‘କାଚା ବାଦାମ’ ଗୀତର ଗାୟକ ଭୁବନ ରାତାରାତି ହେଲେ ଲକ୍ଷପତି, ମିଳିଲା ଆଉ ଏକ ଅଫର

0

Get real time updates directly on you device, subscribe now.

ଇଣ୍ଟରନେଟ ଦୁନିଆରେ କେତେବେଳେ କ’ଣ ଯେ ଭାଇରାଲ ହୋଇଯିବ ତାହା କେବେ କିଛି କହି ହେବ ନାହିଁ। ଅନେକ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି। ରାନୁ ମଣ୍ଡଲଙ୍କ ଠାରୁ ଆରମ୍ଭ କରି ଡବ୍ବୁ ଅଙ୍କଲ ଓ ‘ବଚପନ୍ କା ପ୍ୟାର’ ରୁ ପ୍ରସିଦ୍ଧ ଲାଭ କରିଥିଲା ଛୋଟ ପିଲା ସହଦେବଙ୍କର ନାମ ମଧ୍ୟ ସାମିଲ ରହିଛି। ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ନାମ ଯୋଡ଼ି ହୋଇଯାଇଛି, ସେ ହେଉଛନ୍ତି ‘କାଚା ବାଦାମ’ ଗୀତ ଗାଇ ରାତାରାତି ଫେମସ ହୋଇଥିବା ଭୁବନ ବଡୟାକର।

ଆଜିକାଲି ‘କାଚା ବାଦାମ’ ସୋସିଆଲ ମିଡିଆରେ ଏକ ପ୍ରମୁଖ ଟ୍ରେଣ୍ଡ ହୋଇଯାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଗୀତରେ ଭିଡିଓ ତିଆରି କରୁଥିବାର ନଜରକୁ ଆସୁଛନ୍ତି। କେବଳ ଏତିକି ନୁହେଁ ଏହି ଗୀତ ଦେଶ ତଥା ବିଦେଶରେ ମଧ୍ୟ ବିଖ୍ୟାତ ହୋଇସାରିଛି। ବର୍ତ୍ତମାନ ଏହି ଗୀତର ମୂଳ ଗାୟକ ତଥା ଚିନାବାଦାମ ବିକ୍ରେତା ଭୁବନ ବଡୟାକର ମଧ୍ୟ ଏକ ଇଣ୍ଟରନେଟ୍ ସେନ୍ସେସ୍ ପାଲଟି ଯାଇଛନ୍ତି।

ସୋସିଆଲ ମିଡିଆରେ ‘କାଚା ବାଦାମ’ ପ୍ରସିଦ୍ଧ ହେବା ପରେ ଭୁବନ ବଡୟାକର ଏକ ସାକ୍ଷାତକାରରେ କହିଥିଲେଯେ, ସେ ଏକ ସଙ୍ଗୀତ କମ୍ପାନୀ ସହ କାଚା ବାଦାମ ଗୀତକୁ ରେକର୍ଡ କରିବାକୁ ଯାଉଛନ୍ତି। ଏହି ଗୀତଟି ଉଭୟ ଅଡିଓ ଓ ଭିଡିଓରେ ରେକର୍ଡ କରାଯାଇଥିଲା, କିନ୍ତୁ ତାଙ୍କୁ ଏହି ଗୀତ ପାଇଁ ଟଙ୍କା ଦିଆଯାଇନଥିଲା।

ଏହା ବ୍ୟତୀତ ଲୋକମାନେ ଆସନ୍ତି ଓ ସେମାନଙ୍କ ସହ ଭିଡିଓ ତିଆରି କରିବା ପରେ ଚାଲିଯାଆନ୍ତି, କିନ୍ତୁ ତାଙ୍କୁ ତାଙ୍କର ପ୍ରାପ୍ୟ ଆଦୌ ମିଳିନଥାଏ। ଲୋକମାନେ ଯାହା ପରେ ଦାବି କରିବାକୁ ଲାଗିଲେଯେ ଭୁବନକୁ ତାଙ୍କର ଉଚିତ ପ୍ରାପ୍ୟ ପ୍ରଦାନ କରାଯାଉ।

ବଙ୍ଗଳା ଭାଷାରେ ‘କାଚା ବାଦାମ’ ଗୀତର ମୂଳ ଗାୟକ ଭୁବନ ବଡୟାକର ଜଣେ ଚିନାବାଦାମ ବିକ୍ରେତା ଓ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସେ ଏହି ଗୀତ ଗାଇ ନିଜର ଚିନାବାଦାମକୁ ବିକ୍ରି କରିଥାନ୍ତି। ପରେ ଏହି ଗୀତ ପାଇଁ ଭୁବନଙ୍କର ଭାଗ୍ୟ ମଧ୍ୟ ବଦଳି ଯାଇଛି।

ବାସ୍ତବରେ, ଏହି ଗୀତକୁ ରେକର୍ଡ କରିଥିବା ମ୍ୟୁଜିକ୍ କମ୍ପାନୀ ଭୁବନଙ୍କୁ ୩ ଲକ୍ଷ ଟଙ୍କାର ଚେକ ଦେଇଛି ଓ ତାଙ୍କ ସହିତ ଏକ ନୂତନ ଚୁକ୍ତିନାମା ମଧ୍ୟ କରିଛି। କମ୍ପାନୀ ଏହା ମଧ୍ୟ କହିଛିଯେ ଏଥିପାଇଁ ସେ ଭୁବନକୁ ଦେଢ଼଼ ଲକ୍ଷ ଟଙ୍କା ଦେଇସାରିଛି।

‘କଚା ବାଦାମ’ ଗୀତ ହିଟ ହେବା ପରେ ଭୁବନ ବର୍ତ୍ତମାନ ସେଲିବ୍ରିଟି ହୋଇଯାଇଛନ୍ତି ଓ ଲୋକମାନେ ତାଙ୍କ ସହିତ ଫଟୋ ଉଠାଉଛନ୍ତି, କେବଳ ଏତିକି ନୁହେଁ, ତାଙ୍କୁ ପଶ୍ଚିମ ବଙ୍ଗ ପୋଲିସ ମଧ୍ୟ ଏଥିପାଇଁ ସମ୍ମାନିତ କରିଛି। ବଙ୍ଗଳା ପୋଲିସର ମହାନିର୍ଦ୍ଦେଶକ ମନୋଜ ମାଲବୀୟଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଭୁବନଙ୍କୁ ଏଥି ନିମନ୍ତେ ଆମନ୍ତ୍ରଣ କରାଯାଇଥିଲା। ତାଙ୍କଠାରୁ ‘କାଚା ବାଦାମ’ ଶୁଣିଲେ ଓ ପରେ ଏକ ଚାଦର ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ମାନିତ ମଧ୍ୟ କରିଥିଲେ।

ମ୍ୟୁଜିକ୍ କମ୍ପାନୀରୁ ମିଳିଥିବା ଟଙ୍କାକୁ ନେଇ ଭୁବନ ବର୍ତ୍ତମାନ ବହୁତ ଖୁସି ଅଛନ୍ତି। ତଥାପି, ୟୁଜର୍ସଙ୍କୁ ଏହି ଜିନିଷ ଆଦୌ ପସନ୍ଦ ଆସିନାହିଁ। ଲୋକମାନେ କୁହନ୍ତିଯେ ଏହା ଭୁବନ ପ୍ରତି ଅନ୍ୟାୟ, ତାଙ୍କୁ ବୋକା ବନେଇ ଦିଆଯାଉଛି ଏବଂ ବହୁତ କମ ଟଙ୍କା ଦିଆଯାଉଛି।

ଏଠାରେ ଜଣାଇଦେଉଛୁକୁ, ଭୁବନ ବଡୟାକର ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ରାଜୋରୀ ଗାଁର ବାସିନ୍ଦା ଅଟନ୍ତି। ବର୍ତ୍ତମାନ ଏହି ଗୀତଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି। ସମସ୍ତେ ଏହି ଗୀତଟିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.