ପୋଷ୍ଟ ଅଫିସର ଏହି ସ୍କିମରୁ ଜବରଦସ୍ତ ଫାଇଦା ଉଠାନ୍ତୁ,ମିଳିବ ୪୧ ଲକ୍ଷ ଟଙ୍କା,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ସାଧାରଣତଃ ମଧ୍ୟବିତ୍ତ ପରିବାରରେ ପୋଷ୍ଟ ଅଫିସ ଏହି ସ୍କିମକୁ ବହୁତ ପସନ୍ଦ କରାଯାଏ। ଏହା ପଛରେ ଥିବା ଏକ ଭ୍ୟାଲିଡ କାରଣ ମଧ୍ୟ ଅଛି। ପୋଷ୍ଟ ଅଫିସର ଏହି ସ୍କିମରେ ହାଇ ରିଟର୍ଣ୍ଣ ସହ ଟଙ୍କାର ସେଫ୍ଟିକୁ ମଧ୍ୟ ଧ୍ୟାନ ଦିଆଯାଇଥାଏ। ତେଣୁ ଅଧିକାଂଶ ଲୋକ ଏହା ଉପରେ ଭରସା କରି ଟଙ୍କାକୁ ରଖିଥାନ୍ତି। ଏମିତିରେ ପିପିଏଫ ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମଧ୍ୟ ପୋଷ୍ଟ ଅଫିସର ଏକ ସ୍କିମ ଅଟେ। ଯାହାର ଲାଭ ସମ୍ପର୍କରେ ଆପଣ ସମସ୍ତଙ୍କୁ ଜଣା।

ପୋଷ୍ଟ ଅଫିସରେ ଲୋକମାନଙ୍କର ଟଙ୍କା ସମ୍ପୂର୍ଣ୍ଣ ରୂପେ ସେଫ ରହିଥାଏ। ତେଣୁ ଏହା ଉପରେ ଲକ୍ଷାଧିକ ଲୋକେ ଭରସା କରିଥାନ୍ତି। ଏମିତିରେ ପିପିଏଫ ମଧ୍ୟ ଏକ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ଅଟେ, ଯେଉଁଥିରେ ଲକ୍ଷାଧିକ ଟଙ୍କାରେ ଫଣ୍ଡ ତିଆରି କରାଯାଇପାରିବ। କିନ୍ତୁ ବର୍ତ୍ତମାନ ଏକ ନୂଆ ପ୍ଲାନ ଆସିଛି। ଯେଉଁଥିରେ ଆପଣ ୪୧ ଲକ୍ଷ ଟଙ୍କା ପାଇପାରିବେ।ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟରେ ଅଧିକ ଲାଭ ପାଇବା ପାଇଁ ଏହି ସ୍କିମ ସବୁଠାରୁ ବଢ଼ିଆ ହେବ।

ପୋଷ୍ଟ ଅଫିସର ଏହି ସ୍କିମ ଅନୁସାରେ ଆପଣଙ୍କର ଟଙ୍କା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ। ଏହା ସହିତ ଟାକ୍ସ ଫ୍ରି ମଧ୍ୟ ରହିବ। ଏମିତିରେ ୧୬ ଲକ୍ଷ ଟଙ୍କାର ମାଚ୍ୟୁରିଟି ପାଇଁ ଆପଣଙ୍କୁ ପ୍ରତିଦିନ ୧୬୭ ଟଙ୍କା ଜମା କରିବାକୁ ହେବ। ଅର୍ଥାତ ମାସକୁ ୫ହଜାର ଟଙ୍କା ନିବେଶ କରିବାକୁ ପଡ଼ିବ। ପରେ ୧୫ ବର୍ଷର ମାଚ୍ୟୁରିଟି ସହ ଆପଣଙ୍କୁ ୧୬ ଲକ୍ଷ ଟଙ୍କା ଏଥିରେ ମିଳିବ।

ପିପିଏଫ ଆକାଉଣ୍ଟର ଲକ ଇନ ପିରିୟଡ ୧୫ ବର୍ଷର ଥାଏ। ତେଣୁ ଯଦି ଆପଣ ୧୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅପରେଟ କରିବାକୁ ଚାହୁଁଛନ୍ତି ତେବେ ଏକ ଫର୍ମ ଭର୍ତ୍ତି କରିବାକୁ ହେବ। ୧୫ ବର୍ଷ ପରେ ଆପଣ ନିଜର ପିିପିଏଫ ଆକାଉଣ୍ଟକୁ ନୂଆ କଣ୍ଟ୍ରିବ୍ୟୁସନ ସହ ୫ ବର୍ଷ ଗ୍ୟାପରେ ଟାଇମ ପିରିୟଡକୁ ମଧ୍ୟ ବଢ଼ାଇପାରିବେ। ଏମିତିରେ ୨୫ ବର୍ଷ ପର୍ଯ୍ୟନ୍ତ ଆପଣ ଏହାର ଲାଭ ଉଠାଇପାରିବେ।

ଯଦି ଆପଣ ୧୬ ବର୍ଷରୁ ୨୫ ବର୍ଷ ମଧ୍ୟରେ ମାସକୁ ୫ ହଜାର ଟଙ୍କା ଦେଉଛନ୍ତି ତେବେ ୨୫ ବର୍ଷ ମାଚ୍ୟୁରିଟି ପରେ ଆପଣଙ୍କୁ ୪୧ ଲକ୍ଷରୁ ଅଧିକ ଟଙ୍କା ମିଳିବ। ଗ୍ୟାରେଣ୍ଟି ରିଟର୍ଣ୍ଣ ପଲିସି ହୋଇଥିବା କାରଣରୁ ଏଥିରେ ନିବେଶକଙ୍କୁ କମ୍ପାଉଣ୍ଡିଂର ଜବରଦସ୍ତ ଲାଭ ମିଳିବ। ଏହି ସ୍କିମ ଲମ୍ବା ସମୟ ଧରି ୱେଲଥ କ୍ରିଏସନ ପାଇଁ ଏକ ବଢ଼ିଆ ସ୍କିମ ହେବ।

Leave A Reply

Your email address will not be published.