ଇଏ କେମିତିକା ମାଆ ବାପା କେଜାଣି! ନିଜ ଛୁଆକୁ ସାପ ସାମ୍ନାରେ ଛାଡ଼ି ଦେଇ ଭିଡ଼ିଓ ବନାଉଛନ୍ତି:-

ସାପର ଗଣନା ଦୁନିଆର ସବୁଠାରୁ ଖତ-ରନାକ ପ୍ରାଣୀ ମାନଙ୍କ ମଧ୍ୟରେ କରାଯାଇଥାଏ। ସାପର ଟିକକ ବିଷ ଆପଣଙ୍କ କାମ ତମାମ କରିଦେଇଥାଏ। ଏମିତିରେ ଆମେ ସାପ ନାଁ ଶୁଣିଲେ ତା’ଠାରୁ ଯେତେ ସମ୍ଭବ ନିଜକୁ ସୁର-କ୍ଷା ଦେଇଥାଉ। ଥରେ ଭାବନ୍ତୁ କଣ ହେବ ଯେତେବେଳେ ଆପଣଙ୍କ ସାମ୍ନାକୁ ଏକ ସାପ ଆସିଯିବ ଓ ଆପଣ ସେହି ସମୟରେ କେଉଁଭଳି ପ୍ରତି-କ୍ରିୟା ରଖିବେ।

ପିଲା ସମ୍ମୁଖକୁ ଆସିଲା ସାପ:-

ଭିଡ଼ିଓରେ ଆପଣ ଦେଖିବେ ଗୋଟିଏ କଅଁଳା ଶିଶୁ ସାମ୍ନାକୁ ଏକ ସାପ ଚାଲିଆସୁଛି ଓ ସେ ନ ଡ଼ରି ସାପର ସମ୍ମୁଖୀନ କରୁଛି ଓ ନିଜ ନରମ ହାତରେ ସାପକୁ ନିଜଠାରୁ ଦୂରେଇ ଫିଙ୍ଗିଦେଉଛି। ଏବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଦ୍ରୁତ ବେଗରେ ଭାଜରାଲ ହେବାରେ ଲାଗିଛି।

View this post on Instagram

A post shared by Rajibul Islam (@rajibul9078)

ଭିଡ଼ିଓରେ ଦେଖିବାକୁ ମିଳୁଛି ପିଲାଟି ବାରଣ୍ଡା ଉପରେ ବସିଛି ଓ ଏହି ସମୟରେ ଏକ ସାପ ପିଲାଟି ଆଡ଼କୁ ଚାଲିଆସୁଛି। ପିଲାଟି ଏଥିରେ ବିଚଳିତ ନହୋଇ ସାପକୁ ନିଜ ହାତରେ ଧରି ଫିଙ୍ଗିଦେଉଛି। ଏହି ଭିଡ଼ିଓକୁ ଯିଏବି ଦେଖୁଛି ସେ ଡ଼ରି ଯାଉଛି।

ଏହି ସମ୍ପୂର୍ଣ୍ଣ ଭିଡ଼ିଓକୁ ଦେଖିବାପରେ ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ଲୋକେ ଭାବୁଛନ୍ତି ସାପଟି କୌଣସି ବି-ଷାକ୍ତ ପ୍ରଜାତିର ସାପ ନୁହେଁ ବୋଧହୁଏ ସାପର ବି-ଷ ବାହାର କରିଦିଆଯାଇଛି। ସେ ଯାହାବି ହେଉ ଏହି ପ୍ରାଣୀ ଗୁଡ଼ିକ ଯେକୌଣସି ସମୟରେ ପିଲାକୁ ଆକ୍ରମଣ କରିପାରେ ଓ ପିଲାଟିକୁ ଧରାଶାୟୀ ମଧ୍ୟ କରିପାରେ। ଏମିତି ଜୀବ ଠାରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ।

ଭିଡ଼ିଓକୁ ଦେଖିସାରିବାପରେ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ପ୍ରକାରର ପ୍ରତି-କ୍ରିୟା ଦେଇଥିଲେ। କିଛି ମାଆ ଓ ବାପାଙ୍କୁ ଦୋ-ଷ ଦେଇଥିବା ବେଳେ କିଛି ସାପ ଓ ପିଲା ପ୍ରତି ଚିନ୍ତା ଜାହିର କରିଛନ୍ତି।

odia sambada
Comments (0)
Add Comment