ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,CRPF ରେ ଚାକିରି ସୁଯୋଗ

ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା

କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।

କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହୋଇଥିଲା। ୨୭ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ।

*ଦରମା:

CRPF ଅଧୀନରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଲେବଲ୍‌-୩ ମାଧ୍ୟମରେ ଦରମା ଦିଆଯିବ।ଏନେଇ ମାସକୁ୨୧,୭୦୦ ରୁ ୬୯,୧୦୦ଟଙ୍କା ଦରମା ମିଳିବ

*ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ – ମାର୍ଚ୍ଚ ୨୭

ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ – ୨୫ ଏପ୍ରିଲ୍

*ପୋଷ୍ଟ୍‌ ସଂଖ୍ୟା:

ପୁରୁଷ ପାଇଁ – ୯୧୦୪ ପଦବୀ

ମହିଳା ପାଇଁ – ୧୦୭ ପଦବୀ

*ଶିକ୍ଷାଗତ ଯୋଗ୍ୟତା:

ଡ୍ରାଇଭର – କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ଏଥିସହ, ପ୍ରାର୍ଥୀଙ୍କର ଏକ ଭାରୀ ପରିବହନ ଯାନ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ ନିଯୁକ୍ତି ସମୟରେ ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ

ମେକାନିକ୍ ମୋଟର ଯାନ –

ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ଏହାର ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।ମୋଟର ମେକାନିକ୍‌ରେ ୨ ବର୍ଷର ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ITI) ସାର୍ଟିଫିକେଟ୍ ମଧ୍ୟ ରହିବା ଜରୁରୀ ଏହା ବ୍ୟତୀତ, ସମ୍ପୃକ୍ତ ଟ୍ରେଡ୍‌ରେ ଏକ ବର୍ଷର ଅଭିଜ୍ଞତା ରହିବା ଉଚିତ

*ଆବେଦନ ଶୁଳ୍କ:

ପୁରୁଷ ପ୍ରାର୍ଥୀଙ୍କ ପାଇଁ – ୧୦୦ ଟଙ୍କା

SC / ST, ମହିଳା ପ୍ରାର୍ଥୀଙ୍କ ପାଇଁ – ଦେୟ ନାହିଁ

odia sambada
Comments (1)
Add Comment
  • Shyam munda

    I need gvt job