ଏହି ଦେଶରେ କଳା ରଙ୍ଗ ବଦଳରେ ନୀଳ ରଙ୍ଗର ହୋଇଥାଏ ରାସ୍ତା, ଜାଣନ୍ତୁ ଏହା ପଛର କାରଣ

0

Get real time updates directly on you device, subscribe now.

ଭାରତ ସମେତ ଅଧିକାଂଶ ଦେଶର ରାସ୍ତାଗୁଡିକ କଳା ରଙ୍ଗର ହୋଇଥାଏ ଏବଂ କଳା ରଙ୍ଗର ରାସ୍ତା ହେବା ପଛରେ କାରଣ ମଧ୍ୟ ରହିଛି | କାରଣ ଅଧିକାଂଶ ରାସ୍ତାକୁ ତିଆରି କରିବାପାଇଁ ପିଚୁ ବ୍ୟବହାର କରାଯାଇଥାଏ ଏବଂ ଏହି ପିଚୁ କଳା ରଙ୍ଗର ହୋଇଥାଏ | କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ଯେବେ ଯେ ଦୁନିଆରେ ଏମିତି ମଧ୍ୟ ଦେଶ ଅଛି, ଯେଉଁଠାରେ ରାସ୍ତାଗୁଡିକ ନୀଳ ରଙ୍ଗର ଅଟେ | ତେବେ ଆସନ୍ତୁ ଜାଣିବା ପ୍ରକୃତରେ ଏହି ଦେଶରେ ରାସ୍ତାଗୁଡିକର ରଙ୍ଗ ନୀଳ କାହିଁକି ?

ଆମେ କଥା ହେଉଛନ୍ତି କତର ଦେଶ ବିଷୟରେ, ଯେଉଁଠାରେ ବର୍ତ୍ତମାନ ରାସ୍ତାଗୁଡିକର ରଙ୍ଗ ନୀଳ ଅଟେ | ସେହିପରି ଅନ୍ୟପଟରେ ଯେତେବେଳେ ସାରା ଦୁନିଆରେ ରାସ୍ତାଗୁଡିକର ରଙ୍ଗ କଳା କିମ୍ବା ଗ୍ରେ ହୋଇଥାଏ, ସେତେବେଳେ କତରରେ ନୀଳ ରଙ୍ଗର ରାସ୍ତା କାହିଁକି ତିଆରି କରାଯାଇଛି ? ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଉଙ୍କି ମାରୁଥିବ |

ତେବେ ଏହି ପ୍ରଶ୍ନ ଆସିବା ସ୍ୱାଭାବିକ ଅଟେ, କାରଣ ପୂର୍ବରୁ କତରରେ ମଧ୍ୟ କଳା ରଙ୍ଗର ରାସ୍ତା ରହିଥିଲା | କିନ୍ତୁ ୨୦୧୯ ପରଠାରୁ ସେଠାରେ ନୀଳ ରାସ୍ତା ଆରମ୍ଭ ହୋଇଯାଇଛି | ଯାହାପରେ ଏହି ଦେଶର ଅଧିକାଂଶ ରାସ୍ତାଗୁଡିକୁ ନୀଳ ରଙ୍ଗରେ ପରିବର୍ତ୍ତନ କରି ଦିଆଯାଇଛି |

ଏପରି ପରିସ୍ଥିତିରେ ସୂଚନା ପାଇଁ କହିରଖୁଛୁ ଯେ ଆଜି ଗ୍ଲୋବାଲ ୱାର୍ମିଙ୍ଗ ସାରା ଦୁନିଆକୁ ଚିନ୍ତାରେ ପକାଇ ଦେଇଛି ଏବଂ ଏହି ପ୍ରସଙ୍ଗ ବର୍ତ୍ତମାନ ବିଶ୍ୱ ଚର୍ଚ୍ଚାର ବିଷୟ ପାଲଟି ଯାଇଛି | ଏହି କାରଣରୁ କତର ନିଜ ଦେଶରେ ରାସ୍ତାଗୁଡିକୁ ନୀଳ ରଙ୍ଗରେ ବଦଳାଇ ଦେଉଛି | ଯେପରିକି କତରରେ ବଢୁଥିବା ତାପମାତ୍ରାରୁ ମୁକ୍ତି ମିଳିପାରିବ ଏବଂ ଏହା ମଧ୍ୟ କୁହାଯାଉଛି ଯେ ନୀଳ ରାସ୍ତାଗୁଡିକ ତାପମାତ୍ରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ |

ସେହିପରି କହିରଖୁଛୁ ଯେ କତରର ଦୋହା ସହରରେ ସବୁଠାରୁ ପ୍ରଥମେ ନୀଳ ରଙ୍ଗର ରାସ୍ତାଗୁଡିକୁ ତିଆରି କରିବାର କାମ ଆରମ୍ଭ ହୋଇଥିଲା ଏବଂ ଏହି ପ୍ରୟୋଗ ଦ୍ୱାରା ତାପମାତ୍ରାରେ ହ୍ରାସ ହେଉଛି କି ନାହିଁ, ଏହାକୁ ଦେଖିବାପାଇଁ କତରରେ ପ୍ରାୟ ୧୮ ମାସର ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରାଯାଇଥିଲା |

ଏହାବ୍ୟତୀତ ଏକ୍ସପର୍ଟସଙ୍କ ଅନୁଯାୟୀ କତର ନିଜ ରାସ୍ତା କଡର ଟେମ୍ପରେଚର କମ କରିବାପାଇଁ ଏମିତି ପ୍ଲାନ କରିଥିଲା | ଏହାବ୍ୟତୀତ ତାପମାତ୍ରାରେ ଅନ୍ତର ଚେକ କରିବାପାଇଁ ଅନେକ ସେନ୍ସର ମଧ୍ୟ ଲଗାଯାଇଥିଲା, ଯାହା ସାହାଯ୍ୟରେ ପରିବର୍ତ୍ତନକୁ ନୋଟିସ କରାଯାଇପାରିବ |

ସେହିପରି ଶେଷରେ କହିରଖୁଛୁ ଯେ ବୈଜ୍ଞାନିକମାନେ କହିଛନ୍ତି ଯେ ଗୋଟିଏ ବ୍ଲାକ କିମ୍ବା ଗ୍ରେ କଲରର ରାସ୍ତାର ତାପମାତ୍ରା ୨୦ରୁ ୨୫ ଡିଗ୍ରୀରୁ ଅଧିକ ହୋଇଥାଏ |ଏପରି ପରିସ୍ଥିତିରେ କତର ଜଳବାୟୁ ପରିବର୍ତ୍ତନର ସମସ୍ୟାରୁ ମୁକ୍ତି ପାଇବାପାଇଁ ଏବଂ ତାପମାତ୍ରାରେ ହ୍ରାସ ଆଣିବାପାଇଁ ଏହି ବ୍ୟବସ୍ଥା ଉପରେ କାମ କରିବା ଆରମ୍ଭ କରିଛି ଏବଂ ଯାହା ଲଗାତାର ଜାରି ରହିଛି |

Leave A Reply

Your email address will not be published.