ହୃଦୟ ବିଦାରକ ଘଟଣା : କୂଅରେ ପଡି ୧୧ ଜଣ ମହିଳାଙ୍କ ମୃତ୍ୟୁ,ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର କୂଶୀନଗରରେ ଏକ ବଡ଼ ହୃଦୟ ବିଦାରକ ଘଟଣା ଘଟି ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଡଜନରୁ ଅଧିକ ଝିଅ ଏକ କୂଅ ଭିତରେ ଗଳି ପଡ଼ିଲେ। ଏହି ଘଟଣାରୁ 11 ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ମୃତ୍ୟୁ ମାମଲା ଆହୁରି ବଢ଼ିପାରେ ସେହିପରି ସୂଚନା ମିଳିବାପରେ ଚାରିଆଡେ ହାହାକାର ମଚିଗଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉପାୟ କରି ମହିଳା ଓ ଝିଅଙ୍କୁ କୂଅ ଭିତରୁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

ଝିଅମାନେ ବିବାହ ଘର ପାଖରେ ଥିବା କୂଅ ପାଖରେ ଛିଡ଼ା ଥିଲେ:-

ସୂଚନା ଅନୁସାରେ ଏହି ଘଟଣା କୂଶୀନଗରର ନେବୁଆ ନୌରଙ୍ଗିଆ ଥାନା ନୌରଙ୍ଗିଆ ସ୍କୁଲ ଟୋଲାର ବୋଲି କୁହାଯାଉଛି। ଏଠାରେ ଏକ ଘରେ ବିବାହ ଚାଲିଥିଲା। ବିବାହ ସମୟରେ ମହିଳା ଓ କିଛି ଝିଅ ବିବାହ ଘର ପାଖରେ ଥିବା ଏକ କୂଅ ପାଖରେ ଛିଡ଼ା ହୋଇଥିଲେ। କୁହାଯାଉଛି ବିବାହ ହଳଦୀ ରଶମ ହେବାର ଥିଲା। ଛିଡ଼ା ହୋଇଥିବା ସମୟରେ ଅଚାନକ ତାରଜାଲି ଛିଣ୍ଡି ଯାଇଥିଲା। ଜାଲି ଛିଣ୍ଡିବାପରେ ମହିଳା ଓ ଝିଅ ମାନେ ସେହି କୂଅ ଭିତରେ ଯାଇ ପଡ଼ିଥିଲେ।

11 ଜଣ ମହିଳା ଓ ଝିଅ ମୃତ:-

ଦୁର୍ଘଟଣା ପରେ ମୈଜୁଦା ଲୋକମାନେ ଏହାର ଖବର ପୋଲିସରେ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ତିଳେମାତ୍ର ବିଳମ୍ବ ନକରି ସୁରକ୍ଷା କାମ ଆରମ୍ଭ କରିଦେଲେ। କିନ୍ତୁ ଅଧିକାଂଶ ମହିଳାଙ୍କୁ ବଞ୍ଚା ଯାଇ ପାରିଲାନାହିଁ। ବର୍ତ୍ତମାନ ମହିଳା ଓ ଝିଅ ମାନଙ୍କର ମୃତ୍ୟୁ ଖବର ମିଳିଛି। ଘଟଣା ସ୍ଥଳରେ ପୋଲିସ ଓ ଗାଁ ଲୋକଙ୍କ ଭିଡ଼ ଲାଗିଥିଲା।

Leave A Reply

Your email address will not be published.