ଇଏ ହେଉଛନ୍ତି ଦୁନିଆରେ ଆଦର୍ଶ ସ୍ୱାମୀ,ପତ୍ନୀଙ୍କ ପାଇଁ ପାର କରିଦେଲେ ସବୁ ସୀମା, ଜଣେ ତ ପତ୍ନୀଙ୍କୁ ମରଣ ମୁହଁରୁ ନେଇଆସିଲେ

0

Get real time updates directly on you device, subscribe now.

ପ୍ରକୃତ ଜୀବନସାଥି ସିଏ ହୋଇଥାଏ ଯିଏ ସବୁ ସୁଖ-ଦୁଃଖରେ ଆପଣଙ୍କ ସହ ଠିଆ ହୋଇଥାଏ | ଯଦି ଆପଣଙ୍କ ପାର୍ଟନର ହାର ମାନନ୍ତିନି ତେବେ ଆପଣଙ୍କ ଦୁଃଖ ବିନା କିଛି କଷ୍ଟରେ ହିଁ ବିତିଯାଇଥାଏ | ବର୍ତ୍ତମାନ ଏହି 4ଜଣ ସ୍ୱାମୀଙ୍କୁ ହିଁ ଦେଖିନିଅନ୍ତୁ | ଏହିମାନେ ନିଜ ପତ୍ନୀଙ୍କ ଖୁସି ପାଇଁ ଯାହା କଲେ ତାହା ଦେଖି ତାଙ୍କୁ ଦୁନିଆରେ ଆଦର୍ଶ ସ୍ୱାମୀ କହିବା ମଧ୍ୟ କିଛି ଭୁଲ ହେବ ନାହିଁ | ତାଙ୍କଠାରୁ ସବୁ ସ୍ୱାମୀ ପ୍ରେରଣା ନେବା ଦରକାର |

1.ପତ୍ନୀଙ୍କ ପାଇଁ ଚାକିରି-ସମ୍ପତ୍ତି ସବୁ ବାଜିରେ ଲଗେଇଦେଲେ :-

ରାଜସ୍ଥାନର ପାଲିର ଖୌରବା ଗାଁରେ ରହୁଥିବା 32 ବର୍ଷୀୟ ଡାକ୍ତର ସୁରେଶ ଚୌଧୁରୀଙ୍କ ପତ୍ନୀ ଅନୀତାଙ୍କୁ କରୋନା ହୋଇ-ଯାଇଥିଲା | ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ କେବଳ ମେସିନ ମାନଙ୍କ ଦ୍ୱାରା ଜୀବତ ରଖା-ଯାଉଥିଲା | ଆଉ ଏହିଥିରେ ସୁରେଶଙ୍କର ପ୍ରତିଦିନ ଏକ ଲକ୍ଷ ଟଙ୍କାର ଖର୍ଚ୍ଚ ହେଉଥିଲା | ପଇସାର ବ୍ୟବସ୍ଥା ପାଇଁ ସୁରେଶ ନିଜ MBBS ର ଡିଗ୍ରୀକୁ ବନ୍ଦା ରଖି 70 ଲକ୍ଷର ଲୋନ ଆଣିଥିଲେ |

ଏହା ବ୍ୟତୀତ ସିଏ ନିଜ ଜମି ବିକିଦେଲେ ଆଉ ତାଙ୍କର ସବୁ ଶେଭିଙ୍ଗିସ୍ ସାରିଦେଇ ତାଙ୍କ ସ୍ତ୍ରୀକୁ 87 ଦିନ ପର୍ଯ୍ୟନ୍ତ ମେସିନ୍ ଭିତରେ ରଖିଲେ | ଆଉ ଏଥିରେ ତାଙ୍କର ପ୍ରାୟ ଅଧା-କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା | ଯଦିଓ ତାଙ୍କ ପରିଶ୍ରମର ଫଳ ମିଳିଥିଲା | ତାଙ୍କ ପତ୍ନୀଙ୍କ 95 ପ୍ରତିଶତ କ୍ଷତିଗ୍ରସ୍ତ ଫୁସଫୁସ ପୁନର୍ବାର ସୁସ୍ଥ ହେବାକୁ ଲାଗିଲା | ଜଲ୍ଦି ହିଁ ତାଙ୍କୁ ଡାକ୍ତରଖାନାରୁ ସୁସ୍ଥ ହେବା ପରେ ଡିସଚାର୍ଜ ମଧ୍ୟ ମିଳିଗଲା |

2.ପ୍ରେଗନେଟ ପତ୍ନୀଙ୍କ ଯତ୍ନ ନେବା ପାଇଁ ଛାଡିଦେଲେ ଡିଏମ୍ ର ଚାକିରି :-

ନିତିନ ଭଦୌରିଆଙ୍କୁ 2016 ମସିହାରେ ପିତୋରାଗଡର ଡିଏମ ର ପୋଷ୍ଟ ମିଳିଥିଲା, କିନ୍ତୁ ସେ ଦାୟିତ୍ୱ ନେଲେ ନାହିଁ | ଏହାର କାରଣ ତାଙ୍କ ପ୍ରେଗନେଟ ସ୍ତ୍ରୀ ଥିଲେ | ସେ ତାଙ୍କ ସ୍ତ୍ରୀ ସ୍ଵାତିଙ୍କ ଗର୍ଭାବସ୍ଥାରେ ତାଙ୍କ ସହ ସମୟ ବିତାଇବାକୁ ଚାହୁଁଥିଲେ |

ତାଙ୍କର ଏହି ଖୁବ ସୁନ୍ଦର ଚିନ୍ତା-ଧାରା ପାଇଁ ତାଙ୍କୁ ବହୁତ ଭଲ ଫଳ ମଧ୍ୟ ମିଳିଲା | କିଛି ସମୟ ପରେ ସେ ଆଉ ତାଙ୍କ ସ୍ତ୍ରୀ ଦୁହେଁ ହିଁ DM ବନିଗଲେ | 2018 ରେ ସ୍ଵାତି ଚମୋଲି ଜିଲ୍ଲାର ଜିଲ୍ଲା-ଧିକାରୀ ବନିଗଲେ ଆଉ ନିତିନ ଆଲମୋଡା ଜିଲ୍ଲାର ମାଜିଷ୍ଟ୍ରେଟ ପଦରେ ବସିଲେ |

3. ସ୍ତ୍ରୀଙ୍କ ପାଇଁ ନିଜ ଘରକୁ ହିଁ ବାନେଇଦେଲେ ହସ୍ପିଟାଲ :-

ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ଅବସରପ୍ରାପ୍ତ ଇଞ୍ଜିନିୟର ଜ୍ଞାନପ୍ରକାଶ ତାଙ୍କ ଘରକୁ 2020 ରେ ଆଇସିୟୁରେ ପରିଣତ କରିଥିଲେ | ଏତିକି ନୁହେଁ ସେ ତାଙ୍କ କାରକୁ ଚଳନ୍ତା ଆମ୍ବୁଲାନ୍ସରେ ଟ୍ରାନ୍ସଫରମ୍ କରିଦେଇଥିଲେ | ପ୍ରକୃତରେ ସେ ଏହି ସବୁ ନିଜ ରୋଗା-ଗ୍ରସ୍ତ ପତ୍ନୀଙ୍କ ପାଇଁ କରିଥିଲେ | ତାଙ୍କୁ CO2 ନାର୍କୋସିସ୍ ନାମକ ଏକ ରୋଗ ହୋଇଥିଲା | ଏହି ରୋଗରେ ରୋଗୀଙ୍କୁ ଲଗାତାର ଆକ୍ସଜେନର ସହାୟତାର ଆବଶ୍ୟକତା ହୋଇଥାଏ |

4. ଦିବ୍ୟାଙ୍ଗ ପତ୍ନୀଙ୍କ ପାଇଁ ବନେଇଲେ ଇଲେକ୍ଟ୍ରିକ୍ ହ୍ୱିଲ୍ ଚେୟାର ବାଇକ୍

ଜ୍ୟାକ୍ ନିଲସନ୍ ଙ୍କ ଗର୍ଲଫ୍ରେଣ୍ଡ ହେଉଛନ୍ତି କ୍ୟାମରି ଦିବ୍ୟାଙ୍ଗ । କ୍ୟାମରି ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି,କିନ୍ତୁ ନିଜ ଶାରୀରିକ ଅବସ୍ଥା ହେତୁ ସେ ଏମିତି କରିପାରନ୍ତି ନାହିଁ । ପୁଣି ତାଙ୍କର ବୟଫ୍ରେଣ୍ଡ ଜ୍ୟାକ୍ ଙ୍କୁ ଗୋଟେ ଆଇଡ଼ିଆ ଆସିଲା । ସେ ଇଲେକ୍ଟ୍ରିକ ବାଇକ ମଧ୍ୟରେ ଗୋଟେ ସିଟ ଯୋଡିଲେ ଆଉ ତାକୁ ହ୍ୱିଲ୍ ଚେୟାର ବାଇକ୍ ରେ ପରିଣତ କରିଦେଲେ ।

କ୍ୟାମରିଙ୍କ ପାଇଁ ଏହା କୌଣସି ସ୍ୱପ୍ନ ସତ ହେବା ପରି ଥିଲା ।ବର୍ତ୍ତମାନ ସେ ଏହା ଉପରେ ବସି ସହଜରେ ଅନେକ କିଲୋମିଟର ବୁଲିପାରୁଛନ୍ତି । ପରେ ଏହି ଦମ୍ପତି ବିବାହ ମଧ୍ୟ କରିଥିଲେ । ସେମାନେ ଏହି ବାଇକ କୁ ‘Not Wheelchair’ ନାମ ଦେଇଛନ୍ତି । ବାସ୍ତବରେ ଏହି ବାଇକ ବିଶେଷ ରୂପରେ ଦିବ୍ୟାଙ୍ଗଙ୍କ ପାଇଁ ତିଆରି ହୋଇଛି ଆଉ ଏହା ହ୍ୱିଲ୍ ଚେୟାର ପରି ଲାଗୁନାହିଁ । ଏଥିପାଇଁ ଏହି ନାଁ ବଛାଗଲା ।

Leave A Reply

Your email address will not be published.