ଦେଖନ୍ତୁ ଭିଡ଼ିଓ : ଚୋରର ଚପଲ ଚୋରାଇବା ଆଇଡିଆ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ, ସିସିଟିଭି ଫୁଟେଜ ହେଲା ଭାଇରାଲ

0

Get real time updates directly on you device, subscribe now.

ଚୋର ଯେତେବେଳେ ଚୋରି କରିଥାଏ ତାର ଚୋରି ଅନ୍ଦାଜ ଦେଖାଇବାକୁ ଭୁଲି ନଥାଏ|କିଛି ଲୋକ ଆପଣଙ୍କ ନାକ ତଳେ ଚୋରି କରି ନେଇଥାନ୍ତି କିନ୍ତୁ ଆପଣଙ୍କୁ ଟିକେ ମଧ୍ୟ ସୁରାକ ମିଳି ନଥାଏ|ଏଥିପାଇଁ କୁହାଯାଏ ଆଜିର ସମୟରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ|

ଚୋର କେତେବେଳେ ଚୋରି କରି ଚାଲିଯିବ କାହାକୁ ବି ଜଣାପଡିବ ନାହିଁ|ଇଣ୍ଟରନେଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଚିନ୍ତାରେ ପଡିଯିବେ|ଚୋର ଦୋକାନକୁ ଆସି ଧିରେଧିରେ ଚୋରି କରିନେଇଥିଲା କାହାକୁ ଜଣା ପଡ଼ିନଥିଲା|ଏହାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|

View this post on Instagram

A post shared by memes | comedy (@ghantaa)

ଭିଡିଓରେ ଦେଖାଯାଏ ଯେ ଗୋଟିଏ ସ୍କେମର ଦୋକାନକୁ ଯାଏ ଓ ମାଲିକକୁ କିଛି ଟଙ୍କା ଦାନ କରିବାକୁ କହିଥାଏ|ଯଦିଓ ମାଲିକ ବ୍ୟକ୍ତିକୁ କୈାଣସି ଦାନ ଦେବାକୁ ମନା କରି ଦେଇଥାଏ|କିନ୍ତୁ ଚୋରି କରୁଥିବା ବ୍ୟକ୍ତି ଦୋକାନରୁ ଖାଲି ହାତ ଫେରିବାକୁ ଚାହେଁ ନାହିଁ|ସେ ଦୋକାନୀ ସହ କଥାବାର୍ତ୍ତା ହେଉଥାଏ ଫଳରେ ସେ ବ୍ୟସ୍ତ ରହିବ ଓ ଚୋର ସହଜରେ ଚୋରି କରି ପାରିବେ|

ସେହି ସମୟରେ ସେ ଦୋକାନୀର ଚପଲ ଚୋରାଇ ନେଇଥାଏ ଯାହାକୁ ସେ ଦୋକାନ ସାମ୍ନାରେ ରଖିଥାଏ|ଦୋକାନିକୁ କୈାଣସି ଆଭାସ ମିଳେନାହିଁ ଯେ ତା ଚପଲ ଚୋରୀ ହୋଇଛି

ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟର ଭିଡିଓ ଭାଇରାଲ ହୋଇଛି|ଚୋର ଯଦିଓ ଚପଲ ଚୋରାଇଛି କିନ୍ତୁ ତାର ଚୋରୀ ତରିକା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି|ଏହାକୁ ଲୋକମାନେ କମେଣ୍ଟ କରିଛନ୍ତି|ଭିଡିଓକୁ ଘଣ୍ଟା ନାମକ ପେଜରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି|ଏହାକୁ ଏପର୍ଯ୍ୟନ୍ତ ୪୭୦୦୦ ରୁ ଉର୍ଦ୍ଧ୍ବ ଲାଇକ ସହ ଏକ ଲକ୍ଷରୁ ଉର୍ଦ୍ଧ୍ବ ଭିଉ ମିଳିଛି|ଜଣେ ୟୁଜର ଲେଖିଛନ୍ତି,”ବାସ ଏହା ବାକି ଥିଲା”|ଆଉ ଜଣେ ଲେଖିଛନ୍ତି,”ଆସିଛି,କିଛି ନେଇକରି ଯିବି”|

Leave A Reply

Your email address will not be published.