ପାକିସ୍ଥାନର ମୁଦ୍ରା ଭଣ୍ଡାର ହେଉଛି ଖାଲି,ଏଵେ ଲୋକଙ୍କ ସୁନା ଉପରେ ଇମରାନ ସରକାରଙ୍କ ନଜର

0

Get real time updates directly on you device, subscribe now.

ପାକିସ୍ଥାନର ବିଦେଶୀ ମୁଦ୍ରା ଭଣ୍ଡାର ବିଦେଶରେ କରଜ ସତ୍ୱେ ମଧ୍ୟ କମ ହେବାକୁ ଯାଉଛି|ପୂର୍ବ ୩ ମାସରେ ପାକିସ୍ତାନ ବିଦେଶରୁ ୫ ଅରବ ଡଲାରରୁ ଉର୍ଦ୍ଧ୍ବ କରଜ ନେଇଛନ୍ତି ତଥାପି ମୁଦ୍ରା ଭଣ୍ଡାର ସନ୍ତୁଳିତ ରହିପାରୁନାହିଁ|ଏବେ ବିଦେଶୀ ମୁଦ୍ରା ଭଣ୍ଡାର ଵଢାଇବା ପାଇଁ ପାକିସ୍ତାନ ସରକାରଙ୍କ ପାକିସ୍ତାନୀଙ୍କ ସୁନା ଉପରେ ରହିଛି|ସରକାର ନାଗରିକଙ୍କ ଠାରୁ ସୁନା ବାର ଓ ବିସ୍କୁଟ ଉଦ୍ଧାର ନେବାପାଇଁ ବିଚାର କରୁଛି|

ପାକିସ୍ଥାନୀ ଖବର ଟ୍ରିବ୍ୟୁନ ଏକ୍ସପ୍ରେସର ଏକ ଖବର ରିପୋର୍ଟ ମୁତାବକ ବାଣିଜ୍ୟିକ ବ୍ୟାଙ୍କ ସୁନାର ମାଲିକକୁ ସୁଧ ଦର ଦେଵେ ତାଙ୍କୁ ମଧ୍ୟ ଛାଡ କରାଯିବ|ଏହି ବାଣିଜ୍ୟିକ ବ୍ୟାଙ୍କ ସୁନା ମାଲିକ ଠାରୁ ସୁନା ନେଇ ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ପାଖରେ ଜମା କରିବେ|କେନ୍ଦ୍ରୀୟ ବ୍ୟାଙ୍କ ସୁନାର ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ାଇବାକୁ ମୁଦ୍ରାକରଣ କରିପାରେ|

ପାକିସ୍ଥାନ ମୁଦ୍ରା ଭଣ୍ଡାର ବଢ଼ାଇବାକୁ ଅତ୍ୟନ୍ତ ମହଙ୍ଗା ଦରରେ ବିଦେଶରୁ କରଜ ନେଇ ସାରିଛି|ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ଷ୍ଟେଟମେଣ୍ଟ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ପୂର୍ବରୁ ୨.୦୧ କୋଟି ଡଲାରର ସୁନା ଭଣ୍ଡାର ରହିଛି ଯାହାର ମୂଲ୍ୟ ୩.୮ ଅରବ ଡଲାର ଅଟେ|ଏସବିପି ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ହ୍ରାସ ପାଇଛି|

ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ନାଗରିକଙ୍କ ଠାରୁ ସୁନା ଉଦ୍ଧାର ନେବା ପ୍ରସ୍ତାବ ଜଣେ ପ୍ରବାସୀ ତାହିର ମହସୁଦ ଦେଇଥିଲେ|ଇମରାନ ମାମଲାକୁ ଇଇସି ପାଖକୁ ପଠାଇଥିଲେ|ଇଇସି ଏହାକୁ ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ାଇବାକୁ ସୁନା ଭଳି ନିଷ୍କ୍ରିୟ ସମ୍ପତ୍ତି ବିରୁଦ୍ଧରେ ବଜାରରେ ଅଧିକ ନଗଦ ଆଣିବାକୁ ମଞ୍ଜୁରୀ ଦେଇଛି|ପାକିସ୍ତାନର ବିତ୍ତ ମନ୍ତ୍ରୀଙ୍କ କହିବାନୁଯାୟୀ ସୁନା ଉଦ୍ଧାର ନେବା ଉଦେଶ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ାଇବାକୁ ସୁନାକୁ ବିଦେଶୀ ମୁଦ୍ରାରେ ପରିଣତ କରିବା|ତାଙ୍କ ଅନୁସାରେ ଦେଶରେ ନିଷ୍କ୍ରିୟ ପଡିଥିବା ସୁନା ଉତ୍ପଦକତାରେ ପରିବର୍ତ୍ତନ ହେଵ|

ସୂତ୍ର ଅନୁସାରେ କେଵଳ ସୁନାର ବିସ୍କୁଟ ଓ ବାର ସ୍ୱକାର କରାଯିବ|ଇଇସି ସହ ଦିଆଯାଇଥିବା ଅନୁମାନ ଅନୁସାରେ ଲୋକଙ୍କ ପାଖରେ ପାଖାପାଖି ୫୦୦୦ ଟନ ସୁନା ରହିଛି|

ଏଭଳି ଆଶଙ୍କା ରହିଛି ଯେ ବିଦେଶୀ ମୁଦ୍ରା ଭଣ୍ଡାର ବଢାଇବା ପାଇଁ ସୁନା ଉଦ୍ଧାର ନେବା ଯୋଜନା ମଧ୍ୟ ଵିଫଳ ହୋଇପାରେ|ସୁନା ମାଲିକକୁ ସୁନା କିଣିବାପାଇଁ ସ୍ରୋତ ଖୁଲାସା କରାଯାଇପାରେ ଫଳରେ ସେ ବ୍ୟାଙ୍କକୁ ସୁନା ଆଣିଦେଵେ|

ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମର୍କଷ୍ଟାଇଲ ଏକ୍ସଚେଞ୍ଜ ସହ ପରାମର୍ଶ ପରେ ଏହାକୁ ଅନ୍ତିମ ରୂପ ଦେଇଛନ୍ତି ଓ ଇଇସି କମିଟିକୁ ବିଚାର ପାଇଁ ପଠେଇଛି|ପ୍ରସ୍ତାବ ଅନୁସାରେ ସୁନା ଦେଉଥିବା ନାଗରିକକୁ ଧାରକ ସ୍ୱର୍ଣ୍ଣ ପ୍ରମାଣପତ୍ର ଦିଆଯିବ, ଯେଉଁଥିରେ ସେ ଋଣ ମଧ୍ୟ ନେଇ ପାରିବେ|

Leave A Reply

Your email address will not be published.