ଟିମରୁ ବାହାର ହେବାପରେ ବିଗିଡ଼ିଗଲେ ଋଦ୍ଧିମାନ ଶାହ କାରଣ ରାହୁଲ ଦ୍ରାଭିଡ କହିଥିଲେ – ତୁମେ ଏବେ ରିଟାୟାରମେଣ୍ଟ ନେଇ ଯାଅ,ଆଉ ହେବନି ଦଳରେ ସିଲେକସନ !

0

Get real time updates directly on you device, subscribe now.

ଅନୁଭବୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ଶାହଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳରେ ସ୍ଥାନ ମିଳିନାହିଁ। ଏହି ଉଇକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ରାହୁଲ ଦ୍ରାଭିଡଙ୍କ ନେତୃତ୍ୱରେ କାମ କରୁଥିବା ପ୍ରବନ୍ଧନ କହିଛନ୍ତି କି, ରିଟାୟାରମେଣ୍ଟ ବିଷୟରେ ଭାବ କାରଣ ସିଲେକ୍ସନକୁ ନେଇ ତାଙ୍କ ଉପରେ କୌଣସି କଥା ଆଲୋଚନା ହେଉନାହିଁ। ଫେବ୍ରୁଆରୀ 8 ତାରିଖରେ ଋଦ୍ଧିମାନ ଶାହ ନିଜର ନାମ ଫେରାଇ ନେଇଥିଲେ କାରଣ ତାଙ୍କୁ କୁହାଗଲା କି ଭାରତୀୟ ଦଳରେ ସେ ବଛା ଯିବେନାହିଁ।

ଏହିକଥାରେ ଋଦ୍ଧିମାନଙ୍କୁ ଖରାପ ଲାଗିବା ପରେ ମିଡ଼ିଆ କର୍ମୀଙ୍କୁ କହିଥିଲେ କି, ବରିଷ୍ଠ କୋଚ ରାହୁଲ ଦ୍ରାଭିଡ ମଧ୍ୟ ତାଙ୍କୁ ଅବସର ବିଷୟରେ ଚିନ୍ତା କରିବାକୁ କହିଥିଲେ। ଏପରିକି ଯଦି ସେ ଦଳରେ ସାମିଲ ଥାଆନ୍ତେ ତାହେଲେ ଏହିକଥା କହି ପାରିନଥାନ୍ତେ। ସେ କୋଚଙ୍କ ସହିତ ହୋଇଥିବା ଏହି ଗୋପନୀୟ କଥାର ସୂଚନା ଦେଇଥିଲେ।

ଋଦ୍ଧିମାନ ଶାହ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ଟାର୍ଗେଟ ଆଣି କହିଛନ୍ତି, ବିଗତ ନଭେମ୍ବର ମାସରେ କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ 61 ରନ ବନାଇବା ପରେ ଦାଦି ତାଙ୍କୁ ହ୍ଵାଟ୍ସଆପରେ ପ୍ରଶଂସା ଜଣାଇଥିଲେ। ଏହାପରେ ସୌରଭ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ କି, ଦଳରେ ତାଙ୍କ ସ୍ଥାନକୁ ନେଇ ଚିନ୍ତା କରିବାର ନାହିଁ।

ଶାହ ଏହାପରେ କହିଥିଲେ କି, ସୌରଭ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେତେବେଳ ଯାଏଁ ମୁଁ ବିସିସିଆଇର ଉଚ୍ଚସ୍ତରରେ ଅଛି ସେପର୍ଯ୍ୟନ୍ତ ତୁମକୁ ଦଳରୁ କେହି ବାହାର କରିବେ ନାହିଁ। ଏହାଶୁଣି ମୋ ଆତ୍ମବିଶ୍ବାସ ବଢ଼ି ଯାଇଥିଲା କିନ୍ତୁ ଏହାସବୁ ଏତେ ଜଲଦି ବଦଳିଯିବ ବୋଲି ମୁଁ ଭାବିନଥିଲି।

ଉଲ୍ଲେଖନୀୟ ଏହା ଅଟେ କି, ସିନିୟର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ବାହାରେ ରଖାଯାଇଛି। ଉଇକେଟ କିପର ରୂପରେ ଋଷଭ ପନ୍ତଙ୍କ ପରେ ଦ୍ଵିତୀୟ ସିଲେକ୍ସନ କେଏସ ଭରତଙ୍କୁ ଦଳରେ ସାମିଲ କରାଯାଇଛି।

Leave A Reply

Your email address will not be published.