ପରୀକ୍ଷା ନ ଦେଇ ମ୍ୟାନେଜର୍‌ ହେବାର ସୁଯୋଗ………..

ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି ।

ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।

ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫ୍‌ସିଆଇ) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଏଫ୍‌ସିଆଇ ଆସିଷ୍ଟାଣ୍ଟ୍‌ ଜେନେରାଲ୍ ମ୍ୟାନେଜର୍‌ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି।

*ପଦଵୀ ସଂଖ୍ୟା:

ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପାଇଁ ୨୬ଟି ପଦବୀ ପୂରଣ ହେବ।

*ମୋଟ ପୋଷ୍ଟ୍‌ ସଂଖ୍ୟା- ୪୬

*ଚୟନ ପ୍ରକ୍ରିୟା:

ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ମନୋନୀତ ହେବେ

*ଦରମା:

ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM):

ସର୍ବନିମ୍ନ ଦରମା – ୬୦,୦୦୦ ଟଙ୍କା

ସର୍ବାଧିକ ଦରମା – ୧,୮୦,୦୦୦ ଟଙ୍କା

*ଜରୁରୀ ତାରିଖ:- ଏପ୍ରିଲ୍ ୩ ତାରିଖ

*ଯୋଗ୍ୟତା:

ଆସିଷ୍ଟାଣ୍ଟ୍‌ ଜେନେରାଲ୍ ମ୍ୟାନେଜର (AE) –

ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ବା ଏହାର ସମାନ ଯୋଗ୍ୟତା।E-3 କିମ୍ବା L-11 ଗ୍ରେଡ୍‌ରେ ଏକ ଅନୁରୂପ ପୋଷ୍ଟ୍‌ କିମ୍ବା ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପଦବୀରେ ସର୍ବନିମ୍ ୦୫ ବର୍ଷର କାର୍ଯ୍ୟ ଅଭିଜ୍ଞତା

ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍‌ (EM) –

ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ବା ଏହା ସହ ସମାନ ଡିଗ୍ରୀ।E-3 କିମ୍ବା L-11 ଗ୍ରେଡ୍‌ରେ ଏକ ଅନୁରୂପ ପୋଷ୍ଟ୍‌ କିମ୍ବା ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପଦବୀରେ ସର୍ବନିମ୍ ୦୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ହୋଇଥିବା ଆବଶ୍ୟକ।ଅଧିକ ଜାଣିବା ପାଇଁ FCIର ଅଫିସିଆଲ୍ ୱେବସାଇଟ୍, fci.gov.in କୁ ଯାଇ ଆବେଦନ କରିପାରିବେ।

odia sambada
Comments (0)
Add Comment