ଏହି ଗାଁରେ ତିଆରି କରାଯାଏ ନାହିଁ ୨ ମହଲା ଘର, ୭୦୦ ବର୍ଷରୁ ଭୟରେ ଅଛନ୍ତି ଲୋକେ, ଜାଣନ୍ତୁ ଏହା ପଛର ରହସ୍ୟ

0

Get real time updates directly on you device, subscribe now.

୭୦୦ ବର୍ଷ ପୂର୍ବରୁ ମିଳିଥିଲା ଅଭିଶାପ :-

ଏହି ଗାଁ ହେଉଛି ରାଜସ୍ଥାନର ଚୁରୁ ଜିଲ୍ଲାର ସରଦାରସହର ତହସିଲର ଉଡସର ଗ୍ରାମ | ଏଠାରେ ଗତ ପ୍ରାୟ ୭୦୦ ବର୍ଷ ଧରି କେହି ବି ବହୁମହଲା ତ ଦୂରର କଥା, ଦୁଇ ମହଲା ମଧ୍ୟ ତିଆରି କରନ୍ତି ନାହିଁ | ଏଠିକାର ଲୋକମାନେ କହିଛନ୍ତି ଯେ ୭୦୦ ବର୍ଷ ପୂର୍ବେ ଏହି ଗାଁରେ ଏମିତି ଗୋଟିଏ ଘଟଣା ଘଟିଥିଲା ଯେ ଯେଉଁ କାରଣରୁ ଏହି ଗାଁକୁ କେବେ ବି ଦୁଇ ମହଲାର କୋଠା ତିଆରି ନ କରିବାପାଇଁ ଅଭିଶାପ ମିଳିଥିଲା | ସେମାନେ କହିଛନ୍ତି ଯେ ଯିଏ ବି ଦୁଇ ମହଲା ଘର ତିଆରି କରିବ, ତାର ପରିବାର ଉପରେ ବିପଦ ଆସିଯିବ |

ଏହା ହେଉଛି କାହାଣୀ :-

କୁହାଯାଉଛି ଯେ ୭୦୦ ବର୍ଷ ପୂର୍ବରୁ ଏହି ଗାଁରେ ଭୋମିୟା ନାମକ ଜଣେ ବ୍ୟକ୍ତି ରହୁଥିଲା | ଭୋମିୟା ଗୋଭକ୍ତ ଥିଲା ଏବଂ ତା ପାଖରେ ହିଁ ଆସପାଲସର ଗାଁରେ ତାଙ୍କର ଶ୍ୱଶୁରଘର ଥିଲା | ଥରେ ଭୋମିୟାଙ୍କ ଗାଁକୁ ଡକାୟତ ଆସିଗଲେ ଏବଂ ସେମାନେ ଗାଈଗୁଡିକୁ ଚୋରି କରି ନେଇଯିବାକୁ ଲାଗିଲେ | ଏହା ଉପରେ ଭୋମିୟା ଡକାୟତ ମାନଙ୍କ ସହିତ ଲଢେଇ କଲା | ଏହି ସମୟରେ ଭୋମିୟା ବହୁତ ଜୋରରେ ଆହତ ହୋଇଗଲା | ତାପରେ ଭୋମିୟା ଦୌଡ଼ି ଦୌଡ଼ି ନିଜ ଶ୍ୱଶୁରଘର ପହଞ୍ଚିଗଲା ଏବଂ ସେଠାରେ ଦୁଇ ମହଲା ଉପରକୁ ଯାଇ ଲୁଚି ଗଲା |

ଡକାୟତମାନେ ଦେହରୁ ଅଲଗା କରିଦେଲେ ଭୋମିୟାଙ୍କ ମୁଣ୍ଡ :-

ଯେତେବେଳେ ଡକାୟତମାନେ ସେଠାରେ ପହଞ୍ଚିଲେ ଏବଂ ଶ୍ୱଶୁରଘର ଲୋକମାନଙ୍କ ସହିତ ମାରପିଟ କରିବାକୁ ଲାଗିଲେ ଏବଂ ଭୋମିୟାଙ୍କ ବିଷୟରେ ସୂଚନା ମାଗିଲେ | ଏହାପରେ ଶ୍ୱଶୁରଘର ଲୋକମାନେ ଭୋମିୟାଙ୍କ ଦୁଇ ମହଲାରେ ଲୁଚି ଥିବା କଥା ଡକାୟତମାନଙ୍କୁ କହିଦେଲେ | ତାପରେ ଡକାୟତମାନେ ତାଙ୍କ ମୁଣ୍ଡ ଦେହରୁ ଅଲଗା କରିଦେଲେ, କିନ୍ତୁ ଭୋମିୟା ନିଜ ମୁଣ୍ଡକୁ ହାତରେ ଧରି ସେମାନଙ୍କ ସହିତ ଲଢ଼ି ଚାଲିଲା ଏବଂ ଲଢେଇ କରି କରି ନିଜ ଗାଁର ସୀମା ପାଖରେ ପହଞ୍ଚିଗଲା |

ଭୋମିୟାଙ୍କ ସ୍ତ୍ରୀ ଦେଇଥିଲା ଅଭିଶାପ :-

ଏହି ସମୟରେ ଭୋମିୟାଙ୍କ ପୁଅ ମଧ୍ୟ ଯୁଦ୍ଧରେ ଲଢେଇ କରି କରି ସହିଦ ହୋଇଗଲା | ପରେ ଭୋମିୟାଙ୍କ ଶରୀର ଉଡ଼ସର ଗାଁରେ ଆସି ପଡିଗଲା | ଯେଉଁଠାରେ ଭୋମିୟାଙ୍କର ମନ୍ଦିର ତିଆରି କରାଗଲା | ଏହି ସମୟରେ ଭୋମିୟାଙ୍କ ସ୍ତ୍ରୀ ଗାଁରେ ଅଭିଶାପ ଦେଲେ ଯେ ଆଜିଠାରୁ ଘରେ କେହି ବି ଦୁଇ ମହଲା ତିଆରି କରିବେ ନାହିଁ | ଯିଏ ବି ଦୁଇ ମହଲା ତିଆରି କରିବ, ତା ଉପରେ ବିପଦ ଆସିଯିବ | ତାପରେ ତାଙ୍କ ସ୍ତ୍ରୀ ନିଜେ ସତୀ ହୋଇଗଲେ |

ଯିଏ ବି ଦୁଇ ମହଲା ତିଆରି କରେ, ସେ ଘରକୁ ବିପଦ ଆସିଯାଏ :-

ଗାଁର ଲୋକମାନେ କହିଛନ୍ତି ଯେ ସେହି ଦିନ ପରେ ଯିଏ ବି ଦୁଇ ମହଲା ତିଆରି କଲା, ସେହି ଘରର ମହିଳା ମରିଗଲେ ଏବଂ ଜଣଙ୍କର ତ ପୁରା ପରିବାର ହିଁ ଶେଷ ହୋଇଗଲା | ଏହି ଭୟ କାରଣରୁ ଲୋକମାନେ ଏଠାରେ କେବେ ବି ଦୁଇ ମହଲା ଘର ତିଆରି କରନ୍ତି ନାହିଁ | ଏହି ଗାଁରେ ଶିକ୍ଷିତ ଲୋକମାନେ ମଧ୍ୟ ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ଏହି ପରମ୍ପରାକୁ ମାନିଥାନ୍ତି |

Leave A Reply

Your email address will not be published.