ଯଦି ଦଶମ ପାସ୍ କରିଛନ୍ତି,ତ ହେଲେ ବିନା ପରୀକ୍ଷାରେ କରନ୍ତୁ ରେଲୱେ ଚାକିରି

0

Get real time updates directly on you device, subscribe now.

ରେଲୱେରେ ଚାକିରି କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଲା ଖୁସି ଖବର। ବର୍ତ୍ତମାନ ଭୁବନେଶ୍ୱରର ରେଳବାଇ ନିଯୁକ୍ତିର ଅଫିସିଆଲ ସାଇଟ rrcbbs.org.in ମାଧ୍ୟମରେ ଇଛୁକ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁସାରେ ରେଲୱେରେ ୭୫୬ଟି ପଦବୀ ଖାଲି ହେଉଛି।

ପୂର୍ବ ତଟ ରେଳବାଇ, ଆପ୍ରେଣ୍ଟିସ ପଦବୀ ପାଇଁ ଆଗ୍ରହୀ ଥିବା ତଥା ଯୋଗ୍ୟପ୍ରାର୍ଥୀମାନଙ୍କ ପାଇଁ ଏହି ପୋଷ୍ଟଟିକୁ ପ୍ରସ୍ତୁତ କରାଯାଇଛି। ଉପଯୁକ୍ତ ପ୍ରାର୍ଥୀମାନେ ଭୁବନେଶ୍ୱରର ରେଲୱେ ରିକ୍ରୁମେଣ୍ଟ୍ ସେଲ୍, ଅଫିସିଆଲ ୱେବସାଇଟ rrcbbs.org.in ମାଧ୍ୟମରେ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲିଥିବା ପଦବୀ ସଂଖ୍ୟା ୭୫୬ ଥିବା ସମୟରେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୭ ପର୍ଯ୍ୟନ୍ତ।

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଓ ଏହା ସହିତ ତାଙ୍କର କୌଣସି ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ NCVT / SCVT ଦ୍ଵାରା ସାର୍ଟିଫିକେଟ ଇସୁ ହୋଇଥିବା ଆବଶ୍ୟକ। ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ବା ନୋଟିସକୁ ଅନୁସରଣ କରି ପାଇପାରିବେ।

ମେରିଟ୍ ତାଲିକା ଅନୁସାରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ। ମେଟ୍ରିକରେ ହାରାହାରି ସର୍ବନିମ୍ନ ୫୦ ପ୍ରତିଶତ (ଏଗ୍ରିଗେଟ୍) ମାର୍କ ଏବଂ ITI ମାର୍କ ନେଇ ମେରିଟ୍ ଲିଷ୍ଟ ତିଆରି କରାଯିବା। ପ୍ରଥମେ ସର୍ଟଲିଷ୍ଟ କରାଯାଇଥିବା କ୍ୟାଣ୍ଡିଡେଟମାନଙ୍କର ଡକ୍ୟୁମେଣ୍ଟ / ସାର୍ଟିଫିକେଟକୁ ଯାଞ୍ଚ କରାଯାଇ ତାଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

ପ୍ରାର୍ଥୀମାନଙ୍କୁ ଆବେଦନ ଫି ବାବଦରେ କେବଳ ୧୦୦ ଟଙ୍କା ଦେବାକୁ ପଡିବ। ଆଗ୍ରହୀ ତଥା ଯୋଗ୍ୟଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଅଫିସିଆଲ ପେଜରୁ ମଧ୍ୟ ନୋଟିଫିକେସନ ପଢ଼ିବା ଆବଶ୍ୟକ।

Leave A Reply

Your email address will not be published.