ଆପଣ ଜାଣିଛନ୍ତି କି ? ଯଦି ଗୋଟିଏ ମାସ ପାଇଁ ଆପଣ ଚା ଆଉ କଫି ପିଇବା ଛାଡି ଦିଅନ୍ତି,ତା ହେଲେ କଣ ହେବ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ଅନେକ ଲୋକଙ୍କ ପାଇଁ ଦିନର ଆରମ୍ଭ ସେପର୍ଯ୍ୟନ୍ତ ହୁଏନାହିଁ, ଯେପର୍ଯ୍ୟନ୍ତ ସେମାନେ ସକାଳେ ଗୋଟେ କପ୍ ଚା କିମ୍ବା କଫି ପିଅନ୍ତି ନାହିଁ । ଲୋକମାନେ ଏହି ଡ୍ରିଙ୍କ ଦିନରେ ଅନେକ ଥର ସେବନ କରନ୍ତି ।

ଏହି ଗରମ ପାନୀୟକୁ ପିଇବା ଲୋକଙ୍କ ଅଭାବ ନାହିଁ, କିନ୍ତୁ ଚା ଏବଂ କଫି ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ । କାରଣ ଏଥିରେ କେଫିନ ଥାଏ, ଯାହାକି ସମସ୍ୟାର କାରଣ ହୋଇଥାଏ ।

ଯଦି ଲୋକଙ୍କୁ କୁହାଯିବ ଯେ କିଛି ଦିନ ପାଇଁ ଚା ଏବଂ କଫି ଛାଡ଼ିଦିଅ, ତେବେ ଏହା ପ୍ରାୟତଃ ଅସମ୍ଭବ ଲାଗୁଛି । କାରଣ ଏହା ଲୋକଙ୍କ ଅଭ୍ୟାସ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଯେ ଯଦି କୌଣସି ବ୍ୟକ୍ତି ଏକ ମାସ ପର୍ଯ୍ୟନ୍ତ ଚା କିମ୍ବା କଫି ଛାଡ଼ି ଦିଏ, ତେବେ ତା ଶରୀରରେ କେଉଁ କେଉଁ ପରିବର୍ତ୍ତନ ଦେଖାଯିବ ।

କେଫିନ ରିଲିଜ୍ ହେବାପରେ ଶରୀରରେ ଏହିପରି ପ୍ରଭାବ ପଡ଼ିବ :-

ବ୍ଲଡ଼ ପ୍ରେସର୍ ନିୟନ୍ତ୍ରଣରେ ରହିବ :-

ଚା ଏବଂ କଫି ପିଇବା ଦ୍ଵାରା ଆମକୁ କିଛି ମାତ୍ରାରେ ଥକାପଣରୁ ଆରାମ ତ ଲାଗେ, କିନ୍ତୁ ଏହା ବ୍ଲଡ଼ ପ୍ରେସର୍ ମଧ୍ୟ ବଢ଼ାଇଥାଏ । ଯାହାକି ଭଲ କଥା ନୁହେଁ । ଏ ଦୁଇଟି ପଦାର୍ଥରେ କେଫିନ ଥାଏ । ତେଣୁ ଯଦି ଆପଣ ଏକ ମାସ ଧରି କଫି କିମ୍ବା ଚା ପିଇବା ବନ୍ଦ କରି ଦିଅନ୍ତି, ତେବେ ଆପଣଙ୍କ ବ୍ଲଡ଼ ପ୍ରେସର୍ ନିୟନ୍ତ୍ରଣରେ ରହିବ ଏବଂ ହାଇ ବିପି ସମସ୍ୟା ଦୂର ହୋଇଯିବ ।

ଆପଣଙ୍କୁ ଭଲ ନିଦ ଆସିବ :-

ଚା ଛାଡ଼ିବା ପରେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ମନେରଖନ୍ତୁ ଯେ ଆପଣ ପିଲାଦିନେ କେତେ ଘଣ୍ଟା ଶୋଉଥିଲେ । ଚା ଏବଂ କଫି ଛାଡିବାର ନିଷ୍ପତ୍ତି ନେବାର ଏକ ସପ୍ତାହ ମଧ୍ୟରେ ଆପଣଙ୍କ ନିଦରେ ପରିବର୍ତ୍ତନ ହୋଇପାରେ । ଏକମାସ ଭିତରେ ହିଁ ଆପଣ ନିଜ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିପାରିବେ ।

ଦାନ୍ତ ଧଳା ଦେଖାଯିବ :-

ଚା ଏବଂ କଫି ଭଳି ଗରମ ଜିନିଷ ଆମ ଦାନ୍ତ ପାଇଁ ବହୁତ୍ କ୍ଷତିକାରକ ହୋଇଥାଏ । ଯଦି ଆପଣ ଏକମାସ ଯାଏଁ ଚା ଏବଂ କଫି ପିଇବା ବନ୍ଦ୍ କରିଦିଅନ୍ତି, ତେବେ ଆପଣ ନିଜ ଦାନ୍ତକୁ ବଡ କ୍ଷତିରୁ ବଞ୍ଚାଇ ପାରିବେ ଏବଂ ତାପରେ ସେହି ଦାନ୍ତ ଧଳା ହେବାକୁ ଲାଗିବ ।

odia sambada
Comments (0)
Add Comment