ଯେତେବେଳେ ସଚିନଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେଉନଥାଏ,ସେତେବେଳେ ବିରାଟ କୋହଲି ଦେଇଥିଲେ ଏହି ଉପହାର,ବର୍ତମାନ ସବୁ ରାଜ ଖୋଲିଲେ ସଚିନ

0

Get real time updates directly on you device, subscribe now.

କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କ ସହିତ ଜଡ଼ିତ ଏକ ବାକ୍ୟା ଖୁଲାସା କରିଛନ୍ତି। ଏହି ବାକ୍ୟାଟି ସଚିନଙ୍କ କ୍ୟାରିଅର ର ଶେଷ ଇଣ୍ଟରନାଶନାଲ ମ୍ୟାଚ ଦିନରେ ଥିଲା।

ସଚିନ ନିଜର ଶେଷ ଇନ୍ଟରନାଶନାଲ ମ୍ୟାଚ ନଭେମ୍ବର ମାସରେ 2013 ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳିଥିଲେ। ଏହି ଟେଷ୍ଟ ପରେ ସଚିନ ଇନ୍ଟରନାଶନାଲ କ୍ରିକେଟରୁ ସନ୍ୟାସ ନେଇ ସାରିଥିଲେ। ମ୍ୟାଚରେ ଟିମ ଇଣ୍ଡିଆ 126 ରନ ଅନ୍ତରାଳରେ ଜିତି ନେଇଥିଲେ। ବିଜୟ ପରେ ନଭେମ୍ବର 16 ତାରିଖରେ ସଚିନ ନିଜର ଡ୍ରେସିଂ ରୁମରେ ବସି ଭାବୁକ ହୋଇଯାଇଥିଲେ। ସେ ଗୋଟିଏ ପଟେ କୋଣରେ ବସି ଭାବୁକ ହୋଇଯାଇଥିଲେ। ଏହି ମୁହୂର୍ତ୍ତକୁ ସେ ଇଣ୍ଟରଭୟୁରେ ଶେୟର କରିଥିଲେ।

ଯେତେବେଳେ ସଚିନଙ୍କ ଲୁହ ଅଟକିନଥିଲା:-

ସଚିନ ଆମେରିକୀୟ ପତ୍ରକାର ଗ୍ରାହମ ବେସିଙ୍ଗରଙ୍କ ଏକ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ କି, ମୋତେ ଆଜିବି ସେହି ଘଟଣା ମନେ ଅଛି। ସେତେବେଳେ ଟେଷ୍ଟ ଖେଳି ମୁଁ ଡ୍ରେସିଂ ରୁମ ଆସିଥିଲି ଓ ମୁଁ ଅବସର ମଧ୍ୟ ନେଇସାରିଥିଲି। ମୋ ଆଖିରେ ସେତେବେଳ ପର୍ଯ୍ୟନ୍ତ ଲୁହ ଥିଲା ଓ ମୁଁ ନିଜକୁ ଏହିକଥା ବୁଝାଉଥିଲି।

ମୁଁ ଏକ କୋଣରେ ବସିଥିଲି ଓ ମୁଁ ମୋ ଭାବନାକୁ ନିୟନ୍ତ୍ରଣ କରି ପାରୁନଥିଲି। ମୋ ମୁଣ୍ଡ ଉପରେ ଟାୱେଲ ଥିଲା ଓ ମୁଁ ସେଥିରେ ଲୁହ ପୋଛୁଥିଲି। ମୋର ମନେଅଛି ଏହି ସମୟରେ ବିରାଟ କୋହଲି ଆସିଲେ ଓ ମୋତେ ଏକ ଲାଲ ରଙ୍ଗର ସୂତା ଦେଇଥିଲେ ଯାହାକୁ ତାଙ୍କ ପିତା ତାଙ୍କୁ ଦେଇଥିଲେ।

ବିରାଟ ସଚିନଙ୍କୁ ଦେଲେ ନିଜର ଗିଫ୍ଟ:-

ସଚିନ କୁହନ୍ତି ଏହି ସୂତାକୁ ମୁଁ ମୋ ପାଖରେ ରଖିଲି ଓ ଏହାକୁ କିଛି ସମୟ ପରେ ବିରାଟଙ୍କୁ ଫେରାଇ କହିଥିଲି, ଏହା ଅମୂଲ୍ୟ ଅଟେ ଓ ଏହା ତାଙ୍କ ପାଖରେ ରହିବା ଆବଶ୍ୟକ ଓ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହାକୁ ରଖିବାକୁ ସଚିନ ବିରାତଙ୍କୁ ଉପଦେଶ ଦେଇଥିଲେ। ଏହା ଥିଲା ଏକ ମୁହୂର୍ତ୍ତ ଯାହାକୁ ସେ କେବେ ଭୁଲିବେ ନାହିଁ।

ବିରାଟ ମଧ୍ୟ ଏହାର ଖୁଲାସା କରିଥିଲେ:-

ଦୁଇବର୍ଷ ପୂର୍ବେ ବିରାଟ କୋହଲି ମଧ୍ୟ ଏହିକଥାର ଖୁଲାସା ଏହି ଶୋ ମାଧ୍ୟମରେ କରିଥିଲେ। ସେ କହିଥିଲେ, ମୁଁ ଏହି ସୂତାକୁ ମୋ ହାତରେ ବାନ୍ଧିଥାଏ, ଏହାକୁ ପୂର୍ବରୁ ମୋ ପିତା ନିଜ ହାତରେ ବାନ୍ଧୁଥିଲେ ଓ ସେ ମୋତେ ଗିଫ୍ଟ ଦେଇଥିଲେ। ମୁଁ ଯେତେବେଳେ ଯେଉଁ ସ୍ଥାନକୁ ଯାଏ ଏହା ସବୁବେଳେ ମୋ ବ୍ୟାଗ ଭିତରେ ରହିଥାଏ।

ମୁଁ ଜାଣିଥିଲି ମୋ ପିତାଙ୍କ ଦ୍ୱାରା ଦିଆଯାଇଥିବା ଏହି ଗିଫ୍ଟ ମୋ ପାଇଁ ଅମୂଲ୍ୟ ଥିଲା। ମୁଁ ଏହାଠାରୁ ଅଧିକ ସଚିନଙ୍କୁ କିଛି ଦେଇପାରିନଥାନ୍ତି। ମୁଁ ତାଙ୍କୁ କହିଥିଲି, ସେ ମୋତେ ବହୁତ ପ୍ରେରିତ କରିଛନ୍ତି। ଏହା ମୋ ତରଫରୁ ତାଙ୍କ ପାଇଁ ଏକ ଛୋଟ ଗିଫ୍ଟ ଅଟେ।

Leave A Reply

Your email address will not be published.