ୟୁକ୍ରେନର ସରକାର ନିଜ ଦେଶର ସାଧାରଣ ନାଗରିକଙ୍କୁ ମଧ୍ୟ ଯୁଦ୍ଧରେ ସାମିଲ ହେବାକୁ ନିବେଦନ କରିଛନ୍ତି, ଯାହାପରେ ବହୁତ ସଂଖ୍ୟାରେ ପୁରୁଷମାନଙ୍କ ସହିତ ମହିଳାମାନେ ମଧ୍ୟ ସେନାରେ ସାମିଲ ହୋଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି | ୟୁକ୍ରେନର ବ୍ୟୁଟି କ୍ୱିନ ଏବଂ ୨୦୧୫ ମସିହାର ମିସ ୟୁକ୍ରେନ ଅନାସ୍ଟାସିୟା ଲେନା ମଧ୍ୟ ୟୁକ୍ରେନର ସେନାରେ ସାମିଲ ହୋଇଛନ୍ତି |
୨୦୧୫ ମସିହାରେ ମିସ ୟୁକ୍ରେନର ଉପାଧି ଜିତିଥିବା ଅନାସ୍ଟାସିୟା ଲେନାଙ୍କ ବନ୍ଧୁକ ଧରିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି |
‘ଡେଲି ଷ୍ଟୋର’ର ରିପୋର୍ଟ ଅନୁଯାୟୀ, ୨୦୧୫ ମସିହାରେ ଯେତେବେଳେ ସେ ୨୪ ବର୍ଷର ଥିଲେ, ସେତେବେଳେ ସେ ମିସ ୟୁକ୍ରେନର ଉପାଧି ନିଜ ନାମରେ କରିଥିଲେ | ତେବେ ବର୍ତ୍ତମାନ ସେ ନିଜର ଗ୍ଲାମର୍ସ ଲାଇଫ ଷ୍ଟାଇଲ ଛାଡି କୌଣସି ସୈନିକ ଭାବରେ ରୁଷିଆ ସେନା ସହିତ ଯୁଦ୍ଧ ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି | Anastasiia Lenna ଙ୍କ ଇନ୍ସଟାଗ୍ରାମ ଆକାଉଣ୍ଟ ଅନୁଯାୟୀ, ହତିଆର ଚଳାଇବା ପାଇଁ ସେ କୌଣସି ଅଜଣା ନୁହନ୍ତି | ହତିହାର ସହିତ ତାଙ୍କର ଅନେକ ଫଟୋ ଭାଇରଲ ହୋଇଛି |
ପୂର୍ବତନ ମିସ ୟୁକ୍ରେନ Anastasiia Lenna ଇନ୍ସଟାଗ୍ରାମରେ କହିଛନ୍ତି ଯେ ସେ ନିଜ ଘରର ରକ୍ଷା ପାଇଁ ହତିଆର ଉଠାଇଛନ୍ତି | ସେ ସୋସିଆଲ ମିଡିଆରେ ହତିଆର ସହିତ ନିଜ ଫଟୋ ସେୟାର କରି ଲେଖିଛନ୍ତି – ‘କବଜା କରିବା ଉଦ୍ଦେଶ୍ୟରେ ଯେ କେହି ବି ୟୁକ୍ରେନ ସୀମାରେ ପଶିବ, ସେ ମରିବ |’
ଆଉ ଗୋଟିଏ ପୋଷ୍ଟରେ ଅନାସ୍ଟାସିୟା କହିଛନ୍ତି – ‘ଆମ ସେନା ଏମିତି ଭାବେ ଲଢ଼ୁଛନ୍ତି ଯେ NATO କୁ ୟୁକ୍ରେନରେ ସାମିଲ ହେବାପାଇଁ ଆବେଦନ କରିବା ଉଚିତ |’ କେବଳ ଏତିକି ନୁହେଁ Anastasiia ୟୁକ୍ରେନର ରାଷ୍ଟ୍ରପତି Volodymyr Zelenskyy ଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ଏବଂ ତାଙ୍କୁ ଜଣେ ‘ପ୍ରକୃତ ଏବଂ ଶକ୍ତିଶାଳୀ ନେତା’ ବୋଲି କହିଛନ୍ତି |
ଆପଣଙ୍କୁ କହିରଖୁଛୁ ଯେ ୟୁକ୍ରେନର ବ୍ୟୁଟି କ୍ୱିନ Anastasiia Lenna ଙ୍କ ଇନ୍ସଟାଗ୍ରାମରେ ପ୍ରାୟ ଏକ ଲକ୍ଷ ଫୋଲର୍ସ ଅଛନ୍ତି | ରୁଷର ଯୁଦ୍ଧ ସମୟରେ ମଧ୍ୟ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି | ସେ ନିଜର ଫଟୋ ପୋଷ୍ଟ କରିଛନ୍ତି | କିଛି ଫଟୋରେ ରାଇଫଲ ଧରିଥିବାର ମଧ୍ୟ ଦେଖାଯାଉଛନ୍ତି |