ପୃଥିବୀରେ କେବଳ ଏହି ସ୍ଥାନରେ ପହଞ୍ଚି ନାହିଁ କରୋନା, ଜାଣନ୍ତୁ କଣ ଏହାର କାରଣ |

0

Get real time updates directly on you device, subscribe now.

ସାରା ଦୁନିଆରେ କରୋନା ମହାମାରୀ ଅନେକ କିଛି ଧ୍ବଂସ କରିଛି | ଏମିତିକି ଅନେକ ଲୋକମାନଙ୍କୁ ନିଜ ଜୀବନ ମଧ୍ୟ ହରିବାକୁ ପଡିଛି | ଏହି ମହାମାରୀ ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡ଼ିନାହିଁ | ପ୍ରକୃତରେ କରୋନା ଏକ ଏପରି ରୋଗ ଯାହା ଅତି ଶୀଘ୍ର ବ୍ୟାପିଥାଏ | ଏହାର ସଂକ୍ରମଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ଅତି ଶୀଘ୍ର ବ୍ୟାପିଥାଏ | ତଥାପି,ଏପର୍ଯ୍ୟନ୍ତ ଏହି ରୋଗ ଦୁନିଆରୁ ସରି ନାହିଁ | ଗୋଟିଏ ପରେ ଗୋଟିଏ ଲହର ଆସି ଲୋକଙ୍କୁ ଆତଙ୍କିତ କରିଦେଇଛି | ଯଦିଓ ସାରା ଦୁନିଆରେ ଏହା ପାଇଁ ଭ୍ୟାକସିନ୍ ମଧ୍ୟ ଉପଲବ୍ଧ ଅଟେ, କିନ୍ତୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ସତର୍କତା ହିଁ ଏକମାତ୍ର ଉପାୟ | ବୋଧ ହୁଏ ଦୁନିଆରେ ଏପରି କୌଣସି ସ୍ଥାନ ନଥିବ କି ଯେଉଁଠାରେ କରୋନାର ପ୍ରଭାବ ଦେଖାଯାଇ ନଥିବ | ହେଲେ ଏପରି ନୁହଁ ଯେ ଦୁନିଆରେ ଗୋଟେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ କରୋନାର ଜଣେ ମଧ୍ୟ ରୋଗୀ ମିଳିନାହାଁନ୍ତି | ଦାବି କରାଯାଉଛି ଯେ ଏଠାରେ କରୋନା ର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ | ଯାହା ନିଜେ ହିଁ ନିଜର ଏକ ରେକର୍ଡ ଅଟେ | ଚାଲନ୍ତୁ ଜାଣିବା ଏହି ସ୍ଥାନ ବିଷୟରେ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ଥାନ ଅନ୍ୟ କେଉଁଠାରେ ନୁହଁ ବରଂ ଭାରତରେ ହିଁ ଅଛି | ଏମିତିରେ ଏଠାରେ ପହଁଞ୍ଜୀବ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ | ଭାରତରେ ଏହି ସ୍ଥାନ ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ଅବସ୍ଥିତ | ଏହି ସ୍ଥାନର ନାମ ହେଉଛି ସେଣ୍ଟିନେଲ ଦ୍ୱୀପ ଯାହା ଆଣ୍ଡାମାନ- ନିକୋବର ଉତ୍ତରରେ ଅବସ୍ଥିତ | ଏହି ଦ୍ୱୀପରେ ଏଠାକାର ସ୍ଥାନୀୟ ଜନଜାତି ବ୍ୟତୀତ ଅନ୍ୟ କୌଣସି ସମ୍ପ୍ରଦାୟ ବାସ କରନ୍ତି ନାହିଁ | ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପକୁ ଦୁନିଆର ସବୁଠାରୁ ଏକାନ୍ତ ସ୍ଥାନ ଭାବେ ମନାଯାଏ |

ଏହି ଦ୍ୱୀପରେ ଏକ ଅତ୍ୟନ୍ତ ଭୟଙ୍କର ଜନଜାତି ବାସ କରନ୍ତି | ଏହି ଆଦିବାସୀମାନେ ପ୍ରାୟ 60 ହଜାର ବର୍ଷ ଧରି ଏହି ଦ୍ୱୀପରେ ବାସ କରୁଛନ୍ତି | ଏହି ଜନଜାତିର ଲୋକମାନେ ଆଜି ମଧ୍ୟ ପୁରୁଣା ଜୀବନ ଶୈଳୀରେ ଜୀବନ ଯାପନ କରୁଛନ୍ତି | ଏହିମାନେ ଆଧୁନିକ ଜୀବନ-ଶୈଳୀକୁ ପୁରା-ପୁରୀ ପ୍ରତ୍ୟାଖ୍ୟାନ କରିଛନ୍ତି | ଏହି ଜନଜାତିର ଭାରତ ସହିତ ପୁରା ଦୁନିଆ ସହ ମଧ୍ୟ କୌଣସି ସମ୍ପର୍କ ନାହିଁ |

ସୋସିଆଲ ଡିଷ୍ଟାନ୍ସ ହେଉଛି କରୋନାଠୁ ବଞ୍ଜୀବା ପାଇଁ ସବୁଠାରୁ ବଡ ଅସ୍ତ୍ର | ଆଉ ଏମିତିରେ ଏହି ଦ୍ୱୀପର ଲୋକମାନେ ସମଗ୍ର ଦୁନିଆଠାରୁ ଦୂରତା ବନେଇ ରଖିଛନ୍ତି | ଏହି ଦ୍ୱୀପକୁ ନା-କେହି ବାହାରୁ ଆସନ୍ତି ନା-କେହି ଏହି ଦ୍ୱୀପରୁ ବାହାରକୁ ଯାଆନ୍ତି | ସେଥିପାଇଁ ଏଠାରେ କରୋନା ସଂକ୍ରମଣର ଗୋଟେ ବି ରୋଗୀ ସାମ୍ନାକୁ ଆସିନାହାନ୍ତି |

ଏହି ଲୋକମାନେ ଧନୁ-ତୀର ଚଲେଇବାରେ ଏକ-ଦମ୍ ମାହିର ଅଟନ୍ତି | ଏହି ଜନଜାତିଙ୍କୁ କୃଷି-କାର୍ଯ୍ୟ କରିବା ମଧ୍ୟ ଆସେ ନାହିଁ | ଏହି ଦ୍ୱୀପରେ ବହୁତ ଘନ ଜଙ୍ଗଲ ଅଛି | ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ସେମାନେ ପଛୁଆ ଅଟନ୍ତି | ଏହି ଦ୍ୱୀପର ଲୋକମାନେ ବନ୍ୟ-ଜନ୍ତୁଙ୍କ ଶିକାର କରି ଓ ଫଳ ଖାଇ ଜୀବିକା ନିର୍ବାହ କରନ୍ତି | ଏହା ହେଉଛି କାରଣ ଯେ କରୋନା ପରି ମହାମାରୀ ମଧ୍ୟ ସେମାନଙ୍କର କିଛିବି ବିଗାଡି ପାରିଲାନି |

Leave A Reply

Your email address will not be published.