ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫଙ୍କର ୫ ଜଣ ସ୍ତ୍ରୀ ଓ ୬ ଜଣ ସନ୍ତାନ

ପାକିସ୍ତାନରେ ଗତ କିଛି ମାସ ଧରି ଚାଲିଥିବା ରା‌ଜନୈତିକ କନ୍ଦଳର ଆଜି ପରିଶେଷରେ ଅନ୍ତ ଘଟିଛି। ବି-ରୋ-ଧୀ ଦଳର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି। ମତଦାନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ପରେ ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବରେ ବର୍ତ୍ତମାନ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶେହବାଜ୍ ଶରିଫ୍।

ତେବେ ଶେହବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବର୍ତ୍ତମାନ ପାକିସ୍ତାନର ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ବାସ୍ତବରେ ଶେହବାଜ୍ ଶରିଫ୍ ସମୁଦାୟ ୫ ଜଣଙ୍କୁ ବିବାହ କରିଛନ୍ତି। ଗଣମାଧ୍ୟମ ରି-ପୋ-ର୍ଟ ଅନୁସାରେ, ଶେହବାଜ୍ ଶରିଫ୍ ପ୍ରଥମ ବିବାହ କରିବା ପାଇଁ ତାଙ୍କର ପିତାଙ୍କଠାରୁ ଅନୁମତି ପାଇନଥିଲେ।

କିନ୍ତୁ ୧୯୭୩ ମସିହାରେ, ମାତ୍ର ୨୩ ବର୍ଷ ବୟସରେ ସେ ନୁସରତ ଶାହବାଜଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଔରସରୁ ସମୁଦାୟ ପାଞ୍ଚ ସନ୍ତାନ ଅଛନ୍ତି। ଶେହବାଜ ଶରିଫଙ୍କର ବଡ ପୁଅ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଥିବା ସମୟରେ ଦ୍ୱିତୀୟ ପୁଅ ସୁଲମାନ ଜଣେ ବ୍ୟବସାୟୀ ଅଟନ୍ତି। ଶେହବାଜ୍ ଶରିଫ୍ ୧୯୯୩ ମସିହାରେ ୪୩ ବର୍ଷ ବୟସରେ ଆଲିଆ ହନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ, ଯାହାଙ୍କର ଏକ ଝିଅ ଖଦିଜା ଅଛନ୍ତି।

ଉଭୟ ସ୍ୱାମୀ-ସ୍ତ୍ରୀ ଭାବରେ ସେ ୨ ବର୍ଷ ଧରି ରହିବା ପରେ ୧୯୯୪ ମସିହାରେ ସେ ଆଲିଆଙ୍କୁ ଛା-ଡପ-ତ୍ର ଦେଇଥିଲେ। ଶେହବାଜ୍ ୧୯୯୩ ମସିହାରେ ନିଲୋଫର ଖୋସାଙ୍କୁ ବିବାହ କରିଥିଲେ। ଏହା ପରେ, ଶେହବାଜ୍ ୨୦୦୩ ମସିହାରେ ତେହମିନା ଦୁରାନୀଙ୍କୁ ଗୁ-ପ୍ତ ଭାବରେ ବିବାହ କରିଥିଲେ। ୨୦୧୨ ମସିହାରେ, ଶେହବାଜ୍ କଲସୁମ୍ ହଇଙ୍କୁ ମଧ୍ୟ ଗୁ-ପ୍ତ ବିବାହ କରିଥିଲେ।

କହିବାକୁ ଗଲେ ଶେହବାଜ୍ ଶରିଫ୍ ସମୁଦାୟ ୫ଥର ବିବାହ କରିଛନ୍ତି | ଶେହବାଜ୍ ଶରିଫଙ୍କର ବର୍ତ୍ତମାନ ଦୁଇ ପତ୍ନୀ ନୁସରତ ଏବଂ ତେହମିନା ଦୁରାନୀଙ୍କ ସହ ରହୁଛନ୍ତି। ଆଉ ତିନି ପତ୍ନୀ ଆଲିଆ ହନି, ନିଲୋଫର ଖୋସା ଏବଂ କଲସୁମ୍ ହଇଙ୍କୁ ସେ ଛା-ଡପ-ତ୍ର ଦେଇଛନ୍ତି। ଶେହବାଜଙ୍କ ବିଷୟରେ କୁହାଯାଏକି ସେ ତାଙ୍କର ପତ୍ନୀ ଆଲିଆ ହନିଙ୍କୁ ଯେଭଳି ଘରେ ପହଞ୍ଚିବାରେ ବିଳମ୍ବ ନ ହୁଏ ସେଥିପାଇଁ ସେ ପଞ୍ଜାବରେ ଏକ ଫ୍ଲାଏ ଓଭର ନିର୍ମାଣ କରିଛନ୍ତି। ଯାହାକୁ ‘ହନି ବ୍ରିଜ୍’ ବୋଲି କୁହାଯାଏ।

odia sambada
Comments (0)
Add Comment