ଏହି ୪ ଖେଳାଳିଙ୍କୁ ପସନ୍ଦ କରନ୍ତି ନାହିଁ ବିରାଟ କୋହଲି, ବର୍ତମାନ ରୋହିତ ଶର୍ମା ଦଳରେ ଏମାନଙ୍କୁ କରାଇବେ ଏଣ୍ଟ୍ରି

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ଦଳର ନୂଆ ଅଧିନାୟକ ହେଇଛନ୍ତି ହିଟ ମ୍ୟାନ ରୋହିତ ଶର୍ମା। ପୂର୍ବରୁ ଟି-୨୦ ଓ ଦିନିକିଆ ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଗୁରୁ ଦାୟିତ୍ବ ମିଳିଥିବା ସମୟର ବର୍ତ୍ତମାନ ଟେଷ୍ଟ ଦଳର ଅଧିନାୟକ ପଦ ମଧ୍ୟ ମିଳିଛି। ଯାହାଫଳରେ କିଛି ଖେଳାଳିଙ୍କ ଭାଗ୍ୟରେ ପୂର୍ଣ୍ଣିମା ଆସିଛି ତ ଆଉ କିଛି ଖେଳାଳିମାନଙ୍କ ଭାଗ୍ୟରେ ଗ୍ରହଣ ଲାଗିବ ବୋଲି କ୍ରୀଡା ସମୀକ୍ଷକ ନିଜର ମତ ରଖିଛନ୍ତି। ସବୁଠାରୁ ବଡ଼କଥା ହେଲାକି ବିରାଟ ଭାରତୀୟ ଦଳର ଅଧିନାୟକ ଥିବା ସମୟରେ କିଛି ଖେଳାଳିଙ୍କୁ ଅଣଦେଖା କରୁଥିଲେ। ବର୍ତ୍ତମାନ ସେହି ଖେଳାଳିଙ୍କୁ ରୋହିତ ଦଳରେ ସାମିଲ କରିବାକୁ ଯାଉଛନ୍ତି ବୋଲି ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖେଳାଳିଙ୍କୁ ରୋହିତଙ୍କ ପ୍ଲେଇଙ୍ଗ୍‌ ଇଲେଭେନରେ ସ୍ଥାନ ଦେବାକୁ ଯାଉଛନ୍ତି।

ସୂର୍ଯ୍ୟକୁମାର ଯାଦବ:-

କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଓ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ଆସିଥିଲେ ମୁମ୍ବାଇର ଷ୍ଟାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ। ଇଂଲଣ୍ଡ ବିପକ୍ଷ ସିରିଜରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଗୋଟିଏ ବି ମ୍ୟାଚ ଖେଳିନଥିଲେ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳରେ ମଧ୍ୟ ସୂର୍ଯ୍ୟଙ୍କୁ ସ୍ଥାନ ମିଳିଥିଲା। କିନ୍ତୁ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା। ବିରାଟ କୋହଲିଙ୍କର ଅଧିନାୟକତ୍ବରେ ଖରାଫ ଫର୍ମରେ ଥିବା ସତ୍ତ୍ବେ ମଧ୍ୟ ଚେତେଶ୍ବର ପୂଜାର ଓ ଆଜିଙ୍କ୍ୟ ରାହାଣେଙ୍କୁ ବାରମ୍ବାର ସୂଯୋଗ ଦିଆଯାଉଥିଲା। କିନ୍ତୁସୂର୍ଯ୍ୟକୁମାରଙ୍କୁ ପ୍ଲେଇଙ୍ଗ୍‌ ଇଲେଭେନରେ ସ୍ଥାନ ମିଳିନଥିଲା। ଯେବେଠାରୁ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହେଲେଣି ସେବେଠାରୁସୂର୍ଯ୍ୟଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳୁଅଛି।

ଇଶାନ୍‌ କିଶନ:-

୨୩ ବର୍ଷିୟ ଇଶାନ କିଶନ ଭାରତୀୟ ଦଳ ପାଇଁ ଟି-୨୦ ଓ ଦିନିକିଆ ଖେଳି ସାରିଲେଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାକୁ ତାଙ୍କୁ ସୁଯୋଗ ମିଳିନାହିଁ। ଭାରତୀୟ ଦଳର ସୀମିତ ଓଭର କ୍ରିକେଟର ଇଶାନ ହେଉଛନ୍ତି ଜଣେ ଦମଦାର ଖେଳାଳି। ଟି-୨୦ ବିଶ୍ବକପ୍‌ ଦଳରେ ମଧ୍ୟ ଇଶାନଙ୍କୁ ମଧ୍ୟ ସ୍ଥାନ ମିିଳିଥିଲା। କ୍ରିକେଟ ବିଶେଷଜ୍ଞଙ୍କ ମତ ଅନୁସାରେ ଇଶାନ ଜଣେ ପ୍ରତିଭାବାନ ଖେଳାଳି ଅଟନ୍ତି। ତାଙ୍କୁ ଯଦି ଆଉ କିଛି ମ୍ୟାଚରେ ମୌକା ଦିଆଯାଏ ତେବେ ସେ ଭାରତୀୟ କ୍ରିକେଟକୁ ଆହୁରି ଆଗକୁ ନେବେ ବୋଲି ଜଣେ ବରିଷ୍ଠ କ୍ରୀଡା ସାମ୍ବାଦିକ ନିଜର ମତ ରଖିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଇନିଂସ୍‌ ଓପନ କରିବା ସତ୍ତ୍ବେ ସେତେଟା ଖାସ ପ୍ରଭାବ ପ୍ରଦର୍ଶନ କରି ପାରିନାହାନ୍ତି ଇଶାନ। ଯେତେବେଳେ ଇଶାନ ମଧ୍ୟକ୍ରମରେ ବ୍ୟାଟିଂ କରିଛନ୍ତି ସେ ଦଳ ପାଇଁ ସ୍କୋର କରିଛନ୍ତି। ଆଇପିଏଲ ଓ ଘରୋଇ କ୍ରିକେଟର ରେକର୍ଡରେ ଇଶାନ ବଡ଼ ବଡ଼ ସ୍କୋର କରିଛନ୍ତି। ୨୦୧୬ ଅଣ୍ଡର-୧୯ ଦଳର ଅଧିନାୟକ ମଧ୍ୟ ରହିଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଓ ଇଶାନ କିଶନ ଉଭୟ ଖେଳୁଛନ୍ତି। ରୋହିତ ଇଶାନଙ୍କୁ ଭାରତୀୟ ଦଳରେ ଅଧିକ ସୁଯୋଗ ଦେଇପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞ ନିଜର ମତ ରଖିଛନ୍ତି।

ରାହୁଲ ଚହର:-

ରାହୁଲ ଚାହରଙ୍କର ଯାଦୁଗରି ବୋଲିଂରେ ବହୁ ବଡ଼ ବଡ଼ ବ୍ୟାଟସମ୍ୟାନ୍‌ ଚଖମା ଖାଇ ପ୍ୟାଭିଲିଅନକୁ ଫେରି ଯାଇଛନ୍ତି। ରାହୁଲଙ୍କ ଗୁଗୁଲିରେ ବହୁ ବ୍ୟାଟସମ୍ୟାନ୍ ମଇଦାନରେ ଚିତ୍‌ପଟାଙ୍ଗ ମଧ୍ୟ ହୋଇଛନ୍ତି। ଯାହାଫଳରେ ତାଙ୍କୁ ଟି-୨୦ ବିଶ୍ବକପ ପାଇଁ ଦଳରେ ସ୍ଥାନ ମିଳିଥିଲା। ଏପରିକି ରାହୁଲ ରୋହିତ ଶର୍ମାଙ୍କର ଖାସ୍‌ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ହୋଇଥିବା ସମୟରେ ଦଳରେ ରାହୁଲଙ୍କ ସ୍ଥାନ ପକ୍କା ହୋଇ ପାରେ ବୋଲି ଚର୍ଚ୍ଚା ହେଉଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଚହର ଭାରତ ପାଇଁ ଗୋଟିଏ ଦିନିକିଆ ଓ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

କୁଲଦୀପ ଯାଦବ:-

ଚାଇନା ମ୍ୟାନ ଭାବେରେ ପରିଚିତ କୁଲଦୀପ ଯାଦବଙ୍କର ମିଷ୍ଟ୍ରି ବୋଲିଂରେ ବହୁ ଖେଳାଳି ଧରାଶାୟୀ ହେବାର ନଜର ରହିଛି। ଯାହାଙ୍କ ବୋଲିଂ ଆକ୍ରମଣରେ ବିପକ୍ଷ ଦଳ ଧରାଶାୟୀ ହୁଅନ୍ତି। ହେଲେ ବିରାଟ କୋହଲି ତାଙ୍କର ସ୍ଥାନରେ ରବିନ୍ଦ୍ର ଜାଡେଜା ଓ ଜୟନ୍ତ ଯାଦବଙ୍କୁ ଭାରତୀୟ ଟେଷ୍ଟ ଦଳରେ ଅଧିକ ମାତ୍ରାରେ ସୁଯୋଗ ଦେଇଥିଲେ। ଯାହାଫଳରେ କୁଲଦୀପ ଯାଦବ ନିଜ ସ୍ଥାନରେ ଅଲୋଡ଼ା ହୋଇ ରହି ଯାଇଥିଲେ। କିନ୍ତୁ ରୋହିତ ଟେଷ୍ଟ ଦଳର ଅଧିନାୟକ ହେବା ପରେ କୁଲଦୀପ ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.