1000 ‘ଗର୍ଲଫ୍ରେଣ୍ଡ’ଙ୍କର ଏକମାତ୍ର’ ବୟଫ୍ରେଣ୍ଡ ‘,ଘରେ ରଖୁଥିଲା 69000 ଗ-ର୍ଭନିରୋଧକ ବଟିକା,ବାଃ ରେ ଜୀବନ !

0

Get real time updates directly on you device, subscribe now.

ଆପଣ ଗୋଟେ କି ଦୁଇଟି ଗାର୍ଲଫ୍ରେଣ୍ଡ ବିଷୟରେ ତ ଶୁଣିଥିବେ କିନ୍ତୁ କଣ ଆପଣ ଭାବିପାରିବେ କି କୌଣସି ପୁରୁଷର 1000 ଗାର୍ଲଫ୍ରେଣ୍ଡ ବି ହୋଇପାରିବେ । ଯଦି ଆପଣ ବିଶ୍ୱାସ କରୁନାହାନ୍ତି,ତେବେ ଆମେ ଆପଣଙ୍କୁ ସେହି ବ୍ୟକ୍ତିଙ୍କ ସହିତ ପରିଚିତ କରାଇବୁ ଯାହାଙ୍କର ଗୋଟିଏ କିମ୍ବା 10ଟି ନୁହେଁ ବରଂ ଏକ ହଜାର ଗର୍ଲଫ୍ରେଣ୍ଡ ଥିଲେ । ଆଜ୍ଞା ହଁ ଏହି ସତକୁ ମଧ୍ୟ ସେ ନିଜେ ହିଁ କୋର୍ଟ ସାମ୍ନାରେ କହିଥିଲେ । କୋର୍ଟ ଏହି ବ୍ୟକ୍ତିଙ୍କୁ 1075 ବର୍ଷ ପାଇଁ ଦଣ୍ଡିତ କରିଛନ୍ତି ଅର୍ଥାତ ଏବେ ସେ ମରିବା ଯାଏଁ ଜେଲର ହିଁ ରହିବେ । ପ୍ରକୃତ ରେ କିଏ ଏହି ବ୍ୟକ୍ତି ଆଉ କୋର୍ଟ ତାଙ୍କୁ ହଜାର ବର୍ଷର ଦଣ୍ଡ କାହିଁକି ଦେଲେ, ଆସନ୍ତୁ ଆମେ ଏହି ଖବରରେ ଜାଣିବା ।

ଅଭିଯୁକ୍ତ ତୁର୍କୀର ବାସିନ୍ଦା:-

ଏକ ହଜାର ଗାର୍ଲଫ୍ରେଣ୍ଡଙ୍କର ଏକୁଟିଆ ବୟଫ୍ରେଣ୍ଡ ତୁର୍କୀର ବାସିନ୍ଦା ଅଟନ୍ତି । ତାଙ୍କ ନାମ ହେଉଛି ଅଦନାନ ଓକତାର ଆଉ ତାଙ୍କୁ ମୁସଲିମ ଧର୍ମର ଜଣେ ବଡ ନେତା ହିସାବରେ ବିବେଚନା କରାଯାଏ । ସେ ଇସ୍ତାବୁଲ ରେ ରୁହନ୍ତି । ତୁର୍କୀର ଏହି ଆରୋପୀ ଜଣେ ରଚନାକାର ଅଟନ୍ତି । ସେ ବଡ଼ ବଡ଼ ଉପଦେଶ ଦେଇଥାନ୍ତି । ଅଦନାନ ଦାବ୍ରିନ ଙ୍କୁ ବିକାସବାଦୀ ସିଦ୍ଧାନ୍ତ ସମ୍ପୁର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ ଆଉ ନିଜର ଅଲଗା ସିଦ୍ଧାନ୍ତ ଉପସ୍ଥାପନା କରୁଥିଲେ । ସେ ହାରୁନ୍ ୟାହିଙ୍କ କଲମ ନାମରେ
‘ଦି ଆଟଲାସ୍ ଅଫ୍ କ୍ରିଏସନ୍’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ଯାହା 770 ପୃଷ୍ଠାର ଅଟେ ।

କମ୍ କପଡା ପିନ୍ଧିଥିବା ମହିଳାମାନଙ୍କ ଦ୍ୱାରା ଘେରି ରହୁଥିଲା ଅଦନନ୍ ଛ-

ଅଦନନ୍ ରୁଢ଼ିବାଦୀ ଇସ୍ଲାମିକ ଉପଦେଶ ଦେଉଥିଲା । ଆଶ୍ଚର୍ଯ୍ୟ ର କଥା ଏହା କି ଏହି ଉପଦେଶଗୁଡିକର ସେ ପ୍ରାୟତଃ କମ କପଡ଼ା ପିନ୍ଧିଥିବା ମହିଳାମାନଙ୍କ ଦ୍ୱାରା ଘେରି ହୋଇଥିବା ବେଳେ ଦେଇଥାଏ । ସେ ପ୍ରାୟତଃ ଟିଭି ଶୋ ରେ ଉପଦେଶ ଦେଉଥିଲା ଆଉ ଉଗ୍ରବାଦୀ ମତ କୁ ବିସ୍ତାର କରୁଥିଲା । ଖାଲି ଏତିକି ନୁହେଁ ଅଦନନ୍ ଯୁବତୀମାନଙ୍କ ସହ ଏହି ଶୋ ରେ ଡ୍ୟାନ୍ସ ମଧ୍ୟ କରୁଥିଲା । ସେ ମହିଳାମାନଙ୍କୁ ତାଙ୍କ ନାଁରେ ନୁହେଁ ବରଂ ବିଲ୍ଲୀ କହି ଡାକୁଥିଲା । ସବୁଠୁ ବଡ଼ କଥା ହେଲା ଅଦନନ୍ କୁ ବିଶ୍ୱାସ କରୁଥିଲା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଥିଲା ।

ଏହି ମାମଲାରେ ଅଦନନ୍ ଙ୍କୁ ମିଳିଥିଲା 1075 ବର୍ଷର ଦଣ୍ଡଛ-

ଅଦନନ୍ ଙ୍କ ଉପରେ 10 ଅଲଗା ଅଲଗା ଆରୋପ ଲାଗିଥିଲା । ତାଙ୍କ ଉପରେ 2018 ରେ ମୁକଦମା ଦର୍ଜ ହୋଇଥିଲା । ଯଦି ଅପରାଧଗୁଡିକ ବିଷୟରେ କହିବେ ତେବେ ତାଙ୍କ ବିରୋଧରେ ଗ୍ୟାଙ୍ଗ ବନେଇକି ଅପରାଧ କରିବା ଠୁ ଆରମ୍ଭ କରି ନାବାଳିକାଙ୍କୁ ଯୌନ ଶୋଷଣ,ସାମରିକ ଗୁପ୍ତଚର ପର୍ଯ୍ୟନ୍ତର ଅଭିଯୋଗ ଲାଗିଥିଲା । ପାଖାପାଖି 236 ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଆଉ ଏଥି ମଧ୍ୟରୁ 78 ଲୋକ ଗିରଫ କରାଯାଇଥିଲା ଯେଉଁ ମାନେ ଅଦନନ୍ ଙ୍କୁ ବିଶ୍ୱାସ କରୁଥିଲେ ।

କୋର୍ଟରେ ଶୁଣାଣି ସମୟରେ ଅଦନାନ୍ ସ୍ୱୀକାର କରିଥିଲେ ଯେ ତାଙ୍କର 1000 ଗର୍ଲପ୍ରେଣ୍ଡ ଅଛନ୍ତି | ସେଇଠାରେ ଯେତେବେଳେ ତାଙ୍କ ଘରକୁ ଯାଞ୍ଜ କରାଯାଇଥିଲା ସେତେବେଳେ ସେହିଠାରୁ 69 ହଜାର ଗର୍ଭ-ନିରୋଧକ ବଟିକା ମିଳିଥିଲା | ଏହି ବଟିକା ଗୁଡିକ ବିଷୟରେ ଅଦନାନ୍ କହିଥିଲେ ଯେ ସେ ଏହି ବଟିକା ଗୁଡିକୁ ଚର୍ମ ରୋଗ ଆଉ ମାସିକ ଋତୁସ୍ରାବର ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରୁଥିଲେ | ତାଙ୍କ ବିରୁଧରେ ଲୋକମାନେ ଲଗେଇଥିବା ଆରୋପ ସତ ବୋଲି ଜଣାପଡିବା ପରେ କୋର୍ଟ ଜାନୁଆରୀରେ ତାଙ୍କୁ 1075 ବର୍ଷ ପର୍ଯ୍ୟନ୍ତ ଶାସ୍ତି ଶୁଣେଇ ଦେଲେ |

ମହିଳାମାନଙ୍କର ଜବରଦସ୍ତି କରାଉଥିଲା ପ୍ଲାଷ୍ଟିକ୍ ସର୍ଜରୀ :-

ଅଦନାନ୍ ଙ୍କ ଉପରେ ଅଛି ଅନ୍ୟ ଏକ ଗମ୍ଭୀର ଆରୋପ | ସେ କେବଳ ମହିଳା ମାନଙ୍କର ଯୌନ ଶୋଷଣ ହିଁ କରୁନଥିଲା ବରଂ ଜବରଦସ୍ତି ସେମାନଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରୁଥିଲା | ତାଙ୍କ ସହ ରହୁଥିବା ସମସ୍ତ ମହିଳାଙ୍କ ପାଇଁ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ | ହେଲେ ତାଙ୍କ ଡରରେ ମହିଳାମାନେ ଚୁପ୍ ହିଁ ରହୁଥିଲେ ଆଉ ତାଙ୍କୁ ବିରୋଧ କରିବାକୁ ସାହସ କରିପାରୁନଥିଲେ |

ବର୍ତ୍ତମାନ କିନ୍ତୁ ମହିଳାମାନେ ତାଙ୍କ ସତ କହିବାକୁ ସାହସ ଏକାଠି କରୁଛନ୍ତି | ଅଦନାନଙ୍କ ଶିକାର ହୋଇଥିବା ଜଣେ ମହିଳା କହିଥିଲେ ଯେ ସେତେବେଳେ ସେ ମାତ୍ରା 16 ବର୍ଷ ହୋଇଥିଲେ ଯେତେବେଳେ ତାଙ୍କର ଯୌନ ଶୋଷଣ ହୋଇଥିଲା | ସେଇଠାରେ 20 ବର୍ଷ ମଧ୍ୟରେ ବିନା ଆନାସ୍ଥେସିଆ ର ରାଇନୋପ୍ଲାଷ୍ଟି କରାଯାଇଥିଲା,ଯାହାର ଯନ୍ତ୍ରଣା ଆଜି ମଧ୍ୟ ମୁ ଭୁଲି ପାରିବି ନାହିଁ | ମହିଳା ଜଣଙ୍କ କହିଛନ୍ତି ଯେ ରାଇନୋପ୍ଲାଷ୍ଟୀ ପାଇଁ ତାଙ୍କ ନାକକୁ ଛେଣି ଆଉ ହାତୁଡିରେ ମାଡ ମରାଯାଇଥିଲା |

Leave A Reply

Your email address will not be published.