ଶହ ଶହ ପକ୍ଷୀ ଉଡ଼ୁଥିବା ବେଳେ ହଠାତ ମରିକି ତଳେ ପଡ଼ିଗଲେ ! ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ

0

Get real time updates directly on you device, subscribe now.

ଉତ୍ତର ଆମେରିକାର ମେକ୍ସିକୋରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ସମ୍ପୂର୍ଣ ରୂପରେ ଆଶ୍ଚର୍ଯ୍ୟ କରିଦେଲା। ମେକ୍ସିକୋର କୁଆଉତେମୋକ ସହରରେ ଉଡ଼ୁଥିବା ସମୟରେ ହଠାତ ଶହ ଶହ ପକ୍ଷୀଙ୍କର ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ଏହି ଘଟଣା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଘଟଣା ସେଠାରେ ଥିବା ଏକ ସିକ୍ୟୁରିଟି କ୍ୟାମେରାରେ ରେକର୍ଡ ହେବା ପରେ ଫୁଟେଜଟି ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଏହି ଫୁଟେଜରେ ଉଡ଼ୁଥିବା ପକ୍ଷୀ ଏବଂ ପରେ ରାସ୍ତା ଉପରେ ହଳଦିଆ ମୁଣ୍ଡ ଥିବା ବ୍ଲାକ୍‌ବାର୍ଡ ପକ୍ଷୀଙ୍କର ଶହ ଶହ ମୃତଦେହ ଦେଖିବାକୁ ମିଳୁଛି। ଏହି ଘଟଣାଟିର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଯାଇଛି। ମେକ୍ସିକୋର ଏକ ଖବରକାଗଜ ଅନୁଯାୟୀ, ଏହି ଘଟଣାଟି ଫେବୃୟାରୀ ୭ ତାରିଖ ସାମ୍ନାକୁ ଆସିଥିଲା। କୁଆଉତେମୋକ ସହରର ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ଏବଂ ଫୁଟପାଥରେ ମରି ପଡ଼ିଥିବା ଶତାଧିକ ହଳଦିଆ ମୁଣ୍ଡ ଥିବା ବ୍ଲାକ୍‌ବର୍ଡ ପକ୍ଷୀଙ୍କର ମୃତ ଦେହ ଦେଖିବାକୁ ପାଇଥିଲେ।

ସ୍ଥାନୀୟ ପୋଲିସ ଅନୁସାରେ ଫେବୃଆରୀ ୭ ତାରିଖରେ ସେମାନଙ୍କୁ ଆକାଶରୁ ଖସି ପଡିଥିବା ୧୦୦ରୁ ଅଧିକ ପକ୍ଷୀଙ୍କର ମୃତ ଦେହ ମିଳିଥିଲା। ଏହି ଆଶ୍ଚର୍ଯ୍ୟଜନକ ଫୁଟେଜ ସେଠାରେ ଲାଗିଥିବା ଏକ ସିକ୍ୟୁରିଟି କ୍ୟାମେରାରେ ରେକର୍ଡ ହୋଇଥିଲା, ଯେଉଁଥିରେ ଉଡ଼ୁଥିବା ପକ୍ଷୀମାନେ ହଠାତ ମରି ତଳେ ପଡ଼ି ଯାଉଥିବାର ଦେଖିବାକୁ ମିଳିଥିଲା। ଯଦିଓ କିଛି ପକ୍ଷୀ ଏଥିରୁ ଉଡ଼ି ପଳାଇ ଯାଇଥିଲେ। ତେବେ ପକ୍ଷୀମାନଙ୍କର ମୃତଦେହ ରାସ୍ତାରେ ଏଣେ ତେଣେ ବିଛାଇ ହୋଇ ପଡ଼ିଥିଲା ବୋଲି ସେଠାରେ ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

5G ଟେକ୍ନୋଲୋଜି ଏବଂ ପ୍ରଦୂଷଣକୁ ଦାୟୀ କରାଯାଉଛି:-

ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏଥିରେ କିଛି ମାତ୍ରାରେ 5G ଟେକ୍ନୋଲୋଜିକୁ ଦାୟୀ କରାଯାଉଛି। କିଛି ପ୍ରାଣୀ ଚିକିତ୍ସକଙ୍କ କହିବା କଥାକି, ଏହି ଘଟଣା ପାଇଁ ବାୟୁ ପ୍ରଦୂଷଣ ପାଇଁ ମଧ୍ୟ ଦାୟୀ। ସେପଟେ କିଛି ପକ୍ଷୀ ବିଶେଷଜ୍ଞଙ୍କ କହିବା ଅନୁସାରେ, ପକ୍ଷୀମାନଙ୍କର ମୃତ୍ୟୁ ପଛରେ କୌଣସି ଶିକାରୀ ପକ୍ଷୀର ମଧ୍ୟ ବଡ଼ ଦଳ ଥାଇପାରନ୍ତି। ବ୍ଲାକ୍‌ବାର୍ଡ ଯେଉଁମାନଙ୍କଠାରୁ ବଞ୍ଚିବା ପାଇଁ ପକ୍ଷୀମାନେ ଏଣେ ତେଣେ ଉଡ଼ୁଥିବାର ଦେଖା ଯାଇଥିଲା।

Leave A Reply

Your email address will not be published.