ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ହୋଇଗଲା ପୁଅ, ବିବାହ କରାଇବା ପାଇଁ ପ୍ରତିଶୃତି ଦେଇ ଇଜ୍ଜତ ଲୁଟି ଚାଲିଲା ବାପା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ମଣିଷ ପ୍ରକୃତରେ କେଉଁ ସୀମା ପର୍ଯ୍ୟନ୍ତ ତଳକୁ ଯାଇପାରେ ? ଯେତେବେଳେ ବି ଆମେ ଏହାର ଉତ୍ତର ଦେଖନ୍ତି, ସେତେବେଳେ କୌଣସି ଅନ୍ୟ ରାକ୍ଷସ ଆହୁରି ତଳକୁ ଯାଇ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ | ବର୍ତ୍ତମାନ ରାଜସ୍ଥାନର ମୁହାନା ଥାନା ଅଞ୍ଚଳର ଏହି ଲଜ୍ଜାଜନକ ଘଟଣାକୁ ହିଁ ନିଅନ୍ତୁ | ଏଠାରେ ପୁଅ ଏବଂ ବାପା ଦୁହେଁ ମିଶି ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଛନ୍ତି |

ବାପପୁଅ ଦୁହେଁ କଲେ ନାବାଳିକାଙ୍କ ସହିତ ଦୁଷ୍କର୍ମ :-

ବାସ୍ତବରେ ରୋନି ରାଜରୀଆ ନାମକ ଜଣେ ବ୍ୟକ୍ତି ନାବାଳିକା ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଅନେକଥର ସମ୍ପର୍କ ରଖି ଚାଲିଲା | ଯେତେବେଳେ ସେ ପ୍ରେଗ୍ନେଣ୍ଟ ହୋଇଗଲା, ସେତେବେଳେ ସେ ପଳାଇ ଗଲା | ଯୁବତୀ ତାପରେ ପ୍ରେମିକକୁ ଖୋଜି ଖୋଜି ତାଙ୍କ ବାପାଙ୍କ ପାଖକୁ ଗଲା | କିନ୍ତୁ ତା ବାପା ମଧ୍ୟ ରାକ୍ଷସ ବାହାରିଲା | ସେ ପୁଅକୁ ଖୋଜିବା ଏବଂ ବିବାହ କରାଇବାର ଲୋଭ ଦେଖାଇ ନାବାଳିକାଙ୍କ ସହିତ ବଳାତ୍କାର କଲା | ସୀମା ତ ସେତେବେଳେ ପାର ହୋଇଗଲା, ଯେତେବେଳେ ସେ ନିଜର ଜଣେ ସାଙ୍ଗକୁ ମଧ୍ୟ ତାଙ୍କର ବଳାତ୍କାର କରିବାକୁ ଦେଲା |

ବିବାହର ପ୍ରତିଶୃତି ଦେଇ ପ୍ରେମିକ କଲା ପ୍ରେଗ୍ନେଣ୍ଟ :-

ପୋଲିସ ଅନୁଯାୟୀ, ପୀଡିତ ଯୁବତୀ ଅଗଷ୍ଟ ୧୨ ତାରିଖ ୨୦୨୦ ରେ ଥାନାରେ ଅଭିଯୋଗ କରିଥିଲେ | ସେ କହିଥିଲେ ଯେ ୨୦୧୯ ଅଗଷ୍ଟ ମାସରେ ସେ ୧୭ ବର୍ଷର ଥିଲେ | ସେତେବେଳେ ନିଜ ପ୍ରେମୀ ତଥା ଅଭିଯୁକ୍ତ ରୋନି ରାଜରୀଆ ସହିତ ରହୁଥିଲେ | ରୋନିଙ୍କ ବାପାମା ବିବାହର ପ୍ରତିଶୃତି ଦେଇ ନାବାଳିକାଙ୍କୁ ତାଙ୍କ ସହିତ ରଖିନେଇଥିଲେ | ତାପରେ ସେ ଗର୍ଭବତୀ ହୋଇଗଲା | ଏହା ଜାଣି ନଭେମ୍ବର ୧୭ ତାରିଖରେ ରୋନି ଅଚାନକ ଗାଏବ ହୋଇଗଲା | ପୀଡିତା ଯେତେବେଳେ ରୋନିଙ୍କ ବାପାମାଙ୍କୁ ତା ବିଷୟରେ ପଚାରିଲେ, ସେତେବେଳେ ସେମାନେ କିଛି ବି ଜାଣିନାହାନ୍ତି ବୋଲି କହିଦେଲେ |

ସୁଯୋଗ ଦେଖି ପ୍ରେମିକର ବାପା ମଧ୍ୟ ରଖିଲା ସମ୍ପର୍କ :-

ପୀଡିତା ଉବତୀ କହିଛନ୍ତି ଯେ ରୋନିଙ୍କ ବାପା ପୁଅ ସହିତ ବିବାହ କରାଇବା ଏବଂ ତାକୁ ଖୋଜିବା ବଦଳରେ ଜୁଲାଇ ଏବଂ ଅଗଷ୍ଟ ମାସରେ ତାଙ୍କ ସହିତ ଦୁଷ୍କର୍ମ କଲା | ସେ ତାଙ୍କୁ କଲେକ୍ଟ୍ରି ସରକିଲ ପାଖରେ ଥିବା ହୋଟେଲକୁ ନେଇଗଲା | ସେଠାକୁ ତାର ଜଣେ ସାଙ୍ଗ ଆସିଲା ଏବଂ ସେ ସେହି ସାଙ୍ଗ ଦ୍ୱାରା ମଧ୍ୟ ବଳାତ୍କାର କରାଇଲା | ଏହି ସାଙ୍ଗ ରେଲୱେରେ ଟିଟିଇ ଅଟେ | ପୀଡିତା ଯେତେବେଳେ ବି ରୋନିଙ୍କ ବିଷୟରେ ପଚାରନ୍ତି, ସେତେବେଳେ ତାର ବାପା ପୁଅ ଶୀଘ୍ର ଫେରି ଆସିବା କଥା କହି ତାଙ୍କ ସହିତ ସମ୍ପର୍କ ରଖୁଥିଲା |

ଝିଅ ଜନ୍ମ ହେବାପରେ ମଧ୍ୟ କରିଚାଲିଲେ ବଳାତ୍କାର :-

ପୀଡିତାଙ୍କ ଅନୁଯାୟୀ ୨୦୧୯ ନଭେମ୍ବର ପରେ ସେ ନିଜ ସମ୍ପର୍କୀୟଙ୍କ ସହିତ ରହିବାକୁ ଲାଗିଲେ | ତାପରେ ୨୦୨୦ ମାର୍ଚ୍ଚରେ ତାଙ୍କର ଗୋଟିଏ ଝିଅ ଜନ୍ମ ହେଲା | ପୀଡିତା ଏହି କଥା ରୋନିଙ୍କ ବାପାମାଙ୍କୁ ମଧ୍ୟ କହିଲେ, କିନ୍ତୁ ସେମାନେ ଆସିଲେ ନାହିଁ | ତାପରେ ୨୦୨୦ ଜୁଲାଇ ୨୬ ତାରିଖରେ ରୋନିଙ୍କ ବାପା ରାଜେଶ ରାଜରିଆ ପୀଡିତାଙ୍କୁ ନିଜ ଫ୍ଲାଟକୁ ଡକାଇଲେ | ଏଠାରେ ସେ ରୋନି ସହିତ ବିବାହ କରାଇବାର କଥା ଦେଇ ଜବରଦସ୍ତି ସମ୍ପର୍କ ରଖିଲା |

ପୋଲିସ ଧରିଲା ଫେରାର ହୋଇଥିବା ପ୍ରେମିକକୁ :-

ପୋଲିସ ଏହି ମାମଲାରେ ତିନିଜଣ ଲୋକଙ୍କୁ ପୂର୍ବରୁ ହିଁ ଗିରଫ କରିଥିଲା | କିନ୍ତୁ ଅଭିଯୁକ୍ତ ରୋନି ଫେରାର ଥିଲା | ନିକଟରେ ପୋଲିସ ତାକୁ ମଧ୍ୟ ଗିରଫ କରିନେଇଛି |

Leave A Reply

Your email address will not be published.