ସାଧାରଣ ନାଗରିକଙ୍କ ଉପରେ ମହଙ୍ଗା ରିଚାର୍ଜର ପ୍ରଭାବ, ଡିସେମ୍ବର ମାସରେ ୧.୨ କୋଟି ଲୋକ ମୋବାଇଲ ଚଲାଇବା ଛାଡିଲେ

0

Get real time updates directly on you device, subscribe now.

ମୋବାଇଲ ଫୋନ ଆଜିର ସମୟରେ ଲୋକମାନଙ୍କ ଗୋଟିଏ ଦୈନିକ ଆବଶ୍ୟକତା ପାଲଟି ଯାଇଛି | ସମସ୍ତଙ୍କ ହାତରେ ମୋବାଇଲ ରହିଥାଏ, କିନ୍ତୁ ବର୍ତ୍ତମାନ ମୋବାଇଲ ରିଚାର୍ଜରେ ବଢୁଥିବା ଦାମ ଲୋକମାନଙ୍କ ଅବସ୍ଥା ବଦଳାଇ ଦେଉଛି ଏବଂ ଯେଉଁ କାରଣରୁ ଲୋକମାନଙ୍କର ମୋବାଇଲଠାରୁ ସମ୍ପର୍କ ଦୂର ହେବାରେ ଲାଗିଛି | କୁହାଯାଉଛି ଯେ ବର୍ତ୍ତମାନ ଗୋଟିଏ ରିପୋର୍ଟ ଆସିଛି |

ଯାହା ବାହୁର ଆଶ୍ଚର୍ଯ୍ୟଜନକ ଅଟେ ଏବଂ ତାଜା ରିପୋର୍ଟ ଅନୁଯାୟୀ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଗତ ବର୍ଷ ଡିସେମ୍ବରରେ ପ୍ରି-ପେଡ ରିଚାର୍ଜ ପ୍ଲାନର ମୂଲ୍ୟରେ ବୃଦ୍ଧି କରିଥିଲେ | ଯେଉଁ କାରଣରୁ କୋଟି କୋଟି ସଂଖ୍ୟାରେ ଲୋକମାନେ ମୋବାଇଲ ଚଲାଇବା ଛାଡି ଦେଇଛନ୍ତି |

କୁହାଯାଉଛି ଯେ ଟ୍ରାଇର ରିପୋର୍ଟରେ ଏହା ଖୁଲାସା ହୋଇଛି ଯେ ବଢୁଥିବା ମୋବାଇଲ ରିଚାର୍ଜ କାରଣରୁ ୧.୨ କୋଟି ୟୁଜର୍ସ ସବୁଦିନ ପାଇଁ ମୋବାଇଲ ଚଲାଇବା ଛାଡି ଦେଇଛନ୍ତି | ସେହିପରି ଏହା ପୂର୍ବରୁ ୨୦୨୧ ନଭେମ୍ବର ମାସରେ ଭାରତରେ ମୋଟ ଆକ୍ଟିଭ ୱେୟରଲେସ ଶବସକ୍ରାଇବର୍ସଙ୍କ ସଂଖ୍ୟା ୧୧୬.୭ କୋଟି ଥିଲା, ଯାହା ୨୦୨୧ ଡିସେମ୍ବର ମାସରେ ହ୍ରାସ ପାଇ ୧୧୫.୫ କୋଟି ହୋଇଯାଇଛି |

ସୂଚନା ପାଇଁ କହିରଖୁଛୁ ଯେ ଏୟାରଟେଲ ୨୦୨୧ ନଭେମ୍ବର ମାସରେ ସବୁଠାରୁ ପ୍ରଥମେ ମୋବାଇଲ ଏବଂ ସେବାଗୁଡ଼ିକର ମୂଲ୍ୟରେ ପ୍ରାୟ ୧୮ ପ୍ରତିଶତରୁ ନେଇ ୨୫ ପ୍ରତିଶତ ବୃଦ୍ଧି କରିଥିଲା | ସେହିପରି ତାପରେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡ଼ିଆ ନିଜର ପ୍ରି-ପେଡ ଟ୍ୟାରିଫ ପ୍ଲାନର ମୂଲ୍ୟରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଥିଲେ |

କେଉଁ କମ୍ପାନୀ କେତେ ଗ୍ରାହକ ହରାଇଲେ :-

ଟ୍ରାଇର ରିପୋର୍ଟ ଅନୁଯାୟୀ, ଭୋଡାଫୋନ ଆଇଡ଼ିଆ ୨୦୨୧ ରେ ୧୬.୧୪ ଲକ୍ଷ ମୋବାଇଲ ଗ୍ରାହକଙ୍କୁ ହରାଇ ଦେଇଛି ଏବଂ ତା ପାଖରେ ବର୍ତ୍ତମାନ ୨୬.୫୫ କୋଟି ଗ୍ରାହକ ଅଛନ୍ତି | ଏହାବ୍ୟତୀତ ଏୟାରଟେଲ ପାଖରେ ୪.୭୫ ଲକ୍ଷ ଗ୍ରାହକ ବଢି ଯାଇଛନ୍ତି | ଯାହାଦ୍ୱାରା ତାର ୱେୟରଲେସ ଶବସକ୍ରାଇବର୍ସଙ୍କ ସଂଖ୍ୟା ବଢ଼ିଯାଇ ୩୫.୫୭ କୋଟି ହୋଇଯାଇଛି |

ଅନ୍ୟପକ୍ଷରେ, ଯଦି ଆମେ ବିଭିନ୍ନ କମ୍ପାନୀର ଶତକଡ଼ା ଅଂଶକୁ ଦେଖିବା, ତେବେ ଭାରତରେ ରିଲାଏନ୍ସ ଜିଓର ଅଂଶ ୩୬ ପ୍ରତିଶତ ଥିବାବେଳେ ଭାରତ ଏୟାରଟେଲରେ ୩୦.୮ ପ୍ରତିଶତ ୟୁଜର ଅଛନ୍ତି | ସେହିପରି ଭୋଡାଫୋନ ଏବଂ ଆଇଡ଼ିଆର ମିଳିତ ଉଦ୍ୟୋଗ ସହିତ ୨୩ ପ୍ରତିଶତ ଲୋକ ଜଡିତ ଏବଂ BSNL ପାଖରେ ୯.୯୦ ପ୍ରତିଶତ ୟୁଜର ଅଛନ୍ତି |

Leave A Reply

Your email address will not be published.