ବଡ ଖବର : ଅବିବାହିତା ମାନେ ମା ହେଲେ ମିଳିବ ଏହି ସବୁ ସରକାରୀ ସୁବିଧା

କରୋନା ପରଠାରୁ ଚୀନରେ ଜନସଂଖ୍ୟାର ଅଭିବୃଦ୍ଧିରେ ହ୍ରା-ସ ଦେଖିବାକୁ ମିଳିଛି। ଯାହାଦ୍ୱାରା ସେଠାକାର ସରକାର ଏହାକୁ ନେଇ ଚିନ୍ତିତ ହୋଇଯାଇଛି। କରୋନା ସମୟରେ ଚୀନ ସରକାର ଦେଶରେ ୱାନ ଚାଇଲଡ଼ ପଲିସି ନେଇ ଆସିଥିଲେ। ଏହି ପଲିସି ଅନୁଯାୟୀ, କୌଣସି କପଲ କେବଳ ଗୋଟିଏ ମାତ୍ର ଛୁଆ ଜନ୍ମ ଦେଇପାରିବେ ଯାହାଦ୍ୱାରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣରେ ରହିବ।

ପରବର୍ତ୍ତୀ ସମୟରେ ଦେଖାଗଲା କି, ଦେଶରେ ଜନସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି ଓ ଏଥିରେ ସରକାର ଚିନ୍ତିତ ହୋଇପଡ଼ିଲେ ଓ ଆନୁମାନିକ ଡାଟାକୁ ଦେଖିବାପରେ ସରକାର କୁହନ୍ତି କି, ଦେଶରେ ଗତ ଚାରିବର୍ଷ ଭିତରେ ଭ-ୟଙ୍କର ରୂପରେ ଜନସଂଖ୍ୟା ହ୍ରାସ ପାଉଛି।

ସେଥିପାଇଁ ଚୀନ ସରକାର ଦେଶରେ ଲାଗୁ କରିଥିବା ୱାନ ଚାଇଲଡ଼ ପଲିସିକୁ ହଟାଇଦେଲେ। ଦେଖିବାକୁ ଗଲେ ଚୀନରେ ଥିବା ସିଚୁଆନ ପ୍ରାନ୍ତ ସବୁଠାରୁ ବଡ଼ ପ୍ରାନ୍ତ ଅଟେ ଓ ଏଠାରର ଜନସଂଖ୍ୟା ପ୍ରାୟ ସାଢ଼େ ଆଠକୋଟି ଅଟେ ଓ ବିଗତ ଚାରିବର୍ଷରେ ଏହି ପ୍ରାନ୍ତରେ ଜନସଂଖ୍ୟା ବୃଦ୍ଧି ହେଉନାହିଁ।

ସରକାର ଶେଷରେ ପ୍ରଚଳିତ ଥିବା ପଲିସିକୁ ଦେଶରୁ ହଟାଇ ଦେଲେ ଓ ନୂଆ ନିୟମ ଲାଗୁ କରି କହିଲେ ଯେ, ଦେଶରେ ଯେଉଁ ମହିଳା ଅବିବାହିତ ରହିଛନ୍ତି ଓ ସେମାନେ ପିଲା ଜନ୍ମ କରିବାକୁ ଚାହାଁନ୍ତି ତାହେଲେ ସେମାନେ ପିଲା ଜନ୍ମ କରିପାରିବେ। ଏଥିସହ ସେହି ଅବିବାହିତ ମହିଳାଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧା ଓ ମ୍ୟାଟରନିଟି ଲିଭ ଦିଆଯିବ ବୋଲି ସେଠାକାର ସରକାର ଦାବି କରିଛନ୍ତି।

ଦେଖିବାକୁ ଗଲେ ଚୀନ ପୂର୍ବରୁ ମଧ୍ୟ ଏମିତି ନିଜର ପଲିସି ଗୁଡ଼ିକ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ଥାଏ କିନ୍ତୁ ଏହି ପଲିସି ପରେ ଚୀନ ବାକି ଦେଶ ଗୁଡିକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଏହି ପଲିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚୀନରେ ଜନସଂଖ୍ୟାକୁ ବୃଦ୍ଧି କରାଇବା।

odia sambada
Comments (0)
Add Comment