ମହିଳା ଜଣକ କରୁଛନ୍ତି ଅଦ୍ଭୁତ ବିଜିନେସ, ପଶୁ ମାନଙ୍କ ସହିତ କଥା ହୋଇ କମାଉଛନ୍ତି 60 ଲକ୍ଷ ଟଙ୍କା:-

କଣ ଆପଣ କେବେ ଜଣେ ମଣିଷକୁ ଜାନୁଆର ମାନଙ୍କ ସହିତ କଥା ହେବାର ଦେଖିଛନ୍ତି? ଏହିକଥା ଶୁଣି ପ୍ରଥମେ ତ ଆପଣ ଏହା ଭାବିବେ କି, କଣ ସତରେ ଏହା ହୋଇପାରେ? କିନ୍ତୁ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ଠାରେ ଅଦ୍ଭୁତ ବିଶେଷତା ଗୁଡ଼ିକ ରହିଥାଏ। ଯେଉଁ କାରଣ ପାଇଁ ସେ ନିଜର ପରିଚୟ ସୃଷ୍ଟି କରିଥାନ୍ତି। କିଛିଲୋକ ମଧ୍ୟ ନିଜର ଦ୍ରୁତ ମସ୍ତିଷ୍କ ଜ୍ଞାନ ପାଇଁ ଜଣାଯାଆନ୍ତି। ଆମେରିକାର ଫିଲାଡେଲଫିଆରେ ରହୁଥିବା ଏହି ମହିଳାଙ୍କ ନାମ ନିକି ୱାସ୍କୋନେଜ ଅଟେ। ଏହି ମହିଳା ନିଜର ଏହି ଟ୍ୟାଲେଣ୍ଟ ଯୋଗୁଁ ନିଜ ପରିଚୟ ବନାଇ ପାରିଛନ୍ତି।

ଏହା ହେଉଛି ଟ୍ୟାଲେଣ୍ଟ:-

ନିକି ୱାସ୍କୋନେଜ ନାମର ମହିଳା ଜାନୁଆର ମାନଙ୍କ ସହିତ କଥା ହେବା ସହ ମଧ୍ୟ ତାଙ୍କ ହୃଦୟ କଥା ବୁଝି ପାରୁଛନ୍ତି। ଏମିତି ଟ୍ୟାଲେଣ୍ଟ ରଖୁଥିବା ଲୋକଙ୍କୁ ପ୍ରଫେସନାଲ ଆନିମଲ ହ୍ବିସପରର କୁହାଯାଏ। ଆମେରିକାରେ ରହୁଥିବା ନିକି କୁକୁର ଓ ବିରାଡ଼ି ମାନଙ୍କ ହୃଦୟ କଥା ବହୁତ ସହଜରେ ବୁଝି ଯାଆନ୍ତି। ସେ ନିଜର ଏହି ଟ୍ୟାଲେଣ୍ଟ ପାଇଁ ଏହାକୁ ନିଜର କ୍ୟାରିଅର ମଧ୍ୟ ବନାଇଛନ୍ତି।

58 ଲକ୍ଷ ଟଙ୍କାର ପ୍ୟାକେଜ ଛାଡ଼ି ଆରମ୍ଭ କଲେ ଏହିକାମ:-

ଆମେରିକା ମିଡ଼ିଆ ଡେଲି ଷ୍ଟାର ରିପୋର୍ଟ ମୁତାବିକ, 33 ବର୍ଷୀୟ ନିକି ୱାସ୍କୋନେଜ ଏହାପୂର୍ବରୁ ପ୍ରପଟି ଲୟର ରୂପରେ ଫୁଲ ଟାଇମ କାମ କରୁଥିଲେ। ଯେଉଁଠାରେ ତାଙ୍କର ବାର୍ଷିକ ସାଲାରୀ 58 ଲକ୍ଷ ଟଙ୍କା ଅଟେ। କିନ୍ତୁ ଚାକିରୀ ସମୟରେ ନିକି ପଶୁ ମନୋବିଜ୍ଞାନ ବିଷୟରେ ପଢ଼ିବାକୁ ଚେଷ୍ଟା କରିଥିଲେ। ଏହାପରେ ତାଙ୍କୁ ଏହିକାମ ବହୁତ ଭଲ ଲାଗିବାକୁ ଲାଗିଲା। ଏହାପରେ ସେ ନିଜର ଲୟର ଚାକିରୀ ଛାଡ଼ି ନିଜର ଏକ ଥେରାପି ସେଣ୍ଟର ଖୋଲି ପ୍ରଫେସନାଲ ଥେରାପିଷ୍ଟ ହୋଇଗଲେ।

ନିଜ ନିଷ୍ପତ୍ତିରେ ଖୁସି ଅଛନ୍ତି ନିକି:-

ଡେଲି ଷ୍ଟାର ମୁତାବିକ, ନିକି ସେପ୍ଟେମ୍ବର 2020 ରେ ପ୍ରଫେସନାଲ ଥେରାପିଷ୍ଟ କାମ ଆରମ୍ଭ କରିଥିଲେ। ଯାହାର ପ୍ରଚାର ପାଇଁ ସେ ସୋସିଆଲ ମିଡ଼ିଆର ସାହାରା ନେଇଥିଲେ। ଯେଉଁଥିରେ ତାଙ୍କୁ ଖୁବ ଫାଇଦା ମଧ୍ୟ ମିଳିଥିଲା। ନିକି କହିଥିଲେ, ସେ ନିଜର ନୂଆ ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି। ସେ କୁହନ୍ତି, ସେ ନିଜର ପୂର୍ବ କାମରେ ଘଣ୍ଟା ଘଣ୍ଟା ଧରି କାମ କରନ୍ତି ଓ ବର୍ତ୍ତମାନ ତାଙ୍କୁ ନିଜର କାମରେ ବହୁତ ଖୁସି ମିଳୁଛି ଓ ସେ ଗୋଟିଏ ସେସନ ପାଇଁ 27 ହଜାର ଟଙ୍କା ଚାର୍ଜ କରୁଛନ୍ତି।

odia sambada
Comments (0)
Add Comment