ଏହି ଅଜବ ମଣିଷର ଶକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଡାକ୍ତରମାନେ କଲେ ଏମିତି ଆଶ୍ଚର୍ଯ୍ୟଜନକ ଦାବି |

ସୋସିଆଲ ମେଡ଼ିଆରେ ଆଜି-କାଲି ଗୋଟେ ଅଜବ ଶରୀର ଵାଲା ମଣିଷର ବହୁତ ଚର୍ଚା ହେଉଛି | ଏହି ମଣିଷ ଶରୀରର ବନା-ବଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଦେଇଛି |ଗ୍ରାହାମ୍ ନାମକ ଏହି ବ୍ୟକ୍ତିର ଶରୀର ବନା-ବଟ ଯଦିଓ ଅଜବ ଅଟେ,କିନ୍ତୁ ଏହି ବ୍ୟକ୍ତିଙ୍କ ପାଖରେ ଏପରି ଶକ୍ତି ଅଛି ଯାହା ସାଧାରଣ ମଣିଷମାନଙ୍କ ପାଖରେ ନଥାଏ | ଚାଲନ୍ତୁ ଆମେ ଆପଣଙ୍କୁ ଗ୍ରାହାମ୍ ଙ୍କ ବିଷୟରେ କହିବୁ :-

ବଡ଼ରୁ ବଡ ରୋଡ ଦୁର୍ଘଟଣାରୁ ବଞ୍ଚିପାରେ ଏହି ମଣିଷ :-

ଗ୍ରାହାମ୍ ବଡ଼ରୁ ବଡ ରୋଡ଼ ଦୁର୍ଘଟଣାରୁ ନିଜକୁ ବଞ୍ଜେଇ ପାରନ୍ତି | ତାଙ୍କ ଶରୀରର ବନା-ବଟ ହିଁ କିଛି ଏମିତି ଅଟେ କି ରାସ୍ତା ଦୁର୍ଘଟଣାରେ ତାଙ୍କୁ କିଛି ବି ହେବନାହିଁ | ବାସ୍ତବରେ ଗ୍ରାହାମ୍ ଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା କରେଇବାପାଇଁ ପ୍ରସ୍ତୁତ କରାଯାଇଛି | ଗ୍ରାହାମ୍ ଙ୍କୁ ଅଷ୍ଟ୍ରେଲୀୟ ପରିବହନ ଦୁର୍ଘଟଣା ଆୟୋଗ ଦ୍ୱାରା ବିକଶିତ କରାଯାଇଛି |

ଗ୍ରାହମକୁ ଏହିପରି ପ୍ରସ୍ତୁତ କରାଯାଇଛି ।

ଏଠାରେ ଆପଣଙ୍କୁ ଏହା ଜାଣିନେବା ଜରୁରୀ କି ଗ୍ରାହମ ଜୀବିତ ମଣିଷ ନୁହେଁ ବରଂ ଏହା ଏକ ନିଆରା ମଡେଲ ।
ଏହି ମାନବ ଶରୀରର ମଡେଲକୁ ଏହିପ୍ରକାରରେ ପ୍ରସ୍ତୁତ କରାଯାଇଛି କି ଏହା ଭୀଷଣ ସକଡ଼ ଦୁର୍ଘଟଣାରେ ମଧ୍ୟ ଜୀବିତ ରହିପାରିବ । ଗ୍ରାହମକୁ ଫାଇବାର ଗ୍ଲାସ,ସିଲିକନ ଆଉ ମନୁଷ୍ୟର କେଶରେ ପ୍ରସ୍ତୁତ କରାଯାଇଛି ।

ଗ୍ରାହମଙ୍କ ଶରୀରରେ ଅଛି ଅନନ୍ୟ ବିଶେଷତ୍ୱ

‘ଦ ମିରର’ୱେବସାଇଟ ଅନୁଯାୟୀ ଟ୍ରମା ସର୍ଜନ,ଦୁର୍ଘଟଣା ଅନୁସନ୍ଧାନ ବିଶେଷଜ୍ଞ ଆଉ ଜଣେ ଆର୍ଟିଷ୍ଟ ଗ୍ରାହମଙ୍କୁ ପ୍ରସ୍ତୁତ କରିଛନ୍ତି । ଏହା ପଛରେ ଭର୍ଚୁଆଲ୍ ମାନବ ସୃଷ୍ଟି କରିବାର ଆଇଡ଼ିଆ ଥିଲା, ଯାହା ହାଇ ସ୍ପିଡ୍ ଦୁର୍ଘଟଣାରେ ମଧ୍ୟ ବଞ୍ଚିକି ରହିପାରିବ । ମେଲବୋର୍ଣ୍ଣ ହସ୍ପିଟାଲର ସର୍ଜନ ଖ୍ରୀଷ୍ଟିଆନ କେନଫିଲ୍ଡ ହିଁ ଆର୍ଟିଷ୍ଟ ପାଟ୍ରିସିଆ ପିଚିନିଙ୍କ ସହଯୋଗରେ ଗ୍ରାହାମଙ୍କୁ ପ୍ରସ୍ତୁତ କରିଛନ୍ତି । ଗ୍ରାହମ ଙ୍କର ସବୁ ଅନନ୍ୟ ବିଶେଷତ୍ୱକୁ Meetgraham.com.au ରେ ଦେଖା ଯାଇପାରିବ । ଯାହା ଗୋଟିଏ 360-ଡ୍ରିଗ୍ରୀ ଇଣ୍ଟରଆକ୍ଟିଭ ଟୁଲ ଅଟେ ।

odia sambada
Comments (0)
Add Comment