ନିଜ ସ୍ବାଧୀନତାରେ କରନ୍ତୁ ଚାକିରୀ, ପାଆନ୍ତୁ ମାସକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା, କରନ୍ତୁ ଏହି କାମ…..

ଆଜି ଭଳି ସୋସିଆଲ ମିଡିଆ ଏବଂ ଅନଲାଇନ୍ ସପିଂ ଯୁଗରେ, ଇ-ବିଜନେସ୍ ସମେତ ଅନେକ କମ୍ପାନୀର ୱେବସାଇଟରେ ଏକ କଣ୍ଟେଣ୍ଟ ରାଇଟର ଆବଶ୍ୟକ ହୋଇଥାଏ। କେତେକ କମ୍ପାନୀ ସ୍ଥାୟୀ କଣ୍ଟେଣ୍ଟ ରାଇଟର ନିଯୁକ୍ତ କରୁଥିବାବେଳେ, କିଛି କିଛି ଛୋଟ କମ୍ପାନୀ ଫ୍ରିଲାନ୍ସ ମାଧ୍ୟମରେ ନିଜ କଣ୍ଟେଣ୍ଟ ରାଇଟର କାମ ପୂରା କରନ୍ତି । ଏହିପରି କମ୍ପାନୀଗୁଡିକ ପାଇଁ ଆପଣ ଫ୍ରିଲାନ୍ସର ଭାବେ କାମ କରିପାରିବେ।

ଦେଶର ଅନେକ କମ୍ପାନୀ ହିନ୍ଦୀ-ଇଂରାଜୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ କଣ୍ଟେଣ୍ଟ ରାଇଟର ଆବଶ୍ୟକ କରନ୍ତି। ପ୍ରତ୍ୟେକ କମ୍ପାନୀ ବିଭିନ୍ନ ପ୍ରକାରର ଅନନ୍ୟ କଣ୍ଟେଣ୍ଟ ରାଇଟର ଆବଶ୍ୟକ କରନ୍ତି, ଯାହା ଉପଭୋକ୍ତା ପାଇଁ ଉପଯୋଗୀ ହୋଇଥାଏ କିମ୍ବା ସେମାନଙ୍କୁ ପଢିବାକୁ ଆକର୍ଷିତ କରିଥାଏ। ଏଥିପାଇଁ କମ୍ପାନୀଗୁଡିକ ଫ୍ରିଲାନ୍ସରଙ୍କୁ ଭଲ ଟଙ୍କା ମଧ୍ୟ ପ୍ରଦାନ କରନ୍ତି ।

ଫ୍ରିଲାନ୍ସ କଣ୍ଟେଣ୍ଟ ଲେଖି ଆପଣ ପ୍ରତି ଶବ୍ଦ ପିଛା 40 ପଇସା ପାଇ ପାରିବେ। ଏହା ନିର୍ଭର କରେ ଆପଣଙ୍କ କଣ୍ଟେଣ୍ଟ ଉପରେ। ଯେପରିକି ଆପଣ ଟିକନିକାଲ ଲେଖୁଛନ୍ତି କି ନନ୍-ଟେକ୍ନିକାଲ କଣ୍ଟେଣ୍ଟ ଲେଖୁଛନ୍ତି। ଏହା ବ୍ୟତୀତ ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ କୌଣସି ଭାଷାରେ ଲେଖିବାର ଟଙ୍କା ମଧ୍ୟ ଅଲଗା ଅଲଗା ମିଳିଥାଏ।

ଯଦି ଆପଣ କୌଣସି କମ୍ପାନୀ ପାଇଁ ଫ୍ରିଲାନ୍ସର୍ ଭାବରେ କଣ୍ଟେଣ୍ଟ ଲେଖନ୍ତି ଏବଂ ଏଥିପାଇଁ ଆପଣଙ୍କୁ ପ୍ରତି ଶବ୍ଦ ପାଇଁ 1 ଟଙ୍କା ମିଳେ, ତେବେ ଆପଣ ଦିନରେ 3000 ଶବ୍ଦ ଲେଖି ସହଜରେ 3000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ଏବଂ ମାସକୁ ପ୍ରାୟ 90 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।

ଦେଶରେ ଅନେକ ଅନଲାଇନ୍ ପ୍ଲାଟଫର୍ମ ଅଛି, ଯାହା ସହିତ ଆପଣ ଜଣେ ଫ୍ରିଲାନ୍ସ ରାଇଟର ଭାବରେ ଯୋଗଦାନ କରିପାରିବେ। ସେମାନଙ୍କ ମଧ୍ୟରେ Fiverr ଏବଂ Upwork ବହୁତ ଲୋକପ୍ରିୟ। ଏହା ବ୍ୟତୀତ ଆପଣ ନିଜେ ଫ୍ରିଲାନ୍ସ ଲେଖିବା ପାଇଁ ବିଭିନ୍ନ କମ୍ପାନୀ ସହିତ ଯୋଗାଯୋଗ କରିପାରିବେ। ଏହି କାମରେ ଆପଣ କାହା ତଳେ ରହି କାମ କରିବେନି। ନିଜ ସ୍ୱାଧୀନରେ ନିଜ ଇଚ୍ଛାରେ ଯେତେବେଳେ ପାରିବେ କାମ କରି ଦେଇପାରିବେ।

odia sambada
Comments (0)
Add Comment