ଯୁଗାଡ଼ ପ୍ରକ୍ରିୟା ଦ୍ୱାରା ବନାଯାଇଛି ଏହି ବାଇକ, ଏହାର ସାଉଣ୍ଡ ଆଗରେ ବୁଲେଟ ମଧ୍ୟ ଫେଲ ମାରିଯିବ:-

ଦେଶୀ ଯୁଗାଡ଼ରେ ଭାରତୀୟଙ୍କ ମୁକାବିଲା କେହି କରି ପାରିବେନାହିଁ। ଭାଇ ସାହାଵ ଆଜିକାଲି ସଡ଼କରେ ଏମିତି ବାହାନ ଦେଖିବାକୁ ମିଳୁଛି ଯାହାକୁ ଦେଖି ଆପଣ ଭାବିବାକୁ ଲାଗିବେ। ଏମିତି ହିଁ ଏକ ଭିଡ଼ିଓରେ ଏକ ଗାଡ଼ି ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ କେହିବି ବିଶ୍ବାସ କରିବେନାହିଁ ଯେ ଏହି ଗାଡ଼ି ଚାଲିବ କି ନାହିଁ କିନ୍ତୁ ଏହି ଗାଡ଼ି ଚାଲିବାକୁ ଆରମ୍ଭ କରେ ଓ ଏହାକୁ ଦେଖି ସମସ୍ତେ ଦେଖି ରହିଗଲେ।

ଏହି ଭିଡ଼ିଓକୁ ଭଗବତ ପାଣ୍ଡେ ଟ୍ୱିଟରରେ ଜାନୁଆରୀ 12 ତାରିଖରେ ଶେୟର କରିଥିଲେ। ସେ ଭିଡ଼ିଓ ଶେୟର କରି ଲେଖିଥିଲେ- ବ୍ରେକକୁ ଛାଡ଼ି ସବୁ କାମ କରୁଛି ଆଉ ହର୍ଣ୍ଣ କୁ ଛାଡ଼ି ସବୁ ବାଜୁଛି।

ଭିଡ଼ିଓ ଶେୟର କରିବାର 24 ଘଣ୍ଟା ଭିତରେ 1 ଲକ୍ଷ 36 ହଜାର ଭିୟୁ ମିଳିସାରିଛି ଓ ଏଥିରେ ସାଢ଼େ ତିନିହଜାର ଲାଇକ୍ସ ମଧ୍ୟ ମିଳିସାରିଛି। ୟୁଜର୍ସ ମାନେ ଲଗାତାର ଏଥିରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛିଲୋକେ ଭିଡ଼ିଓରେ କମେଣ୍ଟ କରି ଲେଖିଛନ୍ତି ଏହା ବହୁତ ଅଜବ ଅଟେ ଓ କିଛି ଲେଖିଛନ୍ତି ବ୍ୟକ୍ତିଙ୍କ କଂଫିଡେନ୍ସ ଲେଭେଲକୁ ମାନିବାକୁ ପଡ଼ିବ।

ଏହି 1.22 ମିନିଟ ଭିଡ଼ିଓରେ ଆପଣ ଦେଖିବେ ଯେ, ଜଣେ ଲୋକ କହୁଛି ଖତରନାକ ବାଇକ ହୈ ଭାଇୟା! ବାଇକ ର ସାଇଲେନ୍ସର ମଧ୍ୟ ଫାଟିଯାଇଛି। ଶବ୍ଦ ଅତ୍ୟଧିକ ଆସୁନାହିଁ କିନ୍ତୁ ବ୍ୟକ୍ତି ଜଣକ ଏଥିରେ ପଥର ଦେଇଛନ୍ତି, ବାଇକରେ ସିଟ ନାହିଁ

ପେଟ୍ରୋଲ ଟାଙ୍କି ନାହିଁ କିନ୍ତୁ ହ୍ୟାଣ୍ଡଲ ପାଖରେ ଏକ ପେଟ୍ରୋଲ ଡ଼ବା ଝୁଲି ରହିଛି। ତଥାପି ବ୍ୟକ୍ତି ଜଣକ ଏହାକୁ ରାସ୍ତାରେ ଦୌଡାଉଛନ୍ତି। ବାଇକ ରୁ ଏମିତି ଶବ୍ଦ ବାହାରୁଛି ଯାହାକୁ ଶୁଣି ଲୋକେ ପ୍ରଶଂସା କରୁଛନ୍ତି।

odia sambada
Comments (0)
Add Comment