍ଟ୍ରେଲିଆର ନତାଶା ହେଉଛନ୍ତି ନୂଆ ପ୍ରେମିକା

ଏଲୋନ୍ ମସ୍କଙ୍କ ନୂଆ ଗାର୍ଲଫ୍ରେଣ୍ଡର ନାମ ହେଉଛି ନତାଶା ଆଉ ସେ ଅଷ୍ଟ୍ରେଲିଆର ବାସିନ୍ଦା । ନତାଶାଙ୍କୁ ଏହି ସମୟରେ 27ବର୍ଷ ହେଇଥିବାବେଳେ ଏଲୋନ୍ ତାଙ୍କ ଠାରୁ 23 ବର୍ଷ ବଡ଼ ଅଟନ୍ତି । ଫେବୃଆରୀ 17 ରେ 50 ବର୍ଷିୟ ବିଲିୟନେୟାର ବ୍ୟବସାୟୀ ଆଉ ନତାଶାଙ୍କ ସମ୍ପର୍କର ଖୁଲାସା ହୋଇଥିଲା ।
ନତାଶା ସେହି ସମୟରେ ଏଲୋନ୍ ଙ୍କର ପ୍ରାଇଭେଟ ଜେଟ୍ ରୁ ବାହାରକୁ ବାହାରୁଥିଲେ । ସେତେବେଳେ ତାଙ୍କୁ ପ୍ରଥମଥର ଦେଖାଯାଇଥିଲା । ଏହା ପରେ ଯେତେବେଳେ ଅନୁସନ୍ଧାନ କରାଗଲା ସେତେବେଳ ଜଣାପଡିଲା କି ସେ ହେଉଛନ୍ତି ଅଷ୍ଟ୍ରେଲିଆର ସିଡ଼ନୀ ସହରର ଅଭିନେତ୍ରୀ ନତାଶା ବ୍ୟାସଟ୍ । ଉଭୟ କିଛି ସମୟ ପୂର୍ବରୁ ହିଁ ସମ୍ପର୍କକୁ ଆସିଛନ୍ତି ।

19 ବର୍ଷରେ ନ୍ୟୁୟର୍କକୁ ଆସିଥିଲେ ।

ନତାଶା ଆରମ୍ଭରୁ ଅଭିନୟ କରିବାକୁ ଭଲ ପାଉଥିଲେ ।

ଏହି କାରଣରୁ ସେ 19 ବର୍ଷ ବୟସରେ ହିଁ ସିଡନୀରୁ ନ୍ୟୁୟର୍କକୁ ଚାଲି ଆସିଥିଲେ ଏବଂ ସେଇଠାରେ ଡ୍ରାମା ସ୍କୁଲରେ ଆଡମିଶନ ନେଇଥିଲେ । ନତାଶା ଯେତେବେଳେ ମାତ୍ର 14 ବର୍ଷ ବୟସ ହୋଇଥିଲେ,ସେତେବେଳେ ଠାରୁ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ ଏବଂ ରୋମିଓ ଜୁଲିଏଟ୍ ନାଟକରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ନତାଶା ଅନେକ ଟିଭି ଶୋ ରେ ମଧ୍ୟ କାମ କରିସାରିଛନ୍ତି । ସେ ଜର୍ଜ କ୍ଲୁନିଙ୍କ ଠାରୁ ନେଇକି ବ୍ରିଟନି ସ୍ପାୟର୍ସଙ୍କ ପରି ବଡ ଅଭିନେତାମାନଙ୍କ ସହ ମଧ୍ୟ ନିଜ ଅଭିନୟର ଯାଦୁ ବିସ୍ତାର କରିସାରିଛନ୍ତି । ତାଙ୍କୁ ବର୍ତ୍ତମାନ ଟମ ହ୍ୟାଙ୍କଙ୍କ ସହ ଫିଲ୍ମ ‘ଏଲ୍ଭିସ’ରେ ମଧ୍ୟ ଦେଖିବାକୁ ମିଳିବ।

ଗତବର୍ଷ ହୋଇଥିଲା ଏଲୋନ୍ ଙ୍କର ବ୍ରେକ୍ଅପ୍

ଏଲୋନ ଗତବର୍ଷ ହିଁ ନିଜ ପ୍ରେମିକା ଗ୍ରୀମ୍ସଙ୍କ ସହ ବ୍ରେକ୍ଅପ୍ କରିଦେଇଥିଲେ । ଦୁହିଁଙ୍କର ଅଫେୟାର ତିନି ବର୍ଷ ଚାଲିଥିଲା ଆଉ ଉଭୟଙ୍କର ଗୋଟେ ପୁଅ ବି ଅଛି । ଗ୍ରୀମ୍ସ ଜଣେ ପପ୍ ଗାୟିକା ଅଟନ୍ତି ଏବଂ ସେ ଅଧିକାଂଶ ସମୟ ଲସ୍ ଆଞ୍ଜେଲସରେ ବିତାଇଥାନ୍ତି ।ଏଲୋନ୍ କାମରେ ବ୍ୟସ୍ତ ରାହୁଥିବାର କଥା କହି ବ୍ରେକ୍ଅପ୍ କରିଥିଲେ । ସେ କହିଛନ୍ତି ଯେ ସେ ଟେସ୍ଲା ଏବଂ ସ୍ପେସ୍ ଏକ୍ସର କାର୍ଯ୍ୟରେ ବହୁତ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କ ପାଖରେ ସମୟ ନାହିଁ । କିନ୍ତୁ ସେ କହିଛନ୍ତି ଯେ ସେ ଏବଂ ଗ୍ରୀମ୍ସ ପରସ୍ପରକୁ ସବୁଦିନ ପାଇଁ ଭଲ ପାଇବା ଜାରି ରଖିବେ

ମଙ୍ଗଳରେ ଜନଜୀବନ ବସେଇବାକୁ ଚାହୁଁଛନ୍ତି ଏଲୋନ୍

ଏଲୋନ୍ ମସ୍କ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ।

ତାଙ୍କର ସ୍ୱପ୍ନ ହେଉଛି ବହୁତ ବଡ଼ । ସେ ମଙ୍ଗଳଗ୍ରହ ରେ ମନୁଷ୍ୟ ଜୀବନ ବସେଇବାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସେ ଏହା ପାଇଁ ଲକ୍ଷ ବି ନିର୍ଦ୍ଧାରିତ କରିସାରିଛନ୍ତି । ସେ 2026 ପର୍ଯ୍ୟନ୍ତ ଏହି କାମ କରିବାକୁ ଚାହୁଁଛନ୍ତି । ତାଙ୍କ ଯୋଜନା ହେଉଛି କି ସେ ନାସା ପୂର୍ବରୁ ନିଜ ଏହି ସ୍ୱପ୍ନ ପୁରା କରିବେ,ଏଥିପାଇଁ ସେ ବହୁତ କାମ କରୁଛନ୍ତି । ଆପଣଙ୍କୁ କହିରଖୁଛୁ କି ନାସା 2033 ମସିହା ଭିତରେ ମଙ୍ଗଳ ଗ୍ରହ ରେ ମାନବ ବସତି ବସେଇବା ପାଇଁ ଯୋଜନା ବନେଇଛି ।

Leave A Reply

Your email address will not be published.