ବାହାରିଲା ଓଡିଶା ହାଇକୋର୍ଟରେ ଚାକିରୀ : ଅଷ୍ଟମ ପାସ କରିଥିଲେ ନିଶ୍ଚିତ ଆବେଦନ କରନ୍ତୁ,ଜାଣନ୍ତୁ ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା

ଓଡ଼ିଶା ହାଇକୋର୍ଟରେ ଚାକିରି କରିବାକୁ ଚାହିୁଁଥିବା ପିଲାଙ୍କ ଲାଗି ଆସିଛି ଏକ ଖୁସି ଖବର। ଓଡ଼ିଶା ହାଇକୋର୍ଟର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି। ତେବେ ଏପ୍ରିଲ 17 ତାରିଖରୁ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ପଦବୀ ଲାଗି ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ମେ 1 ତାରିଖରେ ଶେଷ ହେବ।

ତେବେ ଖାଲି ପଡିଥିବା ପଦପୀ ଗୁଡିକ ହେଉଛି:

-ଅର୍ଡ଼ିଲ ଏବଂ ଅଫିସ ପିଅନ- 34 ଟି ପଦବୀ

-କ୍ଲାସ-4 ପଦପୀ- ମୋଟ 44ଟି ପଦବୀ

-ମାଳି- 10 ଟି ପଦବୀ

ଏଥିପାଇଁ ଆବଶ୍ୟକ ହେଉଥିବା ଶିକ୍ଷାଗତ ଯୋଗ୍ୟତା।

ଅର୍ଡ଼ିଲ ଏବଂ ଅଫିସ ପିଅନ- ଏହି ପଦବୀ ଲାଗି ଆବେଦନ କରିବାକୁ ଚାହୁଁଥିବା ଛାତ୍ର ଛାତ୍ରୀମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ହାଉସକିପିଂ ସହ ରୋଷେଇ ଏବଂ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ।

କ୍ଳାସ-4 ପଦପୀ- ଏଥିରେ ଆବେଦନ କରିବାକୁ ଚାହୁଁଥିବା ପାର୍ଥିମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ହାଉସକିପିଂ ସହ ରୋଷେଇ ଏବଂ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ।

ମାଲି- ଏଥିରେ ମଧ୍ୟ ପାର୍ଥିମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ଏହାସହ ଗାର୍ଡେନିଂ ନେଇ ଜ୍ଞାନ ଥିବା ଆବଶ୍ୟକ ।

ଦରମା:-ପ୍ରଥମ ବର୍ଷରେ 12,100 ଟଙ୍କା, ଦ୍ବିତୀୟ ବର୍ଷରେ-12,700 ଟଙ୍କା, ତୃତୀୟ ବର୍ଷରେ 13,300 ଟଙ୍କା, ଚତୁର୍ଥ ବର୍ଷରେ- 14,000 ଟଙ୍କା।

ଆବେଦନ ଲାଗି ପ୍ରାର୍ଥୀ ମାନେ ଅନଲାଇନରେ 300 ଟଙ୍କା ଦେଇ ଆବେଦନ କରିପାରିବେ। SC/ST ଏବଂ ଦିବ୍ୟାଙ୍ଗ ପାଇଁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ।

କିପରି କରିବେ ଆବେଦନ।

ପ୍ରାର୍ଥୀ ମାନେ ଅନଲାଇନରେ ଓଡ଼ିଶା ହାଇକୋର୍ଟ ୱେବସାଇଟ୍  www.orissahighcourt.nic.in କୁ ଯାଇ ଆବେଦନ କରିପାରିବେ ।
ଅଧିକ ତଥ୍ୟ ପାଇଁ   Orissa High Court Group D recruitment 2023 ରେ କ୍ଲିକ କରନ୍ତୁ।

odia sambada
Comments (0)
Add Comment