ଫୋନରେ ବହୁତ ସମୟ କଥା ହେଉଥିଲା ସ୍ତ୍ରୀ, ସ୍ୱାମୀ ପାଟି କରିବାରୁ ମହିଳା ଜଣକ ନେଲେ ଏହି ଭୟଙ୍କର ପଦକ୍ଷେପ,ଜଣାନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରୁ ଗୋଟିଏ ଅଜବ ପ୍ରକାରର ଘଟଣା ସାମ୍ନାକୁ ଆସିଛି | ଅଭିଯୋଗ ରହିଛି ଯେ ଫୋନରେ ଅଧିକ କଥାବାର୍ତ୍ତା କାରଣରୁ ଯେତେବେଳେ ସ୍ୱାମୀ ରାଗିଯାଇ ନିଜ ସ୍ତ୍ରୀକୁ ପାଟି କଲା, ସେତେବେଳେ ସ୍ତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା |

ଶୁକ୍ରବାର ଦିନ ରାତିରେ ମହିଳା କଲେ ଆତ୍ମହତ୍ୟା :-

ନାଗପୁରରେ ହୁଡ଼କେସ୍ୱର ଥାନାର ପୋଲିସ ସତ୍ୟବାନ କଦମ କହିଛନ୍ତି ଯେ ଶୁକ୍ରବାର ଦିନ ରାତିରେ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି | ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଶବକୁ ଓହ୍ଲାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲା |

ଅଧିକ ସମୟ ଧରି କଥା ହେଉଥିବାରୁ ସ୍ୱାମୀ ପାଟି କରିଥିଲେ :-

ଏହି ସମ୍ପର୍କରେ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଗଲା | ସ୍ୱାମୀ କହିଛନ୍ତି ଯେ ସ୍ତ୍ରୀ କୌଣସି ବ୍ୟକ୍ତି ସହିତ ବହୁତ ସମୟ ଧରି କଥା ହେଉଥିଲା | ଏହା ଉପରେ ସେ ତାଙ୍କ ଉପରେ ବହୁତ ରାଗି ଯାଇଥିଲେ ଏବଂ ଜୋରରେ ପାଟି କରିଥିଲେ | ଏହାସହିତ ସ୍ତ୍ରୀର ବାପାମା ଏବଂ ଭାଇ ପାଖରେ ମଧ୍ୟ ତାର ଅଭିଯୋଗ କରିଥିଲେ |

ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ଅଭିଯୋଗ ମିଳିନାହିଁ :-

ଏହାପରେ ସ୍ତ୍ରୀ ରାତିରେ ବାହାରକୁ ବାହାରିଗଲା ଏବଂ ଘର ପାଖରେ ତିଆରି ହୋଇଥିବା ଖମ୍ଭରେ ଫାଶୀ ଲଗାଇ ସୁସାଇଡ କରିଦେଲା | ପୋଲିସ କହିଛି ଯେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି ପ୍ରକାରର ଅଭିଯୋଗ ମିଳିନାହିଁ | ଅଭିଯୋଗ ଆସିବା ପରେ ଯାଇ କେସ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

Leave A Reply

Your email address will not be published.