କୁଶୀନଗର ଦୁର୍ଘଟଣା : କିଏ ପତ୍ନୀଙ୍କୁ ହରାଇଲା ତ କିଏ ଝିଅକୁ ହରାଇଲା …କୂଅରେ ଥିବା ସ୍ଲାବ ଖସିଯିବା ଯୋଗୁଁ ହେଲା ଅଘଟଣ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୁଶୀନଗର ଜିଲ୍ଲାର ନୈରଙ୍ଗିଆ ସ୍କୁଲ ଟୋଲାରେ ହଳଦୀର ପରମ୍ପରା ଦେଖୁଥିବା ମହିଳା ମାନେ ଓ ଛୁଆମାନେ ଏକାବେଳେ କୁଅରେ ପଡିଯିବା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି|ଏହି ଘଟଣାରେ ୧୩‌ ଲୋକଙ୍କ ମୃତ୍ୟୁ ହୋଇଥିଲା,ବହୁ ମହିଳା ଆଘାତ ହୋଇଥିଲେ|ଗାଁ ଚାରିପାଖରେ ହାହାକାର ହୋଇଗଲା|ଏହି ଘଟଣାରେ କିଏ ନିଜର ଭଉଣୀ,ଝିଅ, ପତ୍ନୀ ଵା ବୋହୁକୁ ହରାଇଛନ୍ତି|

କୁଶୀନଗର ନୈରାଙ୍ଗିଆର ସ୍କୁଲ ଟୋଲାରେ ଗୋଟିଏ ବିବାହ ହେବାର ଥିଲା|ମହିଳା ମାନେ ହଳଦୀ କାର୍ଯ୍ୟକ୍ରମ କରୁଥିବା ସମୟରେ ଗାଁ ବାହାରକୁ ଯାଇଥିଲେ|ସେଠାରେ କୁଅର ସ୍ଲାବ ଉପରେ ଠିଆହୋଇ କାର୍ଯ୍ୟକ୍ରମ ଦେଖିବାକୁ ଲାଗିଲେ|ସେତେବେଳେ ସ୍ଲାବ ଭାଙ୍ଗିଗଲା|ଏଥିରେ ଠିଆ ହୋଇଥିବା ମହିଳା ଓ ଛୁଆ ସହ ମିଶି ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା|

ମହିଳାମାନେ ମଟକୋରରେ ବ୍ୟସ୍ତ ଥିଲେ ଓ ପୁରୁଷମାନେ ଖାଦ୍ୟ ତିଆରିରେ ଲାଗିଥିଲେ|ଏହାମଧ୍ୟରେ ମହିଳା ମାନେ କୁଅରେ ପଡିବା ଖବର ଶୁଣିବା ମାତ୍ରେ ସେ ଆଡକୁ ଦୈଡି ଗଲେ|ଲୋକଙ୍କୁ ବୁଝାପଡୁନଥିଲା ଯେ କ’ଣ କରିବେ? କୁହାଯାଏ ଯେ କିଛି ଯୁବକ କୁଅକୁ ଡେଇଁ ମହିଳା ଓ ଛୁଆକୁ ବାହାରକୁ ବାହାର କଲେ|ଲୋକମାନେ ସେଠାରେ ମ୍ରିୟମାଣ ଥିଲେ|ପରିଜନକୁ ହରାଇଥିଲେ|କିଛି ସମୟ ପରେ ସରକାରୀ ଗାଡି ଓ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା|କିଏ ହସ୍ପିଟାଲ ଗଲା ତ କିଏ ଘଟଣାସ୍ଥଳ ଗଲା|ଘଟଣା ଆଖପାଖ ଗାଁ କୁ ପହଞ୍ଚିବା ମାତ୍ରେ ସେଠାରେ ଲୋକ ରୁଣ୍ଡ ହୋଇଗଲେ|ଲୋକମାନେ ନିଜର ପ୍ରିୟଜନକୁ ଖୋଜି ପାରୁନଥିଲେ|ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା|ଗୋଟିଏ ଗୋଟିଏ ପରିବାର ଏପରି ଯିଏ ଦୁଇ ଦୁଇ ଝିଅ ହରେଇଥିଲେ|

ମୃତକଙ୍କ ସୂଚୀ:

୧: ପୂଜା (ବଳବନ୍ତ ଯାଦଵଙ୍କ ଝିଅ) – ୧୯ ବର୍ଷ

୨: ପୂଜା:(ରାମ ବାହାଲୀ ଚୈରାସିଆଙ୍କ ଝିଅ) -୨୦ ବର୍ଷ

୩: ଶଶି କଳା (ମଦନ ଚୈରାସିଆଙ୍କ ଝିଅ) – ୧୫ ବର୍ଷ

୪: ଶକୁନ୍ତଳା ଦେବୀ (ଭୋଳା ଚୈରାସିଆଙ୍କ ପତ୍ନୀ)-୩୫ ବର୍ଷ

୫: ମମତା ଦେବୀ (ରମେଶ ଚୈରାସିଆଙ୍କ ପତ୍ନୀ) – ୩୫ ବର୍ଷ

୬: ମୀରା (ଶୁଭଗ ବିଶ୍ୱକର୍ମାଙ୍କ ଝିଅ) – ୨୫ ବର୍ଷ

୭:ପରୀ (ରାଜେଶ ଚୈରାସିଆଙ୍କ ଝିଅ)-୧୪ ବର୍ଷ

୮: ଜ୍ୟୋତି (ରାମଵଳି ଚୈରାସିଆଙ୍କ ଝିଅ)-୧୫ ବର୍ଷ

୯: ରାଧିକା (ମହେଶ କୁଶୱହାଙ୍କ ଝିଅ) – ୧୬ ବର୍ଷ

୧୦: ସୁନ୍ଦରୀ (ପ୍ରମୋଦ କୁଶୱହାଙ୍କ ଝିଅ)- ୮ ବର୍ଷ

୧୧:ଆରତୀ (ଇନ୍ଦ୍ରଜିତ ଚୈରାସିଆଙ୍କ ଝିଅ) – ୧୫ ବର୍ଷ

୧୨ : ପପି – ୨୦ ବର୍ଷ

୧୩ : ମନୁ – ୧୮ ବର୍ଷ

ବିଳମ୍ବିତ ରାତିରେ ଡିଏମ୍ଏସ ରାଜଲିଙ୍ଗମ୍,ଏସପି ସଚିନ୍ଦ୍ର ପଟେଲ ବ୍ୟତୀତ ସ୍ଥାନୀୟ ସାଂସଦ ବିଜୟ ଦୁବେ ପହଞ୍ଚି ଥିଲେ|କିଛି ସଭୟ ପରେ ରବିକୁମାର ଏନଜି ଓ ଡିଆଇଜି ପହଞ୍ଚିଲେ|ଘଟଣାର ତଥ୍ୟ ନେଇ ଲୋକଙ୍କୁ ଶାନ୍ତ କରିଥିଲେ|

Leave A Reply

Your email address will not be published.