ଏହି କମ୍ପାନୀ ଦେଉଛି ବଡ ନିଯୁକ୍ତି ,ଜଲଦି ଜଲଦି ଆବେଦନ କରନ୍ତୁ

0

Get real time updates directly on you device, subscribe now.

ଚାକିରି ଖୋଜୁଥିବା ଇଚ୍ଛୁକ ପ୍ରାଥୀମାନଙ୍କ ପାଇଁ ଆସିଲା ଏକ ଖୁସି ଖବର। ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ କୋଇଲା ଖଣି କାର୍ଯ୍ୟରେ ନିୟୋଜିତ ଥିବା କୋଲ ଇଣ୍ଡିଆ ଲିମିଟେଡର ଏକ ସହାୟକ କମ୍ପାନୀ ଇଷ୍ଟର୍ଣ୍ଣ କୋଇଲଫିଲ୍ଡସ ଲିମିଟେଡ୍ ମାଇନିଂ ଚିଫ ପଦବୀ ପାଇଁ ନିଜର ବିଜ୍ଞପ୍ତି ଜାରି କରିଛି। ଯାହା ଅନୁସାରେ, ଆଜିଠାରୁ କୋଲ ଇଣ୍ଡିଆ ଲିମିଟେଡର ଏକ ସହାୟକ କମ୍ପାନୀ ଇଷ୍ଟର୍ନ କୋଇଲଫିଲ୍ଡସ୍ ଲିମିଟେଡ୍ ମାଇନିଂ ଚିଫର ୩୧୩ଟି ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ମାର୍ଚ୍ଚ ୧୦ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହେବ। ଆଗ୍ରହୀ ତଥା ଯୋଗ୍ୟ ଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.easterncoal.gov.in ଭିଜିଟ କରି ଅନଲାଇନରେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ନିଯୁକ୍ତି ସୂଚନା:-

UN- ୧୨୭ ଟି ପୋଷ୍ଟ

EWS- ୩୦ ପୋଷ୍ଟ

OBC- ୮୩ ପୋଷ୍ଟ

SC- ୪୬ ପୋଷ୍ଟ

ST- ୨୩ ପୋଷ୍ଟ

ସମୁଦାୟ – ୩୧୩ ଟି ପୋଷ୍ଟ

ଗୁରୁତ୍ୱପୂର୍ଣ୍ଣ ତାରିଖ:-

– ଅନଲାଇନରେ ଆବେଦନ ପ୍ରକ୍ରିୟା ୨୦ ଫେବୃଆରୀ ୨୦୨୨ ଆରମ୍ଭ ହେଉଛି।

– ଅନଲାଇନରେ ଆବେଦନ ପ୍ରକ୍ରିୟା ୧୦ ମାର୍ଚ୍ଚ ୨୦୨୨ ଶେଷ ହେଉଛି।

ଶିକ୍ଷାଗତ ଯୋଗ୍ୟତା:-

ବିଜ୍ଞପ୍ତି ଅନୁସାରେ ଆବେଦନ କରୁଥିବା ପ୍ରାର୍ଥୀମାନେ ୧୦, +୨ କିମ୍ବା ସମାନ ହେବା ଉଚିତ। ପ୍ରାର୍ଥୀମାନଙ୍କ DGMS ରୁ ବୈଧ ମାଇନିଂ ସିଡାର୍ସିପ୍ ଯୋଗ୍ୟତା ପ୍ରମାଣପତ୍ର ରହିବା ଉଚିତ। ଏହା ସହ ଆବେଦନକାରୀଙ୍କର ମଧ୍ୟ ଏକ ବୈଧ ଗ୍ୟାସ ପରୀକ୍ଷା ପ୍ରମାଣପତ୍ର ଏବଂ ଏକ ବୈଧ ଚିକିତ୍ସା ପ୍ରମାଣପତ୍ର ଥିବା ଆବଶ୍ୟକ।

ଆବେଦନର ଶୁଳ୍କ:-

ପ୍ରାର୍ଥୀମାନଙ୍କୁ ଆବେଦନ ଫି ଭାବରେ ଏକ ହଜାର ଟଙ୍କା ଦେବା ପାଇଁ ପଡିବ। ପ୍ରାର୍ଥୀମାନେ ଅନଲାଇନ ମୋଡ ଅର୍ଥାତ୍ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ନିଜର ଆବେଦନ ଶୁଳ୍କକୁ ପ୍ରଦାନ କରିପାରିବେ। ଏସସି / ଏସଟି, ପୂର୍ବତନ ସେବାୟତ ଏବଂ ମହିଳା ପ୍ରାର୍ଥୀମାନଙ୍କର ଆବେଦନର ଶୁଳ୍କ ମାଗଣା।

Leave A Reply

Your email address will not be published.