Influencer Earning: ଶୋଇ ଶୋଇ ପ୍ରତ୍ୟେକ ମାସରେ 28 ଲକ୍ଷ ଟଙ୍କା ରୋଜଗାର କରନ୍ତି ଏହି ବ୍ୟକ୍ତି, 5 ମିନିଟ୍ ପାଇଁ ଉଠେଇଲେ ଦେବାକୁ ପଡେ 30 ହଜାର ଟଙ୍କା

Social Media Influencer Live Sleeping Earning: ସୋସିଆଲ ମିଡ଼ିଆ କେବଳ ମେସେଜ ଦେବା ନେବା ପାଇଁ ନୁହେଁ ବରଂ ଲୋକଙ୍କୁ ରୋଜଗାର ପାଇଁ ମଧ୍ୟ ସୁଯୋଗ ଦେଇଛି । ଲୋକମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସେମାନଙ୍କୁ ସୋସିଆଲ ମିଡିଆରେ ଅଲଗା ଅଲଗା ପ୍ରକାରର କଣ୍ଟେଣ୍ଟ ଦେବାକୁ ପଡିଥାଏ । କେହି ଡାନ୍ସ ଭିଡିଓ ତିଆରି କରେ ତ ଆଉ କେହି ଆକ୍ଟିଙ୍ଗରେ ସ୍କିଲ୍ ଦେଖାଇଥାଏ । କିଛି ଟ୍ରାଭେଲର ବ୍ଲଗର ମଧ୍ୟ ହୋଇଯାନ୍ତି । କିନ୍ତୁ ଆପଣଙ୍କୁ କେହି ଯଦି କୁହନ୍ତି ଯେ ଜଣେ ବ୍ୟକ୍ତି ଶୋଇ ଶୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତେବେ ହୁଏତ ଆପଣଙ୍କୁ ଶୁଣି ଟିକେ ଅଜବ ଲାଗିବ, କିନ୍ତୁ ଏକଥା ସତ ଅଟେ । ଆମେ ଯେଉଁ ସୋସିଆଲ ମିଡ଼ିଆ ଇନଫ୍ଲୁଏନସରଙ୍କ ବିଷୟରେ କଥା ହେଉଛନ୍ତି, ସେ ଶୋଇ ଶୋଇ ଭିଡିଓ ତିଆରି କରି ବର୍ଷକୁ ତିନି କୋଟି ଟଙ୍କା ରୋଜଗାର କରୁଛି ।

ଲାଇଭ ଶୋଇଥିବାର ଦେଖନ୍ତି ଫ୍ୟାନ :-

ଜ୍ୟାକି ବୋହମ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରୁହନ୍ତି । ବୃତ୍ତିରେ ୱେବ୍ ଡେଭଲପର ଯ୍ୟାକି ବୋହମଙ୍କ ଟିକଟକରେ 10 ଲକ୍ଷରୁ ଅଧିକ ଫୋଲୋର୍ସ ଅଛନ୍ତି । ସେ ପ୍ରତିଦିନ ରାତିରେ 10ଟାରେ ଶୋଇବାକୁ ଯାଆନ୍ତି । ଏହି ସମୟରେ ସେ ଅନଲାଇନ୍ ରୁହନ୍ତି ଏବଂ ତାଙ୍କ ଫୋଲୋର୍ସ ତାଙ୍କୁ ଅନଲାଇନରେ ଦେଖନ୍ତି । ବର୍ତ୍ତମାନ ଶୋଇବା ସମୟରେ ଯଦି କୌଣସି ଫ୍ୟାନ ତାଙ୍କୁ ଉଠାଇବାକୁ ଚାହେଁ, ତେବେ ତାକୁ ଏଥିପାଇଁ କିଛି ପେମେଣ୍ଟ କରିବାକୁ ପଡେ । ଏହିପରି ଯ୍ୟାକି ଶୋଇ ଶୋଇ ମଧ୍ୟ ରୋଜଗାର କରିଥାନ୍ତି ।

ଏହିପରି କାମ କରେ ଜ୍ୟାକିଙ୍କ ସିଷ୍ଟମ :-

ଦ ଅଷ୍ଟ୍ରେଲିଆନ ରିପୋର୍ଟ୍ ଅନୁଯାୟୀ, ଜ୍ୟାକି ଅନଲାଇନ୍ ରହିବା ସମୟରେ ତାଙ୍କ ଭ୍ୟୁଅର୍ସ ଭର୍ଚୁଆଲ ଗିଫ୍ଟ କିଣିଥାଆନ୍ତି । ଏହାଦ୍ବାରା ଜ୍ୟାକିଙ୍କ ରୁମରେ କିଛି ଶବ୍ଦ ହୁଏ ଏବଂ ତାଙ୍କ ଲାଇଟ ଜଳିଯାଏ । ତାଙ୍କ ଫ୍ୟାନ ଏପରି କରି ଭିଡିଓ ଗେମର ଏକ୍ସପିରିଏନ୍ସ ନିଅନ୍ତି, ଯେଉଁଥିରେ ସେ ଜ୍ୟାକିଙ୍କୁ ଯେତେବେଳେ ଚାହିବେ ଉଠାଇବେ । ଏହି ସିଷ୍ଟମ ଅନୁଯାୟୀ, ଜ୍ୟାକି ମାସକୁ ପ୍ରାୟ 28 ଲକ୍ଷ ଟଙ୍କା ରୋଜଗାର କରନ୍ତି ।

View this post on Instagram

A post shared by Jakey Boehm (@jakeyboehm)

5 ମିନିଟ୍ ପାଇଁ ଉଠାଇବା ପାଇଁ 30 ହଜାର ଟଙ୍କା :-

ଜ୍ୟାକିଙ୍କ ଏହି ସିଷ୍ଟମରେ 5 ମିନିଟ୍ ପାଇଁ ଲାଇଟ ଜଳିଥାଏ ଏବଂ ଏହି ପାଞ୍ଚ ମିନିଟ ପାଇଁ ତାଙ୍କ ଫ୍ୟାନଙ୍କୁ 30 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । 30 ହଜାର ଟଙ୍କା ଦେବା ମାତ୍ରେ ହିଁ ଜ୍ୟାକୀଙ୍କ ରୁମର NEON ରଙ୍ଗର ଲାଇଟ 5 ମିନିଟ୍ ପାଇଁ ସେମାନେ ଅନ୍ କରିପାରିବେ ।

ଏହା ରହିଛି ଆଗକୁ ପ୍ଲାନିଙ୍ଗ :-

ଜ୍ୟାକି କୁହନ୍ତି ଯେ ସେ ପଇସା ରୋଜଗାର କରି ଜମା କରୁଛନ୍ତି । ତାଙ୍କର ଗୋଟିଏ ବଡ ଏବଂ ଭଲ ଘର କିଣିବାର ଅଛି । ଏହାସହିତ ସେ ମେଣ୍ଟଲ ହେଲ୍ଥ ସହ ଜଡ଼ିତ ସଂଗଠନକୁ ମଧ୍ୟ ସାହାଯ୍ୟ କରନ୍ତି । ଧୀରେ ଧିରେ ତାଙ୍କ ଫୋଲୋର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

odia sambada
Comments (0)
Add Comment