ସ୍ୱାମୀ ପୂର୍ବରୁ ଝିଅକୁ କ୍ଷୀର ପିଆଇବା କାରଣରୁ ସ୍ୱାମୀ ଦେଲା ‘ତିନି ତଲାକ’, ସ୍ତ୍ରୀର ଅଭିଯୋଗ ଉପରେ ହେଲା କେସ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମୁସଲମାନ ସମ୍ପ୍ରଦାୟରେ ‘ତିନ ତଲାକ’ର ପ୍ରଥା ଆରମ୍ଭରୁ ମହିଳାମାନଙ୍କ ଶୋଷଣର ଅସ୍ତ୍ର ହୋଇଆସୁଛି | ମୋଦୀ ସରକାରଙ୍କ ଦ୍ୱାରା ତିନ ତଲାକ ବିରୋଧରେ ଆଇନ ଆସିଯାଇଛି, ଯାହାର ଫାଇଦା ଏହି ମହିଳାମାନଙ୍କୁ ମିଳୁଛି ଏବଂ ସେମାନଙ୍କ ଅଭିଯୋଗ ଉପରେ ଏହି ଆଇନ ଆଧାରରେ କେସ ମଧ୍ୟ ରୁଜୁ ହେଉଛି | କିନ୍ତୁ ଶତାବ୍ଦୀ ଧରି ଚାଲିଆସୁଥିବା ଏହି କୁପ୍ରଥା ପୁରୁଷମାନଙ୍କ ମନରେ ବର୍ତ୍ତମାନ ମଧ୍ୟ ଅଛି ଏବଂ ସେମାନେ ବହୁତ ଅଜବ ପ୍ରକାରର ଆଧାରରେ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଦିଅନ୍ତି |

ରିପୋର୍ଟ ଅନୁଯାୟୀ ଏହି ଘଟଣା ଅହମଦାବାଦର କରଞ୍ଜର ଅଟେ | ତିନ ତଲାକ ଦେବାର ମାମଲାରେ ୩୧ ବର୍ଷୀୟ ପୀଡିତ ମୁସଲମାନ ମହିଳା ମଙ୍ଗଳବାର ଦିନ ନିଜ ସ୍ୱାମୀଙ୍କ ସହିତ ଶାଶୂଘର ଲୋକଙ୍କ ବିରୋଧରେ କେସ କରିଛନ୍ତି | ଏହାସହିତ ପୀଡିତ ମହିଳା ମାନସିକ ନିର୍ଯ୍ୟାତନା ଏବଂ ମାରପିଟ କରିବାର ଅଭିଯୋଗ ମଧ୍ୟ କରିଛନ୍ତି |

ପୀଡିତ ମୁସଲମାନ ମହିଳାଙ୍କର ଅଭିଯୋଗ ଏହା ଯେ ୨୦୦୮ ମସିହାରେ ତାଙ୍କର ବିବାହ ହୋଇଥିଲା | ଯାହାପରେ ସେ ନିଜ ସ୍ୱାମୀ ସହିତ ନାଦିୟାଡ଼ ସିଫ୍ଟ ହୋଇଯାଇଥିଲେ | କିନ୍ତୁ ଠିକ ସେବେଠାରୁ ଶାଶୂଘର ଲୋକମାନେ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ | ପିଡୀତଙ୍କ ଅନୁଯାୟୀ, ତାଙ୍କ ସ୍ୱାମୀ ବେରୋଜଗାର ଅଟେ, ଏଥିପାଇଁ ମଧ୍ୟ ଯୌତୁକ ପାଇଁ ଡିମାଣ୍ଡ ବଢି ଚାଲିଥିଲା | ଏହାକୁ ନେଇ ସେ ଆଜିକାଲି ତାଙ୍କ ସହିତ ମାରପିଟ କରୁଥିଲା |

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ପୀଡିତ ମୁସଲମାନ ମହିଳାଙ୍କ ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ଡିସେମ୍ବର ୨୦୨୧ରେ ତାଙ୍କୁ ନିଜ ବାପାମାଙ୍କ ଠାରୁ ୧ ଲକ୍ଷ ଟଙ୍କା ଯୌତୁକ ଆଣିବାପାଇଁ କହିଥିଲେ | ଏହା ପରଠାରୁ ଲଗାତାର ଟଙ୍କା ସହିତ ମାରପିଟ ହେଉଥିଲା | ଏହିପରି ଘଟଣା ଦିନ ମଧ୍ୟ ପୀଡିତାଙ୍କ ସ୍ୱାମୀ ଯୌତୁକକୁ ନେଇ ତାଙ୍କ ସହିତ ଗାଳିଗୁଲଜ ଏବଂ ମାରପିଟ କରିଥିଲା |

ସ୍ୱାମୀ ପୂର୍ବରୁ ଝିଅକୁ କ୍ଷୀର ପିଆଇଦେଲେ :-

ଏହି ସମୟରେ ରାତି ପ୍ରାୟ ୧୦ଟା ସମୟରେ ପୀଡିତାଙ୍କ ପାଞ୍ଚ ବର୍ଷୀୟ ଝିଅ ତାଙ୍କୁ କ୍ଷୀର ଏବଂ ସ୍ନାକ୍ସ ମାଗିବାରୁ ସେ ତାକୁ କ୍ଷୀର ପିଆଇବାକୁ ଲାଗିଲେ | ସେହି ସମୟରେ ସ୍ୱାମୀ ମଧ୍ୟ ତାଙ୍କୁ କ୍ଷୀର ମାଗିଲେ, କିନ୍ତୁ ପ୍ରଥମେ ଝିଅକୁ କ୍ଷୀର ପିଆଇବା କାରଣରୁ କ୍ରୋଧିତ ସ୍ୱାମୀ ପୀଡିତାଙ୍କୁ ତାଙ୍କ ବାପାମା ଏବଂ ଅନେକ ସମ୍ପର୍କୀୟଙ୍କ ସାମ୍ନାରେ ହିଁ ତଲାକ-ତଲାକ-ତଲାକ କହିଦେଲା | ପୀଡିତାଙ୍କ ଭାଇ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କଲେ, କିନ୍ତୁ କିଛି ଲାଭ ହେଲାନାହିଁ | ଏହା ମଧ୍ୟରେ ଅହମଦାବାଦ ଆସି ପୀଡିତା କେସ କରିଦେଲେ |

ତିନି ତଲାକ ଆଇନ :-

ଉଲ୍ଲେଖଯୋଗ୍ୟ ଯେ ମୁସଲମାନ ମହିଳାମାନଙ୍କୁ ଏହି କୁପ୍ରଥାରୁ ସ୍ୱାଧୀନତା ଦେବାପାଇଁ ମୋଦି ସରକାର ୨୦୧୯ ଜୁଲାଇ ମାସରେ ଏହି ଆଇନ ପାସ କରିଥିଲେ ଏବଂ ଏହି ଆଇନକୁ ଅଗଷ୍ଟ ୨୦୧୯ ରେ ରାଷ୍ଟ୍ରପତି ଅନୁମତି ଦେଇଥିଲେ | ତିନି ତଲାକ ଆଇନ ଅଧୀନରେ ୩ ବର୍ଷର ଦଣ୍ଡ ଏବଂ ଜୋରିମାନାର ମଧ୍ୟ ବ୍ୟବସ୍ଥା ରହିଛି |

Leave A Reply

Your email address will not be published.