Throat Cancer: ଧୀରେଧୀରେ ଗଳା ଭିତରେ ଏହିପରି ଭାବରେ ବ୍ୟାପିଥାଏ କ୍ୟାନ୍ସର, ଏହି ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ

କ୍ୟାନ୍ସର ଏକ ଏମିତି ରୋଗ ଅଟେ ଯେଉଁଥିରେ ଶରୀରର କୋଶିକା ଅନିୟନ୍ତ୍ରିତ ଭାବରେ ବଢ଼ିବାକୁ ଲାଗିଥାଏ। କୋଶିକା ଗୁଡ଼ିକ ଏକ ସମୂହର ଗଠନ କରନ୍ତି ଯାହାକି ଶେଷରେ ଟ୍ୟୁମରର ରୂପ ନେଇଥାଏ। କ୍ୟାନ୍ସର ଶରୀରର ଯେକୌଣସି ଅଙ୍ଗକୁ ପ୍ରଭାବିତ କରିଥାଏ

ଶରୀରର ଯେଉଁ ଅଙ୍ଗରୁ କ୍ୟାନ୍ସର ଆରମ୍ଭ ହୁଏ ତାକୁ ସେହି ନାମ ଦିଆଯାଇଥାଏ। ଗଳାରେ ହେଉଥିବା କ୍ୟାନ୍ସର ବହୁତ ଖତରନାକ ହୋଇଥାଏ ଏହା ଆରମ୍ଭ ହେଲେ ଆପଣଙ୍କ ସ୍ୱରରେ ପରିବର୍ତ୍ତନ ଦେଖାଦେଇଥାଏ।

ଯଦି କୌଣସି ବ୍ୟକ୍ତିର ନାକ ଓ କାନରେ ଯନ୍ତ୍ରଣା ଦେଖାଦେଉଛି। ଗଳା ଓ ମେରୁଦଣ୍ଡ ଯନ୍ତ୍ରଣା କରୁଛି ଓ ସ୍ୱରରେ ପରିବର୍ତ୍ତନ ଦେଖାଦେଉଛି ତାହେଲେ ଆପଣ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ। ଯଦି ଏମିତି ସମସ୍ୟା ଦୁଇ ତିନିଦିନରେ ସମାପ୍ତ ନହୁଏ ତାହେଲେ ତୁରନ୍ତ ଡ଼କ୍ଟରଙ୍କ ପରାମର୍ଶ ନିଅନ୍ତୁ।

ବିଭିନ୍ନ ପ୍ରକାରର ହୋଇଥାଏ ଗଳା କ୍ୟାନ୍ସର:-

ନେଜୋଫାରିଞ୍ଜଲ କ୍ୟାନ୍ସର- ଏହି କ୍ୟାନ୍ସର ସିଧା ଆପଣଙ୍କ ନାକ ଜରିଆରେ ଆରମ୍ଭ ହୋଇଥାଏ। ମାନେ ଏହା ନାକର ଠିକ ପଛପଟୁ ଆରମ୍ଭ ହୋଇଥାଏ।

ଓରଫାୟାରିଞ୍ଜଲ କ୍ୟାନ୍ସର- ଏହା ମୁହଁର ଠିକ ପଛପଟୁ ଆରମ୍ଭ ହୋଇଥାଏ। ଟନ୍ସିଲରେ କ୍ୟାନ୍ସର ହେବା ଏହାର ଏକ ଅଂଶ ଅଟେ।

ହାଇପୋଫାୟାରିଞ୍ଜଲ କ୍ୟାନ୍ସର- ଏହା ଗଳାର ତଳ ଭାଗ ଅଟେ ଏହା ଫୁଡ଼ ପାଇପ ମାନେ ଏସୋଫେଗସରୁ ଉପରେ ହୋଇଥାଏ।

ଗ୍ଲାଟିକ କ୍ୟାନ୍ସର- ଏହା ଭୋକାଲ କର୍ଡ଼ରୁ ଆରମ୍ଭ ହୁଏ।

ସୁପରଗ୍ଲୋଟିକ କ୍ୟାନ୍ସର- ଏହା ସ୍ୱରଯନ୍ତ୍ରର ଉପର ଭାଗରୁ ଆରମ୍ଭ ହୋଇଥାଏ। ଏଥିରେ ଭୋଜନ ଗିଳିବାରେ ବହୁତ ସାରା ସମସ୍ୟା ଦେଖାଦେଇଥାଏ।

ସବଗ୍ଲୋଟିକ କ୍ୟାନ୍ସର- ଏହା ସ୍ୱରଯନ୍ତ୍ରର ତଳ ପଟୁ ଆରମ୍ଭ ହୋଇଥାଏ।

ଲକ୍ଷଣ:-

ଗଳା କ୍ୟାନ୍ସର ସ୍ଥିତିରେ କେତେଥର ଗଳା ଆଖପାଖରେ ଯନ୍ତ୍ରଣା ହୁଏ। କେତେକ ଲୋକ ଏହି ଯନ୍ତ୍ରଣାକୁ ଅଣଦେଖା କରିଦିଅନ୍ତି କିନ୍ତୁ ଏହାକୁ ଅଣଦେଖା କରିବା କଥା ନୁହେଁ କାରଣ ଏହା ବହୁତ ବଡ଼ ସମସ୍ୟା ଆଣିପାରେ। ଏହାସହ ଗଳାରେ ଭାରି ଭାରି ଅନୁଭବ ହେବା, କାଶ ଆସିବା, କାଶରେ ରକ୍ତ ପଡ଼ିବା, ଶୁଖିଲା କାଶ, ବେକରେ ଯନ୍ତ୍ରଣା ଅନୁଭୂତ ହେବା ଓ ବିନା କାରଣରେ ଓଜନ କମିବା ଭଳି ଲକ୍ଷଣମାନ ଦେଖାଦେବା ଇତ୍ୟାଦି।

କାହିଁକି ହୁଏ ଗଳାରେ କ୍ୟାନ୍ସର:-

ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଗୁଟଖା ବା ତମ୍ବାକୁ ଚୋବାନ୍ତି। ଏହାସହ ଯଦି ଆପଣ ଧୂମ୍ରପାନ କରୁଛନ୍ତି ତାହେଲେ ଆପଣଙ୍କ ଠାରେ ଏହି ସମସ୍ୟା ହେବାର ସମ୍ଭାବନା ଅଧିକା ଲାଗିରହେ।

odia sambada
Comments (0)
Add Comment