ଶକ୍ତିମାନର ଏହି କଳାକାର ଯାହାକୁ ଆଜି ଆପଣ ଚିହ୍ନି ମଧ୍ୟ ପାରିବେ ନାହିଁ,ଜାଣନ୍ତୁ ସେମାନେ ଆଜିକାଲି କଣ କରୁଛନ୍ତି

0

Get real time updates directly on you device, subscribe now.

ଶକ୍ତିମାନ :-

ଶକ୍ତିମାନ ସିରିଏଲରେ ମେନ ଲିଡ଼ ରୋଲ କରୁଥିବା ମୁକେଶ ଖନ୍ନା ଏହି ଶୋରେ କେତେବେଳେ ଶକ୍ତିମାନ ହୋଇ ପିଲାମାନଙ୍କ ହୃଦୟ ଜିତୁଥିଲେ ତ ଆଉ କେତେବେଳେ ଗଙ୍ଗାଧରର ଭୂମିକାରେ ଅଭିନୟ କରି ପିଲାମାନଙ୍କୁ ଖୁବ ହସାଉଥିଲେ | ମୁକେଶ ଖନ୍ନାଙ୍କୁ ଶକ୍ତିମାନ ପରେ ବହୁତ ଖ୍ୟାତି ମିଳିଛି | ଲୋକଙ୍କ ପାଇଁ ଶକ୍ତିମାନ ହିଁ ସେମାନଙ୍କର ପ୍ରଥମ ସୁପରହିରୋ ଥିଲେ | ଶକ୍ତିମାନ ପରେ ମୁକେଶ ଖନ୍ନାଙ୍କୁ ଅନେକ ଫିଲ୍ମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବାର ଦେଖାଯାଇଛି | ଆଜିକାଲି ମୁକେଶ ଖନ୍ନା ଭୀଷ୍ମ ଇଣ୍ଟରନେଶନାଲ ନାମକ ୟୁଟ୍ୟୁବ ଚ୍ୟାନେଲରେ ଦ ମୁକେଶ ଖନ୍ନା ଶୋକୁ ଚଳାଉଛନ୍ତି |

ଗୀତା ବିଶ୍ୱାସ :-

ଶକ୍ତିମାନର ଦ୍ୱିତୀୟ ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ଗୀତା ବିଶ୍ୱାସ ଲୋକଙ୍କ ହୃଦୟରେ ରହିଯାଇଥିଲେ | ଲିଡ଼ ଅଭିନେତ୍ରୀ ଭାବରେ ବୈଷ୍ଣବୀ ଶୋରେ ଆରମ୍ଭରୁ କାମ ନ କରିଥିଲେ ମଧ୍ୟ ଲୋକମାନେ ତାଙ୍କୁ ବହୁତ ଭଲପାଇବା ଦେଇଛନ୍ତି | ଶକ୍ତିମାନ ପରେ ବୈଷ୍ଣବୀ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି, ଏହାସହିତ ତାଙ୍କୁ ଅନେକ ଟିଭି ସିରିଏଲରେ ମଧ୍ୟ ଦେଖାଯାଇଛି | ଆଜି ବି ବୈଷ୍ଣବୀ ଟିଭିର ଅନେକ ଶୋରେ କାମ କରି ନିଜ ଫ୍ୟାନ୍ସମାନଙ୍କ ହୃଦୟ ଜିତୁଛନ୍ତି |

ତମରାଜ କିଲବିଷ :-

ଶକ୍ତିମାନର ଏହି ଡାଇଲଗ ତ ଆପଣ ନିଶ୍ଚିତ ଭାବେ ମନେ ରଖିଥିବେ, ଅଂଧେରା କାୟମ ରହେ | ଏହି ଡାଇଲଗକୁ କହିଥିବା ତମରାଜ କିଲବିସର ରୋଲରେ ଅଭିନୟ କରିଥିବା ସୁରେନ୍ଦ୍ର ପାଲଙ୍କୁ ମଧ୍ୟ ବହୁତ ପସନ୍ଦ କରାଯାଇଛି |ସୁରେନ୍ଦ୍ର ଶକ୍ତିମାନ ସହିତ ଅନେକ ବଡ଼ ବଡ଼ ଟିଭି ସିରିଏଲ ମହାଭାରତରେ ମଧ୍ୟ ଦେଖାଯାଇଥିଲେ | ଏହାବ୍ୟତୀତ ସୁରେନ୍ଦ୍ର ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ | କିଛି ଦିନ ପୂର୍ବରୁ ସୁରେନ୍ଦ୍ର ମୁକେଶ ଖନ୍ନାଙ୍କ ଶୋରେ ଦେଖାଯାଇଥିଲେ |

ମହାଗୁରୁ :-

ଶକ୍ତିମାନରେ ମହାଗୁରୁ ଭାବେ ଅଭିନୟ କରିଥିବା ଟମ ଆଲଟର ଶକ୍ତିମାନ ପୂର୍ବରୁ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି | ପଦ୍ମଶ୍ରୀ ଟମ ଆଲଟର ଫିଲ୍ମଗୁଡିକରେ ନିଜର ଅଭିନୟର ଚମତ୍କାର ଦେଖାଇବା ସହିତ ଅନେକ ଟିଭି ଶୋରେ ମଧ୍ୟ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି | ୬୭ ବର୍ଷ ବୟସରେ ଟମ ଆଲଟରଙ୍କର ୨୦୧୭ ରେ ମୃତ୍ୟୁ ହୋଇଯାଇଥିଲା | ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ସର୍ଟ ଫିଲ୍ମ କିତାବ ଆସିଥିଲା |

ଡକ୍ଟର ଜ୍ୟାକାଲ :-

ଶକ୍ତିମାନରେ ଭିଲେନ ଭାବରେ ଦେଖାଯାଇଥିବା ଡକ୍ଟର ଜ୍ୟାକାଲଙ୍କୁ ତ ଆପଣ ନିଶ୍ଚୟ ମନେ ରଖିଥିବେ | ଡକ୍ଟର ଜ୍ୟାକାଲଙ୍କ ଭୂମିକାରେ ଅଭିନୟ କରିଥିବା ଲଳିତ ପରିମୁ କେବଳ ଅଭିନୟ ଦୁନିଆରେ ନୁହେଁ ବରଂ ଲେଖନ କ୍ଷେତ୍ରରେ ମଧ୍ୟ ସେ ଅନେକ ସଫଳତା ହାସଲ କରିଛନ୍ତି | ଟିଭି ସିରିଏଲରୁ ନେଇ ଫିଲ୍ମରେ ଦେଖାଯାଇଥିବା ଲଳିତ ଆକ୍ଟିଙ୍ଗ ଛାଡ଼ିବାପରେ ଯୋଗ ଗୁରୁ ହୋଇଯାଇଥିଲେ | ତେବେ କିଛି ସମୟପରେ ଲଳିତ ପୁଣିଥରେ ବଡ଼ ପରଦାରେ ବଡ଼ ଫିଲ୍ମ ସହିତ ମଧ୍ୟ ଦେଖାଯାଇଥିଲେ | ଲଳିତ ମେଁ ମନୁଷ୍ୟ ହୁଁ ନାମକ ପୁସ୍ତକ ମଧ୍ୟ ଲେଖିଛନ୍ତି |

କପାଲା :-

ଶକ୍ତିମାନର କପାଲା ନିଜ ଉତ୍କୃଷ୍ଟ ଅଭିନୟ ପ୍ରାୟ ୪୦ ରୁ ଅଧିକ ଫିଲ୍ମରେ ମଧ୍ୟ କାମ କରିଛନ୍ତି | କେବଳ ଏତିକି ନୁହେଁ, କପାଲାଙ୍କୁ ଆପଣ ହ୍ରିତିକ ରୋଶନଙ୍କ ଫିଲ୍ମ କହୋ ନା ପ୍ୟାରରେ ମଧ୍ୟ ଦେଖିଥିବେ |

Leave A Reply

Your email address will not be published.